ETV Bharat / bharat

ଶିରିଡି ସାଇଙ୍କ ଦର୍ଶନ କଲେ ମୁଖତାର ଅବ୍ବାସ ନକଭି, କହିଲେ ଭାରତ ଏକ ହିନ୍ଦୁ ରାଷ୍ଟ୍ର

author img

By

Published : Feb 22, 2023, 8:03 AM IST

ଶିରିଡି ସାଇ ମନ୍ଦିରରେ ପୂଜାର୍ଚ୍ଚନା କଲେ ପୂର୍ବତନ କେନ୍ଦ୍ର ସଂଖ୍ୟାଲଘୁ ମନ୍ତ୍ରୀ ମୁଖତାର ଅବ୍ବାସ ନକଭି । କହିଲେ ଭାରତ ହିନ୍ଦୁବହୁଳ ତେଣୁ ହିନ୍ଦୁ ରାଷ୍ଟ୍ର । କିନ୍ତୁ ହିନ୍ଦୁ ରାଜ ଭିନ୍ନ ପ୍ରସଙ୍ଗ । ଅଧିକ ପଢନ୍ତୁ

ଭାରତ ଏକ ହିନ୍ଦୁ ରାଷ୍ଟ୍ର: ନଖଭି
ଭାରତ ଏକ ହିନ୍ଦୁ ରାଷ୍ଟ୍ର: ନଖଭି

ମୁମ୍ବାଇ: ଭାରତ ଏକ ହିନ୍ଦୁ ରାଷ୍ଟ୍ର ବୋଲି କହିଛନ୍ତି ପୂର୍ବତନ କେନ୍ଦ୍ରମନ୍ତ୍ରୀ ମୁଖତାର ଅବ୍ବାସ ନକଭି । ଗତକାଲି( ମଙ୍ଗଳବାର) ମହାରାଷ୍ଟ୍ରର ଶିରିଡିରେ ପ୍ରସିଦ୍ଧ ସାଇ ମନ୍ଦିର ପରିଦର୍ଶନ କରି ନକଭି ପୂଜାର୍ଚ୍ଚନା କରିଛନ୍ତି । ଏହି ଅବସରରେ ସେ ଏହି ବୟାନ ଦେଇଛନ୍ତି । ଦର୍ଶନ କାର୍ଯ୍ୟକ୍ରମ ପରେ ସାମ୍ବାଦିକମାନଙ୍କ ସହ ଆଲୋଚନା ବେଳେ ନକଭି କହିଛନ୍ତି, ଭାରତ ଏକ ହିନ୍ଦୁବହୁଳ ରାଷ୍ଟ୍ର । ଏଠାରେ ଅଶୀରୁ ନବେ ପ୍ରତିଶତ ହିନ୍ଦୁ ବାସ କରନ୍ତି । ଭାରତ ଏକ ହିନ୍ଦୁ ରାଷ୍ଟ୍ର ଥିଲା ଏବଂ ରହିବ । କିନ୍ତୁ ହିନ୍ଦୁ ରାଷ୍ଟ୍ର ଏବଂ ହିନ୍ଦୁ ରାଜ ଦୁଇଟି ଭିନ୍ନ ବିଷୟ ବୋଲି ନକଭି କହିଥିଲେ ।

ଭାରତ ଏକ ହିନ୍ଦୁ ରାଷ୍ଟ୍ର: ନଖଭି
ଭାରତ ଏକ ହିନ୍ଦୁ ରାଷ୍ଟ୍ର: ନଖଭି

ନକଭି ଗତକାଲି ସପତ୍ନୀକ ସାଇ ମନ୍ଦିର ପରିଦର୍ଶନ କରିଥିଲେ । ସେ ସେଠାରେ ଦର୍ଶନ ଓ ଆରତୀରେ ମଧ୍ୟ ଅଂଶଗ୍ରହଣ କରିଥିଲେ । ପରେ ମନ୍ଦିର ପରିସର ମଧ୍ୟ ବୁଲି ପରିଦର୍ଶନ କରିଥିଲେ । ଶିରିଡି ସାଇ ମନ୍ଦିର ପ୍ରଶାସନ ପକ୍ଷରୁ ତାଙ୍କୁ ସ୍ବାଗତ କରାଯାଇଥିଲା । ମନ୍ଦିର ପ୍ରଶାସନର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ରାହୁଲ ଯାଦବ ନକଭି ଦମ୍ପତିଙ୍କୁ ଏକ ସାଇମୂର୍ତ୍ତି ପ୍ରଦାନ କରି ସମ୍ମାନିତ କରିଥିଲେ ।

ଏହା ମଧ୍ୟ ପଢନ୍ତୁ:- ଭାରତ ହିନ୍ଦୁ ରାଷ୍ଟ୍ର ଥିଲା, ଭବିଷ୍ୟତରେ ମଧ୍ୟ ରହିବ: ଯୋଗୀ

ନିକଟରେ ଭାରତକୁ ହିନ୍ଦୁ ରାଷ୍ଟ୍ରରେ ପରିଣତ କରିବା ନେଇ ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଏକ ବଡ଼ ବିବୃତ୍ତି ଦେଇଥିଲେ । ଗତ ବୁଧବାର ଏକ ଗଣମାଧ୍ୟମ ସଂସ୍ଥା ଦ୍ବାରା ରାଜଧାନୀ ଲକ୍ଷ୍ନୌରେ ଆୟୋଜିତ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରି ମୁଖ୍ୟମନ୍ତ୍ରୀ ଯୋଗୀ କହିଥିଲେ, ଭାରତ ହିନ୍ଦୁରାଷ୍ଟ୍ର ଥିଲା ଓ ଭବିଷ୍ୟତରେ ମଧ୍ୟ ହିନ୍ଦୁ ରାଷ୍ଟ୍ର ହୋଇରହିବ । ହଜ୍‌ ଯାତ୍ରାରେ ଯାଉଥିବା ଶ୍ରଦ୍ଧାଳୁ ମଧ୍ୟ ସେଠାରେ ହିନ୍ଦୁ ନାମରେ ପରିଚିତ ହେଉଛନ୍ତି । ସେଠାରେ ସେମାନଙ୍କୁ କେହି ଅନ୍ୟ ପରିଚୟରେ ଜାଣନ୍ତି ନାହିଁ ବରଂ ହିନ୍ଦୁ ବୋଲି ସମ୍ବୋଧିତ କରନ୍ତି । ସେମାନଙ୍କୁ କୌଣସି ସମସ୍ୟାର ସମ୍ମୁଖୀନ ମଧ୍ୟ ହେବାକୁ ପଡେନି । ସେହି ବିଚାରରେ ଦେଖିବାକୁ ଗଲେ ଭାରତ ଏକ ହିନ୍ଦୁ ରାଷ୍ଟ୍ର ଥିଲା ଓ ରହିବ ବୋଲି ଯୋଗୀ କହିଥିଲେ ।

ତେବେ ନିଜ ବକ୍ତବ୍ୟ ଓ ମନ୍ତବ୍ୟ ପାଇଁ ଗଣମାଧ୍ୟମ ହେଡଲାଇନରେ ରହୁଥିବା ମଧ୍ୟ ପ୍ରଦେଶର ବାଗେଶ୍ୱର ଧାମର ପଣ୍ଡିତ ଧିରେନ୍ଦ୍ର ଶାସ୍ତ୍ରୀ ଭାରତକୁ ହିନ୍ଦୁ ରାଷ୍ଟ୍ର କରିବା ବିଷୟରେ ଅନେକ ଥର ମତ ଦେଇଛନ୍ତି । ଅନେକ ହିନ୍ଦୁ ସଂଗଠନ ଏହାକୁ ସମର୍ଥନ କରୁଥିବା ବେଳେ ବିରୋଧୀ ଏହାକୁ ବିରୋଧ ମଧ୍ୟ କରୁଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.