ETV Bharat / bharat

ଆଧ୍ୟାତ୍ମିକତା, ସଂସ୍କୃତି ଓ ଗଣତନ୍ତ୍ରର ମା ହେଉଛି ଭାରତ: ବାଚସ୍ପତି

ହରିୟାଣର କୁରୁକ୍ଷେତ୍ରରେ ଆୟୋଜିତ ଆନ୍ତର୍ଜାତୀୟ ଗୀତା ମହୋତ୍ସବରେ ବାଚସ୍ପତି ଓମ ବିର୍ଲା। କହିଲେ ଭାରତ ହେଉଛି ଆଧ୍ୟାତ୍ମିକତା, ସଂସ୍କୃତି ଓ ଗଣତନ୍ତ୍ରର ମା’। ଅଧିକ ପଢନ୍ତୁ

author img

By

Published : Dec 11, 2021, 9:06 PM IST

ଆଧ୍ୟାତ୍ମିକତା, ସଂସ୍କୃତି ଓ ଗଣତନ୍ତ୍ରର ମା’ ହେଉଛି ଭାରତ: ବାଚସ୍ପତି

ଚଣ୍ଡିଗଡ: ବିଶ୍ବରେ କୌଣସି ଦେଶ ନାହିଁ ଯାହାକୁ ଆଧ୍ୟାତ୍ମିକତା, ସଂସ୍କୃତି ଓ ଗଣତନ୍ତ୍ରର ମା’ ବୋଲି ବିବେଚନା କରାଯାଏ । ବିଶ୍ବରେ ଏହା କେବଳ ଗୋଟିଏ ଦେଶ ଭାରତ । ଆଜି ହରିୟାଣାର କୁରୁକ୍ଷେତ୍ରରେ ଅନ୍ତର୍ଜାତୀୟ ଗୀତା ମହୋତ୍ସବରେ ଯୋଗଦେଇ ସମ୍ବୋଧିତ କଲାବେଳେ ଏହା କହିଛନ୍ତି ଲୋକସଭା ବାଚସ୍ପତି ଓମ ବିର୍ଲା।

ଆଜି ମହୋତ୍ସବକୁ ସମ୍ବୋଧନ ଅଭିଭାଷଣରେ ବାଚସ୍ପତି ବିର୍ଲା କହିଛନ୍ତି , ଭାରତରେ ସ୍ବାଧିନତା ପରେ ଗଣତନ୍ତ୍ର ଆସିନାହିଁ ବରଂ ଏହା ଆମ ସଂସ୍କୃତି ଏବଂ ଜୀବନ ଶୈଳୀର ଏକ ଅଂଶ ବିଶେଷ । ଭାରତୀୟ ସଂସ୍କୃତି ଓ ମାନବିକତାରେ ବିଶ୍ବାସ କରେ ଯାହା ଭାରତକୁ ବିଶ୍ବଗୁରୁ ଭାବେ ପରିଚୟ ଦେଇଛି ।

ଭାରତ ଆଧ୍ୟତ୍ମିକତାରେ ବିଶ୍ବାସ ରଖେ, ମାନବିକତାରେ ବିଶ୍ବାସ ରଖେ ଯାହା ଆମକୁ ଆମ ସଂସ୍କୃତି ଶିକ୍ଷା ପ୍ରଦାନ କରିଛି । ଭଗବାନ ଶ୍ରୀରାମଙ୍କ ଜୀବନୀ ଆଦର୍ଶ ମାନବ ଜୀବନର ମର୍ଯ୍ୟାଦାର ଶିକ୍ଷା ପ୍ରାଦନ କରିଥିବାବେଳେ ଭଗବାନ ଶ୍ରୀକ୍ରିଷ୍ଣାଙ୍କ ଜୀବନୀ କର୍ମ ଓ ତାର ପ୍ରତିଫଳନରେ ବିଶ୍ବାସ କରିବାର ଶିକ୍ଷା ପ୍ରଦାନ କରିଥାଏ ବୋଲି କହିଛନ୍ତି ବାଚସ୍ପତି । ଭଗବାନ ଶ୍ରୀକୃଷ୍ଣଙ୍କ ମୁଖ ନିସୃତ ବାଣୀ ଭଗବତ ଗୀତାରେ ଜ୍ଞାନ, ଆଦର୍ଶ ଜୀବନ ଓ ମୋକ୍ଷ ପ୍ରାପ୍ତିର ମାର୍ଗ ବର୍ଣ୍ଣିତ ହୋଇଥିବା କହିଛନ୍ତି ବାଚସ୍ପତି ବିର୍ଲା ।

ଭଗବତ ଗୀତାକୁ ବିଶ୍ଳେଷଣ କରି ବାଚସ୍ପତି କହିଛନ୍ତି , ପବିତ୍ର ଗୀତାର ପ୍ରତ୍ୟେକ ଶୋଳ୍କରେ ମନୁଷ୍ୟ ଆଦର୍ଶ ଜୀବନ ଜିଇଁବା ନେଇ ଉଲ୍ଲେଖ କରାଯାଇଛି । ସଦାଚାର, ଜ୍ଞାନ ଓ ସତକର୍ମ ମଣିଷର ମୁକ୍ତି ବୋଲି ପବିତ୍ର ଭଗବତ ଗୀତା ଆମକୁ ଶିକ୍ଷା ଦିଏ ବୋଲି କହିଛନ୍ତି ବାଚସ୍ପତି । ଆଜିର କାର୍ଯ୍ୟକ୍ରମରେ ହରିୟାଣା ମୁଖ୍ୟମନ୍ତ୍ରୀ ମନୋହର ଲାଲ ଖଟ୍ଟର ମଧ୍ୟ ଉପସ୍ଥିତ ଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.