ETV Bharat / bharat

ଲଦାଖ କ୍ଷେତ୍ରରେ ସର୍ଭିଲାନ୍ସ ବଢାଉଛି ସେନା, ନୂଆ ଡ୍ରୋନ କରୁଛି ମୁତୟନ

ପୂର୍ବ ଲଦାଖ କ୍ଷେତ୍ରରେ ସର୍ଭିଲାନ୍ସ ପାଇଁ ମୁତୟନ ହେଉଛି ନୂତନ ଡ୍ରୋନ ୟୁନିଟ । ଚୀନ ସେନାର ଗତିବିଧି ଉପରେ ରଖିବ ନଜର । ଅଧିକ ପଢନ୍ତୁ

ଲଦାଖ କ୍ଷେତ୍ରରେ ସର୍ଭିଲାନ୍ସ ବଢାଉଛି ସେନା, ନୂଆ ଡ୍ରୋନ କରୁଛି ମୁତନୟ

author img

By

Published : Dec 11, 2022, 10:43 PM IST

Updated : Dec 12, 2022, 6:49 AM IST

ହାଇଦ୍ରାବାଦ: ଚୀନ ସହ ସୀମା ବିବାଦ ପରେ ପୂର୍ବ-ଲଦାଖ କ୍ଷେତ୍ରରେ କ୍ରମାଗତ ସାମରିକ ଭିତ୍ତିଭୂମି ସୁଦୃଢ କରିବା ସହ ସର୍ଭିଲାନ୍ସ ବ୍ୟବସ୍ଥାକୁ ବଢାଇବାରେ ଲାଗିଛି ଭାରତୀୟ ସେନା । ଅନ୍ୟପଟେ ଚୀନ ସେନା ମଧ୍ୟ ପ୍ରକୃତ ନିୟନ୍ତ୍ରଣ ରେଖାର ଅପରପାର୍ଶ୍ବରେ ସାମରିକ ଭିତ୍ତିଭୂମି ବଢାଇବାରେ ଲାଗିଛି । ଡ୍ରାଗନ ସେନାର ଗତିବିଧି ଉପରେ ତୀକ୍ଷ୍ଣ ନଜର ରଖିବା ପାଇଁ ଡ୍ରୋନ ମୁତୟନ ସଂଖ୍ୟା ବଢାଇବାରେ ଲାଗିଛି ସେନା । ପୂର୍ବ-ଲଦାଖ କ୍ଷେତ୍ର ଓ ସିକିମ ସୀମା ସଲଗ୍ନ ପ୍ରକୃତ ନିୟନ୍ତ୍ରଣ ରେଖା ଅଞ୍ଚଳରେ ନୂଆ ଡ୍ରୋନ ୟୁନିଟ ମୁତୟନ ଆରମ୍ଭ ମଧ୍ୟ କରାଯାଇଛି ।

ପ୍ରତିରକ୍ଷା ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ନିଜର ପ୍ରସ୍ତୁତି ସହ ଚୀନ ସେନାର ଗତିବିଧି ଉପରେ କଡା ନଜର ରଖିଛି ଭାରତୀୟ ସୁରକ୍ଷା ବଳ । ଏହି କ୍ରମରେ ସର୍ଭିଲାନ୍ସ ବ୍ୟବସ୍ଥାକୁ ପ୍ରଭାବଶାଳୀ କରିବା ପାଇଁ ଆଡଭାନ୍ସ ଡ୍ରୋନ ସିଷ୍ଟମ ମୁତୟନ କରାଯିବା ପ୍ରକ୍ରିୟା ଆରମ୍ଭ କରାଯାଇଛି । ଏହି ଅତ୍ୟାଧୁନିକ ଡ୍ରୋନଗୁଡିକ ଚୀନ ସେନାର ଗତିବିଧି ଉପରେ ତୀକ୍ଷ୍ଣ ନଜର ରଖିବେ । ଏହି ଡ୍ରୋନଗୁଡିକରେ ସାଟେଲାଇଟ କମ୍ୟୁନିକେସ ସିଷ୍ଟମ ମଧ୍ୟ ବିକଶିତ ହୋଇଛି । ଫଳରେ ତ୍ବରିତ ଭାବେ ସୂଚନା ସଂଗ୍ରହ ଓ ଏସମ୍ପର୍କିତ ତଥ୍ୟ ସୁରକ୍ଷା ବଳ ନିକଟରେ ପହଞ୍ଚିବା ପ୍ରକ୍ରିୟା ମଧ୍ୟ ସୁଗମ ହେବ ।

ଭାରତୀୟ ସେନା ଇସ୍ରାଏଲଠାରୁ ଅତ୍ୟାଧୁନିକ ଡ୍ରୋନ୍‌ କିଣା ଜାରି ରଖିଛି । ଏହି ଆଡଭାନ୍ସ ଡ୍ରୋନ୍‌ଗୁଡିକ ଭାରତୀୟ ନୌସେନା ଓ ସ୍ଥଳସେନାରେ କାର୍ଯ୍ୟ କରିବ । ଯାହାର ମୁତୟନ ଏବେ ପୂର୍ବ ଲଦାଖ କ୍ଷେତ୍ରରେ ଆରମ୍ଭ ହୋଇସାରିଛି । 2020ରେ ପୂର୍ବ-ଲଦାଖ କ୍ଷେତ୍ରର ଗଲଓ୍ବାନ ଘାଟିରେ ଚୀନ ସୈନ୍ୟଙ୍କ ସହ ଭାରତୀୟ ଯବାନଙ୍କ ସଂଘର୍ଷ ପରେ ଏହି ଅଞ୍ଚଳରେ କ୍ରମାଗତ ସୁରକ୍ଷା ବ୍ୟବସ୍ଥାକୁ ବଢାଯିବାରେ ଲାଗିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Dec 12, 2022, 6:49 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.