ETV Bharat / bharat

କୋରୋନା ପରିଚାଳନା କ୍ଷେତ୍ରରେ ଭାରତ ବିକଶିତ ରାଷ୍ଟ୍ର ଠାରୁ ଭଲ କାର୍ଯ୍ୟ କରିଛି: ହର୍ଷବର୍ଦ୍ଧନ

author img

By

Published : Nov 9, 2020, 7:29 PM IST

କୋରୋନା ପରିଚାଳନା କ୍ଷେତ୍ରରେ ଭାରତ କୌଣସି ବିକଶିତ ରାଷ୍ଟ୍ରଠାରୁ ଭଲ କାର୍ଯ୍ୟ କରିଛି। କୋରୋନାକୁ ନେଇ ଏକ ଭର୍ଚୁଆଲ ବୈଠକରେ ଏହି ମନ୍ତବ୍ୟ ଦେଇଛନ୍ତି କେନ୍ଦ୍ର ସ୍ବାସ୍ଥ୍ଯମନ୍ତ୍ରୀ ଡକ୍ଟର ହର୍ଷ ବର୍ଦ୍ଧନ। ଅଧିକ ପଢ଼ନ୍ତୁ...

କୋରୋନା ପରିଚାଳନା କ୍ଷେତ୍ରରେ ଭାରତ ବିକଶିତ ରାଷ୍ଟ୍ରଠାରୁ ଭଲ କାର୍ଯ୍ୟ କରିଛି: ହର୍ଷ ବର୍ଦ୍ଧନ

ନୂଆଦିଲ୍ଲୀ: ବିଭିନ୍ନ ରାଜ୍ୟର ସ୍ବାସ୍ଥ୍ୟମନ୍ତ୍ରୀଙ୍କ ସହ ଆଜି(ସୋମବାର) ଏକ ଭର୍ଚୁଆଲ ବୈଠକ କରିଛନ୍ତି କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ଡକ୍ଟର ହର୍ଷ ବର୍ଦ୍ଧନ। କୋରୋନା ପରିଚାଳନା ନେଇ ଭାରତ କୌଣସି ବିକଶିତ ରାଷ୍ଟ୍ରଠାରୁ ଭଲ କାର୍ଯ୍ୟ ଜାରି ରଖିଥିବା ନେଇ ବୈଠକରେ ମନ୍ତବ୍ୟ ଦେଇଛନ୍ତି କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରୀ। କୋରୋନା ଭାଇରସ ସଂକ୍ରମଣ ପରିଚାଳନା ନେଇ ଏହି ବୈଠକ ଅନୁଷ୍ଠିତ ହୋଇଥିଲା। ବୈଠକରେ ସ୍ବାସ୍ଥ୍ୟମନ୍ତ୍ରୀମାନେ ନିଜ ନିଜ ରାଜ୍ୟର କୋରୋନା ସ୍ଥିତି ସମ୍ପର୍କରେ କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀଙ୍କୁ ଅବଗତ କରାଇଥିଲେ।

ବୈଠକରେ କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ହର୍ଷବର୍ଦ୍ଧନ କହିଛନ୍ତି ଯେ, "ବିଗତ 10 ମାସ ହେଲା ପୂରା ଭାରତ କୋରୋନା ଭାଇରସ ସହ ସଂଘର୍ଶ ଜାରି ରଖିଛି। ଏହି ସଂଘର୍ଶର ପରିଣାମ ଏବେ ଦେଶକୁ ମିଳୁଛି। ମାର୍ଚ୍ଚ ମାସରେ କେରଳରେ ପ୍ରଥମ କୋରୋନା ସଂକ୍ରମତି ଚିହ୍ନଟ ହୋଇଥିଲେ। ଏହାପରେ ଦେଶ ଅନେକ ପ୍ରକାର ସ୍ଥିତି ଦେଇ ଆସିଛି। ଦେଶରେ ଲକଡାଉନ ଘୋଷଣା ହୋଇଥିଲା। ଲକଡାଉନ ନିୟମକୁ ଦେଶବାସୀ ପାଳନ କରିଥିଲେ। ଏଥିପାଇଁ ଦେଶରେ ଅନଲକ ପ୍ରକ୍ରିୟା ଆରମ୍ଭ ହୋଇପାରିଛି। ଏହି ପ୍ରକ୍ରିୟାରେ ଅନ୍ୟ କୌଣସି ବିକଶିତ ରାଷ୍ଟ୍ରଠାରୁ ଭାରତ ଭଲ ସ୍ଥିତି ଭଲ ରହିଛି।"

ବର୍ତ୍ତମାନ ଭାରତରେ କୋରୋନା ସୁସ୍ଥତା ହାର 92.56 ପ୍ରତିଶତ ରହିଛି। କିଛି ମାସ ତଳରେ ଦେଶରେ କୋରୋନା ସଂକ୍ରମିତଙ୍କ ସଂଖ୍ୟା ଅପ୍ରତ୍ୟାଶିତ ଭାବେ ବୃଦ୍ଧି ପାଇଥିବା ଦେଖା ଦେଇଥିଲେ। ତେବେ ବର୍ତ୍ତମାନ ଦେଶରେ ସକ୍ରିୟ କୋରୋନା ଆକ୍ରାନ୍ତଙ୍କ କମ ରହିଛନ୍ତି। ମୋଟ 5 ଲକ୍ଷ ସକ୍ରିୟ ଆକ୍ରାନ୍ତଙ୍କ ମଧ୍ୟରୁ ଅଧିକାଂଶ ସଂକ୍ରମିତ ସୁସ୍ଥ ହୋଇଛନ୍ତି ବା ସୁସ୍ଥ ହେବାକୁ ଯାଉଛନ୍ତି। ଯଥାଶୀଘ୍ର ଆମକୁ ଭ୍ୟାକ୍ସିନ ମିଳିଯାଇ ପାରେ ବୋଲି କହିଛନ୍ତି କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ଡକ୍ଟର ହର୍ଷ ବର୍ଦ୍ଧନ।

କୋରୋନା ଯଦି ଆସିଯାଏ ସେଥିପାଇଁ ମଧ୍ୟ ଏକ ରଣନୀତି ପ୍ରସ୍ତୁତ ହେବା ନେଇ ସୂଚନା ମିଳିଛି। 20ରୁ 30 କୋଟି ଲୋକଙ୍କ ପାଇଁ ଏହି ଭ୍ୟାକ୍ସିନ ପ୍ରସ୍ତୁତ ରଖିବାକୁ ହେବ। ଏହାସହ କେଉଁ କେଉଁ ସ୍ଥାନରେ କୋରୋନା ଟିକା ଦିଆଯିବା ସେନେଇ ଏକ ତାଲିକା ପ୍ରସ୍ତୁତ କରିବାକୁ ହେବ। ଏନେଇ ପ୍ରସ୍ତୁତି କରାଯିବା ନେଇ ସୂଚନା ଦେଇଛନ୍ତି ସ୍ବାସ୍ଥ୍ୟମନ୍ତ୍ରୀ।

କୋରୋନା ପରିଚାଳନାକୁ ନେଇ ଏହି ଭର୍ଚୁଆଲ ବୈଠକରେ ଆନ୍ଧ୍ର ପ୍ରଦେଶ, ଆସାମ, ହରିଆଣା, ହିମାଚଳ ପ୍ରଦେଶ, କେରଳ, ପଞ୍ଜାବ, ରାଜସ୍ଥାନ, ତେଲେଙ୍ଗାନା ଏବଂ ପଶ୍ଚିମ ବଙ୍ଗର ସ୍ବାସ୍ଥ୍ୟମନ୍ତ୍ରୀମାନେ ଯୋଗ ଦେଇଥିଲେ। ଏହି ବୈଠକରେ କୋରୋନାକୁ ନେଇ ଏବେବି ସତର୍କ ରହିବାକୁ କୁହାଯାଇଛି। ଦେଶରେ ବର୍ତ୍ତମାନ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା 85 ଲକ୍ଷ 53 ହଜାର 657 ରହିଛି। ସହିଭଳି ବର୍ତ୍ତମାନ ସୁଦ୍ଧା ମୋଟ 1 ଲକ୍ଷ 26 ହଜାର 611 ଜଣଙ୍କ କୋରୋନା ଭାଇରସ ସଂକ୍ରମଣରୁ ମୃତ୍ୟୁ ହୋଇଛି।

@ani

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.