ETV Bharat / bharat

ଭୋକରେ ଭାରତ ! ବିଶ୍ବ କ୍ଷୁଧା ତାଲିକାରେ 101ତମ ସ୍ଥାନରେ ଦେଶ - କ୍ଷୁଧା ତାଲିକାରେ ୧୦୧ ସ୍ଥାନରେ ଭାରତ

ବିଶ୍ବ କ୍ଷୁଧା ତାଲିକାରେ ତଳକୁ ଖସିଲା ଭାରତ । ପଡୋଶୀ ପାକିସ୍ତାନ, ବାଂଲାଦେଶ ଏବଂ ନେପାଳ ଅପେକ୍ଷା ନିଜ ନାଗରିକଙ୍କୁ ଖାଦ୍ୟ ଯୋଗାଇବାରେ ପଛରେ ରହିଛି ଦେଶ । ଅଧିକ ପଢନ୍ତୁ...

ବିଶ୍ବ କ୍ଷୁଧା ତାଲିକାରେ ତଳକୁ ଖସିଲା ଭାରତ
ବିଶ୍ବ କ୍ଷୁଧା ତାଲିକାରେ ତଳକୁ ଖସିଲା ଭାରତ
author img

By

Published : Oct 15, 2021, 12:16 PM IST

Updated : Oct 15, 2021, 12:24 PM IST

ନୂଆଦିଲ୍ଲୀ: ବିଶ୍ବ କ୍ଷୁଧା ତାଲିକା(Global hunger index)ରେ ତଳକୁ ଖସିଲା ଭାରତ । ୧୧୬ଟି ଦେଶକୁ ନେଇ କରାଯାଇଥିବା ବିଶ୍ବ କ୍ଷୁଧା ସୂଚକାଙ୍କ ତାଲିକା ପ୍ରକାଶ ପାଇଛି । ଏଥିରେ ଭାରତ ୧୦୧ତମ ସ୍ଥାନ ସହ ଉଦବେଗ୍ ଜନକ ସ୍ଥିତିରେ ରହିଛି । ଗତବର୍ଷ ପ୍ରକାଶିତ କ୍ଷୁଧା ତାଲିକାରେ ୯୪ତମ ସ୍ଥାନରେ ଥିଲା ଭାରତ । ଏଥିସହ ପଡୋଶୀ ପାକିସ୍ତାନ(୯୨), ବାଂଲାଦେଶ (୭୬) ଏବଂ ନେପାଳ (୭୬) ଅପେକ୍ଷା ଭଲ ପ୍ରଦର୍ଶନ କରିଥିଲା । ମାତ୍ର ଚିନ୍ତାର ବିଷୟ,ଗୁରୁବାର ଆସିଥିବା GHI ତାଲିକାରେ ସେମାନଙ୍କ ଠାରୁ ପଛରେ ରହିଛି ଦେଶ ।

ବିଶ୍ବ କ୍ଷୁଧା ତାଲିକାରେ 101ତମ ସ୍ଥାନରେ ଦେଶ
ବିଶ୍ବ କ୍ଷୁଧା ତାଲିକାରେ 101ତମ ସ୍ଥାନରେ ଦେଶ

ଚୀନ, ବ୍ରାଜିଲ ଏବଂ କୁଏତ ସମେତ ୧୮ ରାଷ୍ଟ୍ର GHI ସ୍କୋର ସହ ଟପ୍ ରାଙ୍କରେ ଅଛନ୍ତି । କ୍ଷୁଧା ଏବଂ ପୃଷ୍ଟିହୀନତାକୁ ଅନୁଧ୍ୟାନ କରୁଥିବା ଗ୍ଲୋବାଲ ହଙ୍ଗର ଇଣ୍ଡେକ୍ସ ୱେବସାଇଟରେ ଗୁରୁବାର ଏହା ପ୍ରକାଶିତ ହୋଇଛି । ଇରିସ(Irish ) ସହାୟତା ଏଜେନ୍ସି concern worldwide ଏବଂ ଜର୍ମାନ ସଙ୍ଗଠନ Welt Hunger Hilfe ଦ୍ବାରା ଏହି କ୍ଷୁଧା ରିପୋର୍ଟ ପ୍ରସ୍ତୁତ କରାଯାଇଛି । ଯେଉଁଥିରେ ଭାରତ 'ଗୁରୁତର କ୍ଷୁଧା ବର୍ଗ'ରେ ରହିଛି ବୋଲି କୁହାଯାଇଛି ।

ବିଶ୍ବ କ୍ଷୁଧା ତାଲିକାରେ 101ତମ ସ୍ଥାନରେ ଦେଶ
ବିଶ୍ବ କ୍ଷୁଧା ତାଲିକାରେ 101ତମ ସ୍ଥାନରେ ଦେଶ

୨୦୨୦ରେ ୧୦୭ ରାଷ୍ଟ୍ରକୁ ନେଇ ବିଶ୍ବ କ୍ଷୁଧା ତାଲିକା ପ୍ରସ୍ତୁତ ହୋଇଥିଲା । ହେଲେ ଚଳିତ ବର୍ଷ ୧୧୬ଟି ରାଷ୍ଟ୍ରର କ୍ଷୁଧା ସ୍ତରକୁ ବିଚାରକୁ ନିଆଯାଇଛି ଏବଂ ଏହି ତାଲିକାରେ ଦେଶ ୧୦୧ ରାଙ୍କକୁ ଖସି ଆସିଛି । ଭାରତର GHI ସ୍କୋର ମଧ୍ୟ କମିଥିବା ରିପୋର୍ଟରେ ଦର୍ଶାଯାଇଛି । ୨୦୦୦ରେ GHI ସ୍କୋର ୩୮.୮ ଥିଲା, ଯାହା ୨୦୧୨ରୁ ୨୦୨୧ ମଧ୍ୟରେ ୨୮.୮-୨୭.୫ ମଧ୍ୟରେ ରହିଛି । କହିରଖୁଛୁ କି,undernourishment, child wasting, child stunting, child mortality ନେଇ GHI ସ୍କୋର ଗଣନା କରାଯାଇଥାଏ ।

ଭାରତ ସମେତ ନେପାଳ, ବାଲାଂଦେଶ, ମିଆଁମାର ଏବଂ ପାକିସ୍ତାନ ମଧ୍ୟ 'ଗୁରୁତର କ୍ଷୁଧା ବର୍ଗ'ରେ ରହିଛନ୍ତି । ମାତ୍ର ରିପୋର୍ଟ ଅନୁଯାୟୀ, ଏହିସବୁ ଦେଶଗୁଡିକ ଭାରତ ଅପେକ୍ଷା ନିଜ ନାଗରିକମାନଙ୍କୁ ଖାଇବାକୁ ଦେବାରେ ଅଧିକ ଉନ୍ନତି କରିଛନ୍ତି ।

ରିପୋର୍ଟରେ ଏହା ମଧ୍ୟ କୁହାଯାଇଛି କି, ୧୯୯୮ ରୁ ୨୦୦୨ ମଧ୍ୟରେ ଭାରତର child wasting ହାର ୧୭.୧ ପ୍ରତିଶତ ଥିଲା । ହେଲେ ୨୦୧୬-୨୦୨୦ ମଧ୍ୟରେ ଏହି ହାର ୧୭.୩ ପ୍ରତିଶତକୁ ବୃଦ୍ଧି ପାଇଥିଲା । ମହାମାରୀ ପ୍ରସାରକୁ ରୋକିବା ପାଇଁ ବିଗତ ଦିନରେ ଭାରତରେ ସମ୍ପୂର୍ଣ୍ଣ ତାଲାବନ୍ଦ ହୋଇଥିଲା । ଯାହା ସାଧାରଣ ଲୋକଙ୍କୁ ଖୁବ୍ ପ୍ରଭାବିତ କରିଥିଲା ଏବଂ ବିଶ୍ବବ୍ୟାପୀ ଦେଶର child wasting ହାର୍ ସବୁଠୁ ଅଧିକ ରହିଥିଲା । ତେବେ ଭାରତ ଅନ୍ୟ କିଛି କ୍ଷେତ୍ରରେ ଉନ୍ନତି ହାସଲ କରିପାରିଛି । ଯେପରିକି ଭାରତରେ ପାଞ୍ଚବର୍ଷରୁ କମ୍ ଶିଶୁମୃତ୍ୟୁ ହାର, ଚାଇଲ୍ଡ ଷ୍ଟନିଂ ଏବଂ ଖାଦ୍ୟଭାବ ଯୋଗୁଁ ପୃଷ୍ଟିହୀନତା ସମସ୍ୟାରେ ସୁଧାର ଆସିଛି ।

Last Updated : Oct 15, 2021, 12:24 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.