ETV Bharat / bharat

‘କୋଭିଡ ମହାମାରୀରେ 150 ଦେଶକୁ ସହଯୋଗ କରିଛି ଭାରତ’

ବିଶ୍ବ ମହାମାରୀ କୋରୋନା କାଳରେ ବିଶ୍ବକୁ ନିଜର ସର୍ବଶ୍ରେଷ୍ଠ ସହଯୋଗ ଦେଇଛି ଭାରତ । ପ୍ରାୟ 150 ଦେଶ ଭାରତ ଠାରୁ ମହାମାରୀ ସହାୟତା ପାଇଛନ୍ତି । ଏ ନେଇ କହିଛନ୍ତି ରେଳ ମନ୍ତ୍ରୀ ପୀୟୁଷ ଗୋଏଲ । ଅଧିକ ପଢନ୍ତୁ..

author img

By

Published : Mar 13, 2021, 8:39 PM IST

‘କୋଭିଡ ମହାମାରୀରେ 150 ଦେଶକୁ ସହଯୋଗ କରିଛି ଭାରତ ’

ଅମରାବତୀ: ବିଶ୍ବ ମହାମାରୀ କୋରୋନା କାଳରେ ବିଶ୍ବକୁ ନିଜର ସର୍ବଶ୍ରେଷ୍ଠ ସହଯୋଗ ଦେଇଛି ଭାରତ । ପ୍ରାୟ 150 ଦେଶ ଭାରତ ଠାରୁ ମହାମାରୀ ସହାୟତା ପାଇଛନ୍ତି । କେବଳ ପ୍ରଧାନମନ୍ତ୍ରୀଙ୍କ ନେତୃତ୍ବରେ ଏହା ସମ୍ଭବ ହୋଇ ପାରିଛି । ଏପରି କହିଛନ୍ତି ରେଳ ମନ୍ତ୍ରୀ ପୀୟୁଷ ଗୋଏଲ । ତିରୁପତି ଦର୍ଶନରେ ଯାଇଥିବାବେଳେ ସେ ଏପରି ମତ ରଖିଥିବା ଦେଖାଯାଇଛି ।

ଏହି ମହାମାରୀ ସମୟରେ ଭାରତ କୌଣସି ଦେଶ ଉପରେ ନିର୍ଭର ନଥିଲା ବରଂ ବିଶ୍ବର ଅନେକ ଦେଶକୁ ସହାୟତାର ହାତ ବଢାଇଥିଲା । କୋରୋନା ଭାଇରସ ବିରୋଧରେ ପୁରା ବିଶ୍ବ ଯୁଦ୍ଧ ଲଢିଥିବାବେଳେ ଭାରତ ଏହି ଯୁଦ୍ଧରେ ଏକ ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରିଛି । ସମଗ୍ର ବିଶ୍ବକୁ ଏକ ପରିବାର ଭାବି, ବସୁଧୈବ କୁଟୁମ୍ବକମ ମନ୍ତ୍ରରେ ବିଶ୍ବାସ କରୁଥିବା ଭାରତ ତାର ଧର୍ମ ପାଳନ କରିଛି । ଭାରତରେ ପ୍ରସ୍ତୁତ ହୋଇଥିବା କୋରୋନା ଟିକା ସମଗ୍ର ବିଶ୍ବର 150 ଶହ ଦେଶକୁ ପଠାଇଛି । ଏବେ ମଧ୍ୟ ବିଭିନ୍ନ ଦେଶକୁ ଟିକା ପ୍ରେରଣ ପ୍ରକ୍ରିୟା ଜାରି ରହିଛି ।

ବିଶ୍ବର ଏହି ମହାମାରୀ ସମୟରେ ଭାରତ ତାର ଶକ୍ତି ସାମର୍ଥ୍ୟ ଓ ପରାକାଷ୍ଠା ଦେଖାଇଛି । ଆମେ ନିଜ ସୁରକ୍ଷା ସହ ପୁରା ବିଶ୍ବର ସୁରକ୍ଷା କଥା ମଧ୍ୟ ଭୁଲି ନାହୁଁ ବୋଲି କହିଛନ୍ତୁ ଗୋଏଲ । ଭାରତ ଏକ ଜନ ବହୁଳ ଦେଶ ହୋଇଥିଲେ ବି ଆମ ଲୋକ ମାନେ କୋଭିଡ କଟକଣାକୁ ଅତି ଗୁରୁତର ସହ ଅନୁପାଳନ କରିଛନ୍ତି ଓ ଦେଶକୁ କୋରୋନା ମହାମାରୀ ବିରୋଧରେ ଯୁଦ୍ଧରେ ବିଜୟୀ କରିବାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥିବା କହିଛନ୍ତି ଗୋଏଲ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.