ETV Bharat / bharat

କାନାଡ଼ା ଯାଉଥିବା ଭାରତୀୟ ସତର୍କ ରୁହନ୍ତୁ: ବୈଦେଶିକ ମନ୍ତ୍ରଣାଳୟ

କାନାଡ଼ା ଯାଉଥିବା ଭାରତୀୟଙ୍କ ପାଇଁ ଆଡଭାଇଜରୀ ଜାରି । କାନାଡାରେ ସତର୍କ ରହିବାକୁ ପରାମର୍ଶ । ଅଧିକ ପଢ଼ନ୍ତୁ

India issues travel advice and advisories

author img

By ETV Bharat Odisha Team

Published : Sep 21, 2023, 9:26 AM IST

ନୂଆଦିଲ୍ଲୀ: କାନାଡ଼ା ପ୍ରତି ଯେସାକୁ ତେସା ନୀତି ଆପଣାଇଛି ଭାରତ । ପ୍ରଥମେ ଭାରତୀୟ କୂଟନୀତିଜ୍ଞକୁ କାନାଡ଼ା ବହିଷ୍କାର କରିବା ପରେ ଭାରତ ମଧ୍ୟ କାନାଡ଼ା କୂଟନୀତିଜ୍ଞକୁ ବହିଷ୍କାର କରିଥିଲା । ଏହାପରେ ଭାରତ ଆସୁଥିବା ପର୍ଯ୍ୟଟକଙ୍କ ପାଇଁ କାନାଡ଼ା ଟ୍ରାଭେଲ୍‌ ଆଡଭାଇଜରୀ ଜାରି କରିଥିବା ବେଳେ ଏବେ ଭାରତ ମଧ୍ୟ କାନାଡ଼ା ଯାଉଥିବା ଭାରତୀୟଙ୍କ ପାଇଁ ଟ୍ରାଭେଲ୍‌ ଆଡଭାଇଜରୀ ଜାରି କରଛି । କାନାଡ଼ାକୁ ଯାଉଥିବା ଭାରତୀୟ ମାନେ ଯାତାୟତ ସମୟରେ ଅଧିକ ସତର୍କତା ଅବଲମ୍ବନ କରିବାକୁ ଭାରତୀୟଙ୍କୁ ପରାମର୍ଶ ଦିଆଯାଇଛି । ବୈଦେଶୀକ ମନ୍ତ୍ରଣାଳୟ ପକ୍ଷରୁ ଟ୍ବିଟ୍‌ କରି ଆଡଭାଇଜରୀ ଜାରି କରାଯାଇଛି ।

india-issues-travel advisory for indians living
କାନାଡ଼ା ଯାଉଥିବା ଭାରତୀୟ ସତର୍କ ରୁହନ୍ତୁ

ଆଡଭାଇଜରୀ କୁହାଯାଇଛି ଯେ, କାନାଡ଼ା ଓ ଭାରତ ମଧ୍ୟରେ ବିବାଦ ବଢ଼ିବାରେ ଲାଗିଛି । ଭାରତ ବିରୋଧୀ କାର୍ଯ୍ୟକଳାପକୁ ଦୃଷ୍ଟିରେ ରଖି କାନାଡ଼ା ଯାତାୟତ କରୁଥିବା ଭାରତୀୟ ମାନେ ସତର୍କ ରୁହନ୍ତୁ । କାନାଡ଼ାରେ ରହୁଥିବା ଭାରତୀୟ ଓ କୂଟନୀତିଜ୍ଞମାନଙ୍କୁ ଟାର୍ଗେଟ୍‌ କରାଯାଉଥିବା ସାମ୍ନାକୁ ଆସୁଛି । ଯେଉଁମାନେ କି ଭାରତ ବିରୋଧୀ କାର୍ଯ୍ୟକଳାପକୁ ବିରୋଧ କରୁଛନ୍ତି । ତେଣୁ ଭାରତ ବିରୋଧୀ ହିଂସା ଚାଲୁଥିବା ଅଞ୍ଚଳରୁ ଭାରତୀୟ ମାନେ ଦୂରରେ ରୁହନ୍ତୁ । ଭାରତୀୟଙ୍କ ସୁରକ୍ଷା ପାଇଁ ଆମର ହାଇକମିଶନ ଏବଂ କନସ୍ୟୁଲେଟ୍ସ ଜେନେରାଲ କାନାଡ଼ା କର୍ତ୍ତୃପକ୍ଷକଙ୍କ ସହ ଯୋଗାଯୋଗରେ ଅଛନ୍ତି । କାନାଡାରେ ରହୁଥିବା ଛାତ୍ରଛାତ୍ରୀ ଅଧିକ ସତର୍କ ରହିବା ଆବଶ୍ୟକ । ଯେଉଁମାନେ ଅସୁବିଧାର ସମ୍ମୁଖୀନ ହେଉଛି ସେମାନେ ହାଇକମିଶନ ଏବଂ କନସ୍ୟୁଲେଟ୍ସ ଓ୍ବେବସାଇଟ ବା MADAD ପୋର୍ଟାଲ୍ madad.gov.inରେ ପଞ୍ଜିକୃତ କରି ଜଣାଇ ପାରିବେ ବୋଲି ଆଡଭାଇଜରୀରେ କୁହାଯାଇଛି ।

ଏହା ମଧ୍ୟ ପଢନ୍ତୁ-India vs Canada: ଭାରତ ଆସୁଥିବା ନିଜ ନାଗରିକଙ୍କ ପାଇଁ ଆଡଭାଇଜରୀ ଜାରି କଲା କାନାଡା

ଖଲିସ୍ତାନୀ ସମର୍ଥକ ହରଦୀପ ସିଂ ନିଜ୍ଜର ହତ୍ୟାକୁ ନେଇ ଭାରତ ଓ କାନାଡ଼ା ମଧ୍ୟରେ ବିବାଦ ତେଜିବାରେ ଲାଗିଛି । ହତ୍ୟା ପଛରେ ଭାରତର ହାତ ଥିବା କାନାଡ଼ା ପ୍ରଧାନମନ୍ତ୍ରୀ ଅଭିଯୋଗ ପରେ ଦୁଇ ଦେଶ ମଧ୍ୟରେ ତିକ୍ତତା ଘନେଇବାରେ ଲାଗିଛି । ପ୍ରଥମେ ଭାରତ ଆସୁଥିବା ପର୍ଯ୍ୟଟକଙ୍କ ପାଇଁ କାନାଡା ଟ୍ରାଭେଲ୍‌ ଆଡଭାଇଜରୀ ଜାରି କରିଥିବା ବେଳେ ଏବେ ଭାରତ ମଧ୍ୟ କାନାଡ଼ା ଯାଉଥିବା ଭାରତୀୟଙ୍କ ପାଇଁ ଆଡବାଇଜରୀ ଜାରି କରିଛି । କାନାଡ଼ା ସରକାର ଜାରି କରିଥିବା ଟ୍ରାଭେଲ୍‌ ଆଡଭାଇଜରୀରେ ଭାରତ ଯାତ୍ରା ସମୟରେ ଉଚ୍ଚସ୍ତରୀୟ ସାବଧାନତା ଅବଲମ୍ବନ କରିବାକୁ ପରାମର୍ଶ ଦିଆଯାଇଛି । ଜମ୍ମୁ କାଶ୍ମୀରରେ ବିପଦ ରହିଥିବାରୁ ସେଠାକୁ ଯାତ୍ରା କରିବାକୁ ବାରଣ କରାଯାଇଛି । ସେଠାରେ ଆତଙ୍କବାଦୀ, ଉଗ୍ରବାଦୀ ନାଗରିକଙ୍କୁ ଅପହରଣ କରି ନେବାର ଆଶଙ୍କା ରହିବା ସହ ଆତଙ୍କବାଦୀ ଆକ୍ରମଣ ଭୟ ରହିଥିବା ଆଡଭାଇଜରୀରେ କୁହାଯାଇଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.