ETV Bharat / bharat

India Corona: ଦେଶରେ 2 ହଜାର ତଳେ ଦୈନିକ ସଂକ୍ରମଣ - ଭାରତ କୋରୋନା ସଂକ୍ରମଣ

ଦେଶରେ କମିଲା ସଂକ୍ରମଣ । ଗତ 24 ଘଣ୍ଟା ମଧ୍ୟରେ ମାତ୍ର 1,569 ଜଣ ନୂଆ ସଂକ୍ରମିତ ଚିହ୍ନଟ । ଅଧିକ ପଢନ୍ତୁ

India Corona: 2 ହଜାର ତଳେ ଦୈନିକ ସଂକ୍ରମଣ
India Corona: 2 ହଜାର ତଳେ ଦୈନିକ ସଂକ୍ରମଣ
author img

By

Published : May 17, 2022, 10:35 AM IST

ନୂଆଦିଲ୍ଲୀ: ଦେଶରେ ମହାମାରୀ COVID-19 ଗ୍ରାଫ୍‌ ତଳମୁହାଁ ରହିଛି । ଦୁଇ ହଜାର ତଳକୁ ଖସିଲା ଦୈନିକ ସଂକ୍ରମଣ । ଗତ 24 ଘଣ୍ଟା ମଧ୍ୟରେ ଦେଶରେ ମାତ୍ର 1,569 ଜଣ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି (India Records 1,569 fresh Covid Cases) । ସଂକ୍ରମିତଙ୍କ ସଂଖ୍ୟା କମ ହୋଇଥିଲେ ମଧ୍ୟ ଆଜି(ମଙ୍ଗଳବାର) ମୃତ୍ୟୁସଂଖ୍ୟା ସାମାନ୍ୟ ଅଧିକ ରହିଛି । ଦିନକରେ 19 ଜଣ କୋରୋନା ସଂକ୍ରମିତଙ୍କ ମୃତ୍ୟୁ ହୋଇଛି ଏବଂ 2,467 ଜଣ ସୁସ୍ଥ ହୋଇଛନ୍ତି । କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ଏନେଇ ସୂଚନା ମିଳିଛି ।

ମନ୍ତ୍ରଣାଳୟ ଅନୁଯାୟୀ, ସଂକ୍ରମଣ କମିବା ପରେ କିଛି ଦିନ ହେଲା ସକ୍ରିୟ ମାମଲା 20 ହଜାର ତଳେ ରହିଛି । ଆଜିର ନୂତନ ସଂକ୍ରମଣକୁ ମିଶାଇ ଦେଶରେ ମୋଟ ସକ୍ରିୟ ସଂକ୍ରମିତଙ୍କ ସଂଖ୍ୟା 16,400ରେ ପହଞ୍ଚିଛି । ବର୍ତ୍ତମାନ ଦୈନିକ ପଜିଟିଭ ହାର ମଧ୍ୟ 0.44% କୁ ହ୍ରାସ ପାଇଛି । ଏଯାବତ୍ ସମୁଦାୟ 4,25,84,710 ସଂକ୍ରମିତ ସୁସ୍ଥ ହୋଇଛନ୍ତି ଏବଂ 5,24,260 ଜଣଙ୍କ ମୃତ୍ୟୁ ଘଟିଛି । ଦେଶବ୍ୟାପୀ ସମୁଦାୟ 191 କୋଟିରୁ ଅଧିକ ଡୋଜ୍ ଟୀକାକରଣ କରାଯାଇଛି । ଗତ 24 ଘଣ୍ଟା ମଧ୍ୟରେ କେବଳ 10,78,005 ଡୋଜ୍ ଦିଆଯାଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.