ETV Bharat / bharat

ଭାରତ-ଫ୍ରାନ୍ସ ଦ୍ବିତୀୟ ରଣନୈତିକ ବୈଠକ: ଭାଗ ନେଲେ ଫ୍ରାନ୍ସ ବୈଦେଶିକ ମନ୍ତ୍ରୀ, NSA ଡୋଭାଲ

author img

By

Published : Nov 6, 2021, 7:18 PM IST

35ତମ ଇଣ୍ଡୋ-ଫ୍ରାନ୍ସ ରଣନୈତିକ ଅଧିବେଶନ ପ୍ୟାରିସରେ ଅନୁଷ୍ଠିତ ହୋଇଛି । ଅଂଶଗ୍ରହଣ କରି ଫ୍ରାନ୍ସ ବୈଦେଶିକ ବ୍ୟାପାର ମନ୍ତ୍ରୀ ଜାନ-ୟେଭ ଲେ ଡ୍ରିଆନଙ୍କ ସହ ଆଲୋଚନା କଲେ ଭାରତର ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ । ବିଭିନ୍ନ ଦ୍ବିପାକ୍ଷିକ ପ୍ରସଙ୍ଗରେ ହେଲା ଆଲୋଚନା । ଅଧିକ ପଢନ୍ତୁ...

ଭାରତ-ଫ୍ରାନ୍ସ ଦ୍ବିତୀୟ ରଣନୈତିକ ବୈଠକ: ଭାଗ ନେଲେ ଫ୍ରାନ୍ସ ବୈଦେଶିକ ମନ୍ତ୍ରୀଙ୍କ ଓ NSA ଅଜିତ ଡୋଭାଲ

ପ୍ୟାରିସ: 35ତମ ଇଣ୍ଡୋ-ଫ୍ରାନ୍ସ ରଣନୈତିକ ଅଧିବେଶନ ଅବସରରେ ଆଜି (ଶୁକ୍ରବାର) ଆଲୋଚନା କରିଛନ୍ତି ଭାରତ ଓ ଫ୍ରାନ୍ସ । ପ୍ୟାରିସରେ ଅନୁଷ୍ଠିତ ଏହି ଅଧିବେଶନରେ ଫ୍ରାନ୍ସର ବୈଦେଶିକ ବ୍ୟାପାର ମନ୍ତ୍ରୀ ଜାନ-ୟେଭ ଲେ ଡ୍ରିଆନ ଓ ଭାରତର ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲଙ୍କ ମଧ୍ୟରେ ବିଭିନ୍ନ ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗରେ ଆଲୋଚନା ହୋଇଛି । ଆଜିର ବୈଠକ ସମ୍ପର୍କରେ ଭାରତରେ ଅବସ୍ଥାପତି ଫ୍ରାନ୍ସ ଦୂତାବାସ ପକ୍ଷରୁ ସୂଚନା ଦିଆଯାଇଛି ।

ଆଜିର ଆଲୋଚନାରେ, ଭାରତ-ଫ୍ରାନ୍ସର ରଣନୈତିକ ଭାଗିଦାରୀକୁ ଆହୁରି ମଜବୁତ କରିବା, ବିଶେଷକରି ପ୍ରତିରକ୍ଷା, ବେସାମରିକ ଆଣବିକ ଶକ୍ତି ଏବଂ ସାମୁଦ୍ରିକ ସୁରକ୍ଷା କ୍ଷେତ୍ର ସମ୍ବନ୍ଧିୟ ବିଭିନ୍ନ ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗ ଉପରେ ଉଭୟ ପକ୍ଷ ମତ ବିନିମୟ କରିଥିଲେ । ସେହିପରି ଭାରତ-ପ୍ରଶାନ୍ତ ମହାସାଗରୀୟ କ୍ଷେତ୍ରରେ ସାମୁଦ୍ରିକ ନିରାପତ୍ତାକୁ ସୁଦୃଢ କରିବା ଓ ବର୍ତ୍ତମାନ ସ୍ଥିତିରେ ଆଫଗାନିସ୍ତାନ ସଙ୍କଟ ଓ ଏହାର ପାରିପାର୍ଶ୍ବିକ ପ୍ରଭାବ ସମ୍ପର୍କିତ ବିଭିନ୍ନ ପ୍ରସଙ୍ଗ ସ୍ଥାନ ପାଇଥିବା ଫ୍ରାନ୍ସ ରାଷ୍ଟ୍ରଦୂତ ଇମାନୁଏଲ ଲେନେନ ସୂଚନା ଦେଇଛନ୍ତି ।

ଚଳିତ ବର୍ଷ ଇଟାଲୀର ରୋମରେ ଆୟୋଜିତ ଜି-20 ସମ୍ମିଳନୀରେ ଫ୍ରାନ୍ସର ରାଷ୍ଟ୍ରପତି ଇମାନୁଏଲ୍ ମାକ୍ରୋନ୍ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମଧ୍ୟରେ ସାକ୍ଷାତକାର ହୋଇଥିଲା । ବିଭିନ୍ନ ପ୍ରସଙ୍ଗ ଉପରେ ଦୁଇ ରାଷ୍ଟ୍ରମୁଖ୍ୟ ଆଲୋଚନା କରିଥିଲେ । ତେବେ ଆଜିର ଏହି ଆଲୋଚନା ଉକ୍ତ ବୈଠକର ଫଲୋ ଅପ୍ ଆଲୋଚନା ବୋଲି ବିବେଚନା କରାଯାଉଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.