ETV Bharat / bharat

INDIA Boycott News Anchors: ନୀତିଶ କହିଲେ ନିଷ୍ପତ୍ତି ସମ୍ପର୍କରେ ଜାଣେନାହିଁ, ସାମ୍ବାଦିକଙ୍କୁ ସମର୍ଥନ କରେ

author img

By ETV Bharat Odisha Team

Published : Sep 16, 2023, 9:42 PM IST

Updated : Sep 16, 2023, 10:44 PM IST

ନିର୍ଦ୍ଧିଷ୍ଟ ସାମ୍ବାଦିକଙ୍କୁ ବୟକଟ ପ୍ରସଙ୍ଗରେ ‘ଇଣ୍ଡିଆ’ ମେଣ୍ଟର ନିଷ୍ପତ୍ତିକୁ ନାପସନ୍ଦ କଲେ ନୀତିଶ । କହିଲେ ମୁଁ ସାମ୍ବାଦିକଙ୍କୁ ସମର୍ଥନ କରେ । ନିଷ୍ପତ୍ତି ସମ୍ପର୍କରେ ମତେ ଜଣାନାହିଁ ।

INDIA boycott news anchors: ନୀତିଶ କହିଲେ ମୁଁ ନିଷ୍ପତ୍ତି ସମ୍ପର୍କରେ ଜାଣେନାହିଁ, ଗଣମାଧ୍ୟମକୁ ସମର୍ଥନ କରେ

ନୂଆଦିଲ୍ଲୀ/ବିହାର: ବିଜେପି ବିରୋଧରେ ବିରୋଧୀଙ୍କୁ ଏକାଠି କରିବାରେ ପ୍ରଥମ ଅଣ୍ଟା ଭିଡିଥିବା ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର ‘ଇଣ୍ଡିଆ’ ମେଣ୍ଟ ଗଠନ ହେବା ପରେ ଅସନ୍ତୁଷ୍ଟ । ଏପରି ଯେଉଁ ଚର୍ଚ୍ଚା ଲାଗି ରହିଛି, ତାହା ଗୋଟିଏ ପରେ ଗୋଟିଏ ଘଟଣାକ୍ରମରେ ଅଧିକ ଘନୀଭୂତ ହେବା ପରି ଦୃଶ୍ୟମାନ ହେଉଛି । ଇଣ୍ଡିଆ ମେଣ୍ଟ ଜାତୀୟ ଗଣମାଧ୍ୟମର 14 ଅଗ୍ରଣୀ ଉପସ୍ଥାପକ ବା ସାମ୍ବାଦିକଙ୍କ କାର୍ଯ୍ୟକ୍ରମକୁ ବର୍ଜନ କରିଛି । ତେବେ ଏହାକୁ ନେଇ ଅସନ୍ତୋଷ ବ୍ୟକ୍ତ କରିଛନ୍ତି ନୀତିଶ । ମେଣ୍ଟର ଏହି ବର୍ଜନ ନିଷ୍ପତ୍ତିକୁ ନାପସନ୍ଦ କରିବା ସହ ସେ ଏହି ସମ୍ପର୍କରେ ଜାଣନ୍ତି ନାହିଁ ବୋଲି କହିଛନ୍ତି । ସେ କେବଳ ନିଷ୍ପତ୍ତିକୁ ବିରୋଧ କରିନାହାନ୍ତି ବରଂ ସେ ସାମ୍ବାଦିକମାନଙ୍କୁ ସମର୍ଥନ କରନ୍ତି ବୋଲି ମଧ୍ୟ କହିଛନ୍ତି ।

  • #WATCH | On the INDIA alliance's announcement to boycott several TV news anchors, Bihar CM Nitish Kumar says, "I have no idea about this...I am in support of journalists..." pic.twitter.com/sXzGER63bk

    — ANI (@ANI) September 16, 2023 " class="align-text-top noRightClick twitterSection" data=" ">

ଆଜି ପାଟନାରେ ଏହି ପ୍ରସଙ୍ଗରେ ଗଣମାଧ୍ୟମର ପ୍ରଶ୍ନରେ ପ୍ରତିକ୍ରିୟା ରଖି ନୀତିଶ କହିଛନ୍ତି, ‘‘ମେଣ୍ଟର ଏହି ନିଷ୍ପତ୍ତି ସମ୍ପର୍କରେ ମୁଁ ଜାଣେ ନାହିଁ । ମୁଁ ସାମ୍ବାଦିକଙ୍କ ସମର୍ଥନରେ ରହିଛି । ସମସ୍ତଙ୍କର ସ୍ବାଧୀନତା ରହିଛି । ସାମ୍ବାଦିକମାନେ ଯାହା ଠିକ ଭାବିବେ ତାହା ହିଁ ଲେଖିବେ । ସେମାନେ କାହାର ନିୟନ୍ତ୍ରଣାଧୀନ ନୁହନ୍ତି । ମୁଁ ସେମିତି କେବେ କରେନାହିଁ । ସେମାନଙ୍କର ଅଧିକାର ରହିଛି । ମୁଁ କେବେ ସେମାନଙ୍କ ବିରୋଧରେ ନୁହେଁ ।’’

ବିଜେପି ବିରୋଧରେ ଗଠନ ହୋଇଥିବା ଇଣ୍ଡିଆ ମେଣ୍ଟ ନିଜର ମିଡିଆ ରଣନୀତି ପ୍ରସ୍ତୁତି କରିଛି । 14 ଜାତୀୟ ଟେଲିଭିଜନ ଆଙ୍କରଙ୍କ ତର୍କ କାର୍ଯ୍ୟକ୍ରମକୁ ବର୍ଜନ କରିଛି ମେଣ୍ଟ । ଏହି ନିର୍ଦ୍ଦିଷ୍ଟ ସାମ୍ବାଦିକଙ୍କ କାର୍ଯ୍ୟକ୍ରମରେ ମେଣ୍ଟର କୌଣସି ମୁଖପାତ୍ର କିମ୍ବା ନେତା ଅଂଶଗ୍ରହଣ କରିବେ ନାହିଁ । ତେବେ ବିରୋଧୀ ମେଣ୍ଟର ଏହି ନୀତିକୁ ବିଜେପି ସାମାଲୋଚନା କରିଛି । ଏହାକୁ ଜରୁରୀକାଳୀନ ସ୍ଥିତି ସହ ଭାରତୀୟ ଜନତା ପାର୍ଟି ତୂଳନା କରିଛି । ସେହିପରି ନ୍ୟୁଜ୍ ବ୍ରୋଡକାଷ୍ଟର୍ସ ଏବଂ ଡିଜିଟାଲ୍ ଆସୋସିଏସନ୍ (ଏନବିଡିଏ) ମଧ୍ୟ ଏହି ନିଷ୍ପତ୍ତିକୁ ନାପସନ୍ଦ କରିଛି । ଏହି ନିଷ୍ପତ୍ତି ଏକ ବିପଜ୍ଜନକ ଉଦାହରଣ ଏବଂ ଏହା ଗଣତନ୍ତ୍ରର ନୈତିକତା ବିରୋଧୀ ବୋଲି ଏନବିଡିଏ କହିଛି ।

  • On the INDIA alliance's announcement to boycott several TV news anchors, Bihar CM Nitish Kumar says, "I have no idea about this...I am in support of journalists. When everyone gets full freedom, journalists will write what they like. Are they controlled? Have I ever done it? They… pic.twitter.com/OqgNktxOX3

ଏହା ମଧ୍ୟ ପଢନ୍ତୁ :- 14 ଟିଭି ଆଙ୍କରଙ୍କ କାର୍ଯ୍ୟକ୍ରମ ବର୍ଜନ କରିବ ‘ଇଣ୍ଡିଆ’ ମେଣ୍ଟ

କଂଗ୍ରେସର ଏହି ବୟକଟ ତାଲିକାରେ ଆଦିତ୍ୟ ତ୍ୟାଗୀ (ଭାରତ ଏକ୍ସପ୍ରେସ), ଅମନ ଚୋପ୍ରା (ନ୍ୟୁଜ୍-18 ଭାରତ), ଅମିଷ ଦେବଗନ୍ (ନ୍ୟୁଜ୍ 18 ଇଣ୍ଡିଆ), ଆନନ୍ଦ ନରସିଂହନ୍ (ନ୍ୟୁଜ୍ 18), ଅର୍ଣ୍ଣବ ଗୋସ୍ୱାମୀ (ରିପବ୍ଲିକ ଟିଭି ), ଚିତ୍ରା ତ୍ରିପାଠୀ (ଆଜତକ), ଗୌରବ ସାୱନ୍ତ (ଅଜତକ), ନବିକା କୁମାର ( ଟାଇମ୍ସ ନାଓ / ନବଭାରତ), ପ୍ରସି ପର୍ଶର (ଇଣ୍ଡିଆ ନ୍ୟୁଜ୍), ରୁବିକା ଲିଆକତ (ଇଣ୍ଡିଆ-24), ଶିବ ଆରୋର (ଇଣ୍ଡିଆ ଟୁଡେ), ସୁଧୀର ଚୌଧୁରୀ (ଆଜତକ) ଏବଂ ସୁଶାନ୍ତ ସିହ୍ନା (ଟାଇମ୍ସ ନାଓ /ନବଭାରତ) ପ୍ରମୁଖ ରହିଛନ୍ତି । ଏବେ ଏହି ପ୍ରସଙ୍ଗରେ ନୀତିଶଙ୍କ ଆଭିମୁଖ୍ୟ ମଧ୍ୟ ମେଣ୍ଟର ନିଷ୍ପତ୍ତି ବିରୋଧରେ ।

ବ୍ଯୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Sep 16, 2023, 10:44 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.