ନୂଆଦିଲ୍ଲୀ/କଲମ୍ବୋ: ଆର୍ଥିତ ସଙ୍କଟ ମଧ୍ୟରେ ଗତି କରୁଥିବା ପଡୋଶୀ ଶ୍ରୀଲଙ୍କାକୁ 21 ହଜାର ଟନର ସାର ପଠାଇଛି ଭାରତ । ଶ୍ରୀଲଙ୍କାରେ ସଙ୍କଟ ଆରମ୍ଭରୁ ଜାରି ରହିଥିବା ସହଯୋଗ ଶୃଙ୍ଖଳାର ଏହା ଏକ ଅଂଶବିଶେଷ ଯୋଗାଣ । ଶ୍ରୀଲଙ୍କାରେ ଅବସ୍ଥାପିତ ଭାରତୀୟ ହାଇକିଶନର ଏହାକୁ ଔପଚାରିକ ଭାବେ ଶ୍ରୀଲଙ୍କା କର୍ତ୍ତୁପକ୍ଷଙ୍କୁ ହସ୍ତାନ୍ତର କରିଛନ୍ତି (India hands over fertilizer to Sri Lanka ) । ଏହି ରାଶିକୁ ମିଶାଇ ଭାରତ ମୋଟ 44 ହଜାର ମେଟ୍ରିକ ଟନର ସାର ପଡୋଶୀ ରାଷ୍ଟ୍ରକୁ ପଠାଇ ସାରିଲାଣି । ଏବେ ମଧ୍ୟ ସହଯୋଗ ଜାରି ରହିଛି । ବିଭିନ୍ନ ସାମଗ୍ରୀକୁ ମିଶାଇ ବର୍ତ୍ତମାନ ସୁଦ୍ଧା ପ୍ରାୟ 4 ବିଲିୟନ ଆମେରିକୀୟ ଡଲାର ମୂଲ୍ୟର (USD 4 billion in 2022) ସହାୟତା ରାଶି ପଠାଇ ସାରିଛି ନୂଆଦିଲ୍ଲୀ ।
-
India's High Commissioner handed over 21,000 tonnes of fertilizer supplied under India’s special support to the people of Sri Lanka. This follows 44,000 tonnes supplied last month totaling about USD 4 billion in 2022: India in Sri Lanka pic.twitter.com/NtiI2mt1s1
— ANI (@ANI) August 22, 2022 " class="align-text-top noRightClick twitterSection" data="
">India's High Commissioner handed over 21,000 tonnes of fertilizer supplied under India’s special support to the people of Sri Lanka. This follows 44,000 tonnes supplied last month totaling about USD 4 billion in 2022: India in Sri Lanka pic.twitter.com/NtiI2mt1s1
— ANI (@ANI) August 22, 2022India's High Commissioner handed over 21,000 tonnes of fertilizer supplied under India’s special support to the people of Sri Lanka. This follows 44,000 tonnes supplied last month totaling about USD 4 billion in 2022: India in Sri Lanka pic.twitter.com/NtiI2mt1s1
— ANI (@ANI) August 22, 2022
ଚଳିତ ବର୍ଷ ଆରମ୍ଭରୁ ଦ୍ବୀପରାଷ୍ଟ୍ର ଶ୍ରୀଲଙ୍କାରେ ଆର୍ଥିକ ସ୍ଥିତିରେ ଦୃତ ଅବନତି ଦେଖିବାକୁ ମିଳିଥିଲା । ପରେ ସେଠାରେ ଉତ୍କଟ ଆର୍ଥିକ ସଙ୍କଟ ଦେଖାଯିବା ସହ ଗୃହଯୁଦ୍ଧ ପରି ସମସ୍ୟ ମଧ୍ୟ ଆରମ୍ଭ ହୋଇଛି । ଏପରି ସ୍ଥିତିରେ ଦେଶରେ ପ୍ରାୟ 5.7 ମିଲିୟନ ଲୋକେ ଖାଦ୍ୟ ସହ ଅନ୍ୟାନ୍ୟ ସାମଗ୍ରୀର ଅଭାବର ସାମ୍ନା କରିପାରନ୍ତି ବୋଲି ମିଳିତ ଜାତିସଂଘ ସତର୍କ ମଧ୍ୟ କରାଇ ସାରିଛି । ଭାରତ ପଡୋଶୀ ପ୍ରଥମ ମନ୍ତ୍ରରେ ପ୍ରାରମ୍ଭିକ ସମୟରୁ ସହାୟତା ଯୋଗାଣ ଜାରି ରଖିଛି । ଏକାଧିକ ପର୍ଯ୍ୟାୟରେ ଖାଦ୍ୟ, ଔଷଧ ଓ ଅନ୍ୟ ଜରୁରୀ ସାମଗ୍ରୀ ପଠାଇ ସାରିଛି ଭାରତ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ