ETV Bharat / bharat

ଭାରତ ଗଠନରେ ଶିଖଙ୍କ ଯୋଗଦାନ ପାଇଁ ଦେଶ ଗର୍ବିତ: ମୋଦି - ଭାରତ ଗଠନରେ ଶିଖଙ୍କ ଯୋଗଦାନ

ଭାରତ ଗଠନରେ ଶିଖ ଧର୍ମାବଲମ୍ବୀଙ୍କ ଯୋଗଦାନ ପାଇଁ ଦେଶ ଗର୍ବିତ ବୋଲି ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି । ଅଧିକ ପଢନ୍ତୁ...

India feels proud on Sikhs contribution for nation-building, says Modi
ଭାରତ ଗଠନରେ ଶିଖଙ୍କ ଯୋଗଦାନ ପାଇଁ ଦେଶ ଗର୍ବିତ: ମୋଦି
author img

By

Published : Feb 8, 2021, 3:04 PM IST

ନୂଆଦିଲ୍ଲୀ: ଭାରତ ଗଠନରେ ଶିଖ ଧର୍ମାବଲମ୍ବୀଙ୍କ ଯୋଗଦାନ ପାଇଁ ଦେଶ ଗର୍ବିତ ବୋଲି ପ୍ରଧାନମନ୍ତ୍ରୀ ମୋଦି ରାଜ୍ୟସଭାରେ ରାଷ୍ଟ୍ରପତିଙ୍କ ଅଭିଭାଷଣ ପରେ ଧନ୍ୟବାଦ ପ୍ରସ୍ତାବ ବିବୃତିରେ କହିଛନ୍ତି ।

ଏହି ସମ୍ପର୍କରେ ମୋଦି କହିଛନ୍ତି ଯେ, ଦେଶର ପ୍ରତ୍ୟେକ ଶିଖଙ୍କ ପାଇଁ ଦେଶ ଗର୍ବ ଅନୁଭବ କରେ । ଦେଶ ପାଇଁ ସେମାନଙ୍କ ତ୍ୟାଗ ଓ ବଳିଦାନ ଅତୁଳନୀୟ । ଏଥିଲାଗି ଏହି ସମ୍ପ୍ରଦାୟକୁ ଯେତେ ସମ୍ମାନ ଦେଲେ ମଧ୍ୟ କମ ହେବ । ପଞ୍ଜାବରେ ନିଜ ଜୀବନର କିଛି ଗୁରୁତ୍ବପୂର୍ଣ୍ଣ ସମୟ ବିତାଇଥିବାରୁ ପ୍ରଧାନମନ୍ତ୍ରୀ ନିଜକୁ ଭାଗ୍ୟବାନ କହିବା ସହିତ ଏହି ପଞ୍ଜାବୀ ଭାଷାକୁ ଏହି ସମ୍ପ୍ରଦାୟର ବିରୋଧରେ ବ୍ୟବହାର କରାଯାଇ ସେମାନଙ୍କୁ ବଦନାମ କରାଯିବାକୁ ଉଦ୍ୟମ କରାଯାଉଛି, ଯାହାକି ଦେଶକୁ କେବେ ହେଲେ ଲାଭଦାୟକ ହେବ ନାହିଁ ବୋଲି ମୋଦି ନିଜ ବିବୃତିରେ କହିଛନ୍ତି ।

ମୋଦି ପଞ୍ଜାବରେ ଘଟିଥିବା 1984 ମସିହାର ଦଙ୍ଗାକୁ ମନେପକାଇ କହିଛନ୍ତି ଯେ, ଏହି ଦଙ୍ଗାକୁ ଦେଶବାସୀ କେବେ ଭୁଲିପାରିବେ ନାହିଁ । ଏହି ବିଭାଜନ ସମୟରେ ରାଜ୍ୟ ଉପରେ ଗଭୀର ପ୍ରଭାବ ପକାଇଥିଲା । ଏହି ଯନ୍ତ୍ରଣାଦାୟକ ଘଟଣାରେ ରାଜ୍ୟବାସୀ ପ୍ରଭାବିତ ହୋଇଥିଲେ । ଜମ୍ମୁ ଓ କାଶ୍ମୀରର ନିରୀହ ଜନତା ଏଥିରେ ପ୍ରଭାବିତ ହୋଇଥିଲେ । ତେବେ ଏହି ଅସ୍ତ୍ରଶସ୍ତ୍ର ବ୍ୟବସାୟ ଉତ୍ତରପୂର୍ବ ଅଞ୍ଚଳକୁ ବ୍ୟାପିବା ପରେ ଦେଶକୁ ପ୍ରଭାବିତ କରିଥିଲା ।

ପଞ୍ଜାବର ଅନେକ ଚାଷୀ ଦିଲ୍ଲୀ ସୀମାରେ ଗତ 70 ଦିନ ଧରି 3ଟି ନୂଆ କୃଷି ଆଇନ ବିରୋଧରେ ଆନ୍ଦୋଳନ ଜାରି ରଖିଛନ୍ତି । ତେବେ ସେମାନେ ଏହି ଆଇନକୁ ପ୍ରତ୍ୟାହାର କରିବା ପାଇଁ ଦାବି କରିବା ସହିତ ସରକାରଙ୍କ ଦ୍ବାରା ସର୍ବନିମ୍ନ ଆର୍ଥିକ ସହାୟତା ବା MSPକୁ ନିଶ୍ଟିତ କରିବା ପାଇଁ ଦାବି କରିଛନ୍ତି । ତେବେ MSP ଥିଲା, ଅଛି ଏବଂ ରହିବ ବୋଲି ମୋଦି କହିଛନ୍ତି । ଗରିବ ଶ୍ରେଣୀ ପାଇଁ ସୁଲଭ ମୂଲ୍ୟ ଜାରି ରହିବା ସହିତ ମଣ୍ଡିକୁ ଆଧୁନିକ କରାଯିବ ବୋଲି ସେ କହିଛନ୍ତି । ତେବେ ପୂର୍ବରୁ ପ୍ରଧାନମନ୍ତ୍ରୀ ଚାଷୀଙ୍କୁ କଂଗ୍ରେସ ଓ ବିରୋଧୀ ଦଳ ଭୁଲ୍ ମାର୍ଗ ଦେଖାଉଛନ୍ତି ବୋଲି ଅଭିଯୋଗ କରିଥିଲେ ।

@ANI

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.