ETV Bharat / bharat

INDIA CORONA: ଖସୁଛି ସଂକ୍ରମଣ, ୨୪ ଘଣ୍ଟାରେ 11,903 ନୂଆ ସଂକ୍ରମିତ - INDIA CORONA

ଦେଶରେ ନିୟନ୍ତ୍ରଣକୁ ଆସୁଛି ସଂକ୍ରମଣ । ଗତ 24 ଘଣ୍ଟାରେ ଦେଶରୁ ଚିହ୍ନଟ ହେଲେ ମାତ୍ର 11 ହଜାର 903 ନୂଆ ସଂକ୍ରମିତ ହେବା ସହ 311 ଜଣଙ୍କ ମୁଣ୍ଡ ନେଇଛି ମହାମାରୀ । ଅଧିକ ପଢନ୍ତୁ...

INDIA CORONA: ଖସୁଛି ସଂକ୍ରମଣ, ୨୪ ଘଣ୍ଟାରେ 11,903 ନୂଆ ସଂକ୍ରମିତ

author img

By

Published : Nov 3, 2021, 1:04 PM IST

ନୂଆଦିଲ୍ଲୀ: ଦେଶରେ ନିୟନ୍ତ୍ରଣକୁ ଆସୁଛି ସଂକ୍ରମଣ । ଗତ 24 ଘଣ୍ଟାରେ ଦେଶରୁ ଚିହ୍ନଟ ହେଲେ ମାତ୍ର 11 ହଜାର 903 ନୂଆ ସଂକ୍ରମିତ । ଭାରତରେ ମହାମାରୀ ପ୍ରକୋପ କମ୍ ରହିଥିଲେ ହେଁ ଥମୁନାହିଁ ମୃତ୍ୟୁସଂଖ୍ୟା । ଗୋଟିଏ ଦିନରେ ଦେଶରେ 311 ଜଣଙ୍କ ମୁଣ୍ଡ ନେଇଛି ମହାମାରୀ । ସେହିପରି 14,159 ନୂଆ ସଂକ୍ରମିତ କୋରୋନାରୁ ସୁସ୍ଥ ହୋଇଛନ୍ତି । ଏନେଇ ସୂଚନା ଦେଇଛି ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ।

  • " class="align-text-top noRightClick twitterSection" data="">

ଧୀରେ ଧୀରେ ଦେଶରୁ ସଂକ୍ରମଣ ହ୍ରାସ ପାଉଛି । ସେପଟେ ଅକ୍ଟୋବର-ନଭେମ୍ବରରେ ତୃତୀୟ ଲହର ନେଇ ଯେଉଁ ଆଶଙ୍କା କରାଯାଉଥିଲା ତାହା ମଧ୍ୟ ଟଳିଛି । ସଂକ୍ରମଣ କମିବା ସହ ସୁସ୍ଥସଂଖ୍ୟା ବୃଦ୍ଧି ଯୋଗୁଁ ବର୍ତ୍ତମାନ ଦେଶରେ 1 ଲକ୍ଷ 51 ହଜାର 209 ଟି ସକ୍ରିୟ ମାମଲା ରହିଛି, ଯାହା 252 ଦିନରେ ସର୍ବନିମ୍ନ । ସେହିପରି 14,159 ସୁସ୍ଥ ସହିତ ଦେଶରେ ମୋଟ ସୁସ୍ଥ ସଂଖ୍ୟା 3 କୋଟି 36 ଲକ୍ଷ 97 ହଜାର 740 କୁ ବୃଦ୍ଧି ପାଇଛି । ବର୍ତ୍ତମାନ ଦେଶରେ ସୁସ୍ଥବାର 98.22 ପ୍ରତିଶତରେ ପହଞ୍ଚିଛି ।

ଏପଟେ ଦେଶରେ ଟୀକାକରଣ ମଧ୍ୟ ଦ୍ରୁତଗତିରେ ଆଗେଇ ଚାଲିଛି । ଏଯାବତ୍ 1,07,29,66,315 ଡୋଜ ଟୀକାକରଣ କରାଯାଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.