ETV Bharat / bharat

ଭାରତ ବିଶ୍ବର ବିଶ୍ବସନୀୟ ପାର୍ଟନର: ପୀୟୂଷ ଗୋୟଲ - ପୀୟୁଷ ଗୋୟଲ

ମହାମାରୀ ପରେ ଏବେ ଭାରତର ଅର୍ଥନୀତି ସ୍ଥିର ରହିଛି । ତେବେ ଭାରତ ବିଶ୍ବର ବିଶ୍ବସନୀୟ ପାର୍ଟନର ବୋଲି କହିଛନ୍ତି ୬ ଦିନିଆ ବିଦେଶ ଗସ୍ତରେ ଥିବା କେନ୍ଦ୍ରମନ୍ତ୍ରୀ ପୀୟୂଷ ଗୋୟଲ । ଅଧିକ ପଢନ୍ତୁ

ଭାରତ ବିଶ୍ବର ବିଶ୍ବସନୀୟ ପାର୍ଟନର: ପୀୟୂଷ ଗୋୟଲ

author img

By

Published : Sep 6, 2022, 1:21 PM IST

ସାନ ଫ୍ରାନ୍ସିକୋ: ବିଦେଶ ଗସ୍ତରେ (Industry Minister Piyush Goyal) ରହିଛନ୍ତି କେନ୍ଦ୍ର ବାଣିଜ୍ୟ ଓ ଉଦ୍ୟୋଗ ମନ୍ତ୍ରୀ ପୀୟୂଷ ଗୋୟଲ । ୬ ଦିନିଆ ବିଦେଶ ଗସ୍ତରେ ସେ ସାନଫ୍ରାନ୍ସିକୋ ଓ ଲସ ଆଞ୍ଜେଲ୍ସ ପରିଭ୍ରମଣ କରି କୋଭିଡ଼ ମହାମାରୀ ସମୟରେ ଭାରତର ଅର୍ଥନୀତି ସମ୍ପର୍କରେ ଆଲୋଚନା କରିଛନ୍ତି । ଏଥିସହ ଭାରତ ହେଉଛି ବିଶ୍ବର ବିଶ୍ବସନୀୟ ପାର୍ଟନର (Trusted partner of the world) ବୋଲି ସେ କହିଛନ୍ତି ।

ଇନଷ୍ଟିଚ୍ୟୁଟ୍ ଅଫ୍ ଚାର୍ଟାର୍ଡ ଆକାଉଣ୍ଟାଣ୍ଟସ୍ ଅଫ୍ ଇଣ୍ଡିଆ (ICAI) ଆଲୋଚନା ସମୟରେ କହିଛନ୍ତି, "ବିଶ୍ବ ଏବେ ବି କୋରୋନା ମହାମାରୀ ସହିତ ଲଢେଇ କରୁଥିବାବେଳେ, ଭାରତ ସ୍ଥିର ଅର୍ଥନୀତି ବଜାୟ ରଖିଛି ।" ଭାରତର ବ୍ରାଣ୍ଡ ଆମ୍ବାସାଡର ହେବା ଲାଗି ଚାର୍ଟାର୍ଡ ଆକାଉଣ୍ଟାଣ୍ଟଙ୍କୁ ଆହ୍ବାନ ଦେଇଛନ୍ତି । ବ୍ରାଣ୍ଡ ଇଣ୍ଡିଆରେ ପୁଞ୍ଜି ବିନିଯୋଗ କରିବାକୁ ମଧ୍ୟ ସେ ଆକାଉଣ୍ଟାଣ୍ଟ ମାନଙ୍କୁ ଏହି ଗସ୍ତ ସମୟରେ କହିଛନ୍ତି ।

ଏହା ବି ପଢନ୍ତୁ- ବିଜେପି ନେତ୍ରୀଙ୍କୁ 64 ବର୍ଷରେ ବିବାହ କଲେ ଲାଲୁଙ୍କୁ ସଜା ଶୁଣାଇଥିବା ବିଚାରପତି

ସେ ଆହୁରି କହିଛନ୍ତି, "ସ୍ଥିର ବାତାବରଣ ସହିତ ଭାରତ ବିଶ୍ବର ଲୋକପ୍ରିୟ ପୁଞ୍ଜି ନିବେଶସ୍ଥଳୀ (Most attractive investment destinations) ପାଲଟିଛି । ବିଶ୍ବ ନେତା ତଥା ବିକଶିତ ରାଷ୍ଟ୍ର ଗୁଡ଼ିକ ମଧ୍ୟ ଭାରତ ସହିତ ସୁସମ୍ପର୍କ ସ୍ଥାପନ କରିବା ଲାଗି ଉଦ୍ୟମ କରୁଥିବା ନଜିର ରହିଛି । ଫଳରେ ଭାରତ ଏକ ବିଶ୍ବସନୀୟ ପାର୍ଟନର ଭାବେ ଉଭା ହୋଇଛି ।

ଏବେ ଭାରତ ମୁଦ୍ରାସ୍ଫୀତି ଉପରେ ଫୋକସ କରୁଛି । ଏବେ ଭାରତର ମୁଦ୍ରାସ୍ଫୀତି ୬ରୁ ୭ ପ୍ରତିଶତ ରହିଛି । ଏହା ଆସନ୍ତା ୧୦ ବର୍ଷ ତୁଳନାରେ ହ୍ରାସ ପାଇଛି । ରିଜର୍ଭ ବ୍ୟାଙ୍କ ଅଫ ଇଣ୍ଡିଆ (RBI) ଓ କେନ୍ଦ୍ର ସରକାର ମୁଦ୍ରାସ୍ଫୀତି ବଜାୟ ରଖିବା ଉପରେ ଫୋକସ ଉପରେ ଗୁରୁତ୍ବ ଦେଇଛି । ୨୦୧୪ ମସିହା ପର୍ଯ୍ୟନ୍ତ ଭାରତ ଆଭରେଜ ମୁଦ୍ରାସ୍ଫୀତି ୪ ପ୍ରତିଶତ ରହିଛି ।

ଯାହାକି ଖୁବ କମ ରହିଥିଲା । ମାତ୍ର ୨୦୧୪ ପରେ ବଞିଛି ମୁଦ୍ରାସ୍ଫୀତି (ସାଧାରଣ ସାମଗ୍ରୀ ଉପରେ ଦର ବୃଦ୍ଧି) । କୋରୋନା ମହାମାରୀ ପରେ ୟୁକ୍ରେନ ଓ ଋଷ ଯୁଦ୍ଧ ଯୋଗୁଁ ମୁଦ୍ରାସ୍ଫୀତି ବଢିଥିଲା । ବିକଶିତ ରାଷ୍ଟ୍ର ଗୁଡ଼ିକର ଏବେ ୧୦ରୁ ୧୧ ପ୍ରତିଶତ ମୁଦ୍ରାସ୍ଫୀତି ରହିଥିବାବେଳେ ଭାରତରେ ଏହା ୬ରୁ ୭ ପ୍ରତିଶତ ରହିଥିବା ଗୋୟଲ କହିଛନ୍ତି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.