ETV Bharat / bharat

ବିପର୍ଯ୍ୟୟ ପରିଚାଳନା କ୍ଷେତ୍ରରେ ଭାରତ ସର୍ବତ୍ତୋମ: କେନ୍ଦ୍ର ଗୃହମନ୍ତ୍ରୀ - କାପାସିଟ ବିଲ୍ଡିଙ୍ଗ ଫର ଡିଜାଷ୍ଟର ରେସ୍ପନ୍ସ ୨୦୨୨

ବିପର୍ଯ୍ୟୟ ପରିଚାଳନା କ୍ଷେତ୍ରରେ ଭାରତ ବିଶ୍ବର ଅନ୍ୟତମ ସ୍ଥାନ ଗ୍ରହଣ କରିଛି । ବିପର୍ଯ୍ୟୟ ପରିଚାଳନାରେ ଭାରତ ନିଜର ସ୍ଥିତିକୁ ବୃଦ୍ଧି କରିବା ସହ ବର୍ତ୍ତମାନ ଏହାର କ୍ଷମତା ବିଶ୍ବର ଅନ୍ୟାନ୍ୟ ଦେଶ ସହିତ ସମାନ ଏବଂ ଅନେକ ଦେଶ ଠାରୁ ଆଗରେ ଅଛି ବୋଲି ଆଜି(ଗୁରୁବାର) କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା କହିଛନ୍ତି । ଅଧିକ ପଢନ୍ତୁ

ବିପର୍ଯ୍ୟୟ ପରିଚାଳନା କ୍ଷେତ୍ରରେ ଭାରତ ସର୍ବତ୍ତୌମ: କେନ୍ଦ୍ର ଗୃହମନ୍ତ୍ରୀ

author img

By

Published : Apr 7, 2022, 10:48 PM IST

ନୂଆଦିଲ୍ଲୀ: ବିପର୍ଯ୍ୟୟ ପରିଚାଳନା କ୍ଷେତ୍ରରେ ଭାରତ ବିଶ୍ବର ଅନ୍ୟତମ ସ୍ଥାନ ଗ୍ରହଣ କରିଛି । ବିପର୍ଯ୍ୟୟ ପରିଚାଳନାରେ ଭାରତ ନିଜର ସ୍ଥିତିକୁ ବୃଦ୍ଧି କରିବା ସହ ବର୍ତ୍ତମାନ ଏହାର କ୍ଷମତା ବିଶ୍ବର ଅନ୍ୟାନ୍ୟ ଦେଶ ସହିତ ସମାନ ଏବଂ ଅନେକ ଦେଶ ଠାରୁ ଆଗରେ ଅଛି ବୋଲି ଆଜି(ଗୁରୁବାର) କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା କହିଛନ୍ତି । ଏଥିସହ ଆମେ ବିପର୍ଯ୍ୟୟ ପରିଚାଳନା କ୍ଷେତ୍ରରେ ଅନେକ ରାସ୍ତା ଅତିକ୍ରମ କରିଛୁ ବୋଲି ସେ କହିଛନ୍ତି ।

ସେହିପରି ୧୯୯୦ ମସିହାରେ ପୁନର୍ବାସ-କେନ୍ଦ୍ରିକ ଉପାୟରେ ଭାରତର ସ୍ଥିତି ଯାହା ରହିଥିଲା, ଏହା ଏବେ ପରିବର୍ତ୍ତନ ହେବା ସହ ଆମେ ଅଧିକ ବିପର୍ଯ୍ୟୟ ପରିଚାଳନା ଓ ହେବାକୁ ଥିବା ବିପର୍ଯ୍ୟୟ ବିଷୟରେ ଅଧିକ ସୂଚନା ପାଇ ପାରୁଛୁ । ତେବେ ଏହି ସବୁ ସୂଚନା ବହୁତ ଶୀଘ୍ର ମିଳି ପାରୁଥିବାରୁ ଆମେ ସାଧାରଣ ଲୋକଙ୍କ ଜୀବନ ବଞ୍ଚାଇବାରେ ସକ୍ଷମ ହୋଇପାରୁଛୁ ବୋଲି ଶାହା କହିଛନ୍ତି । ଏଥିସହ ସମ୍ପତ୍ତି କ୍ଷୟକ୍ଷତି ହ୍ରାସ କରିବରେ ସଫଳ ହୋଇ ପାରୁଛୁ ବୋଲି ସେ କହିଛନ୍ତି ।

ସେହିଭଳି ବିପର୍ଯ୍ୟୟ ପରିଚାଳନା ଦିଗରେ ଭାରତ ବିଶ୍ବର ଏକ ଅଗ୍ରଣୀ ରାଷ୍ଟ୍ର ଭାବେ ପରିଗଣିତ ହୋଇଥିବ ବେଳେ ଅନେକ ଦେଶ ତୁଳନାରେ ଭାରତ ବିପର୍ଯ୍ୟୟ ପରିଚାଳନା ଓ ମୁକାବିଲା କ୍ଷେତ୍ରରେ ଅନ୍ୟତମ ସ୍ଥାନ ହାସଲ କରିଛି । ଏଥିସହ ବିଭିନ୍ନ ଦେଶରେ ଭିନ୍ନ ଭିନ୍ନ ପରିସ୍ଥିତରେ ଭାରତ ଦୃଢତାର ସହ ବିପର୍ଯ୍ୟୟ ମୁକାବିଲା କରିବାରେ ସଫଳ ହୋଇଛି । ତେବେ ଆଜି( ଗୁରୁବାର) କାପାସିଟ ବିଲ୍ଡିଙ୍ଗ ଫର ଡିଜାଷ୍ଟର ରେସ୍ପନ୍ସ ୨୦୨୨(Capacity Building for Disaster Response 2022) ବାର୍ଷିକ ସମ୍ମିଳନୀରେ ଏହା କହିଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ।

ଏତଦ୍‌ବ୍ୟତିତ୍‌ ବିପର୍ଯ୍ୟୟ ପରିଚାଳନା ଲାଗି କେନ୍ଦ୍ର ସରକାର ବିଭିନ୍ନ ନିଷ୍ପତ୍ତି ନେବା ସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନିଷ୍ପତ୍ତି ଦ୍ବାରା ଭାରତ ଏହା କରିବାରେ ସଫଳ ହୋଇଛି । ଫଳରେ ବିପର୍ଯ୍ୟୟ ସମୟରେ ମୃତ୍ୟୁହାର ବହୁତ ସଂଖ୍ୟାରେ ହ୍ରାସ କରାଯାଇ ପାରିଛି ବୋଲି ସେ କହିଛନ୍ତି । ଏହା ସହିତ ନିମ୍ନ ସ୍ତରରେ କୌଣସି ବିପର୍ଯ୍ୟୟ ସମ୍ବନ୍ଧରେ ଦକ୍ଷତା ବୃଦ୍ଧି ଏବଂ ସଠିକ୍ ପେରେକୋଲେସନ୍(percolation)ଲାଗି ଆବଶ୍ୟକ ହେଉଥିବା ସୂଚନା ଉପରେ ଗୃହମନ୍ତ୍ରୀ ମଧ୍ୟ ଗୁରୁତ୍ୱାରୋପ କରିଛନ୍ତି ।

ଅପରପକ୍ଷରେ ବିପର୍ଯ୍ୟୟ ପୂର୍ବରୁ ସଠିକ୍‌ ସୂଚାନ ପାଇବାରେ ଆମେ ସଫଳ ହୋଇଥିବା ବେଳେ ଘଡଘଡି ଉପରେ ମଧ୍ୟ ସଠିକ୍‌ ତଥ୍ୟ ଲୋକଙ୍କ ପ୍ରଦାନ କରି ପାରୁଛୁ ବୋଲି ସେ କହିଛନ୍ତି । ତେବେ ବିପର୍ଯ୍ୟୟ ପ୍ରବଣ ଅଞ୍ଚଳରେ ରହୁଥିବା ସାଧାରଣ ଲୋକଙ୍କ ପାଖରେ ଏହି ସୂଚନା ପହଞ୍ଚାଇବାରେ ସଫଳ ମଧ୍ୟ ହୋଇଛି । ଏଥିସହ ସମୟ ପୂର୍ବରୁ ଲୋକଙ୍କ ପାଖରେ ଏହି ସୂଚନା ପହଞ୍ଚାଇବାରେ ଆମେ ସଫଳ ହୋଇଛି ବୋଲି ଶାହା କହିଛନ୍ତି ।

ସେପଟେ ବିପର୍ଯ୍ୟୟ ପରିଚାଳନ ଲାଗି ଥିବା ସମସ୍ତ ସରକାରୀ ସଂସ୍ଥା ସହ ସମନ୍ବୟ ରକ୍ଷା କରିବା ସହ ବିପର୍ଯ୍ୟୟ ଦୃଢତାର ସହ ମୁକାବିଲା କରଯାଉଛି । ଏଥିସହ ଏହି ବିପର୍ଯ୍ୟୟ ପରିଚାଳନରେ ମୁଖ୍ୟ ଭୂମିକା ଗ୍ରହଣ କରିଛନ୍ତି, ନ୍ୟାସନାଲ ଡିଜାଷ୍ଟର ରେସ୍ପନ୍ସ ଫୋର୍ସ (National Disaster Response Force-NDRF), ଷ୍ଟେଟ୍‌ ଡିଜାଷ୍ଟର ରେସ୍ପନ୍ସ ଫୋର୍ସ(State Disaster Response Forces-SDRFs) । ଏମାନଙ୍କ ଅତୁଳନୀୟ ଅବଦାନ ଲାଗି ବହୁ ମାତ୍ରାରେ ଧନ ଜୀବନ ନଷ୍ଟ ହେବାରୁ ରକ୍ଷା କରାଯାଇ ପାରୁଛି ବୋଲି ଶାହା କହିଛନ୍ତି ।

ଅନ୍ୟପଟେ ଆଜିର ଏହି କାର୍ଯ୍ଯକ୍ରମରେ ଏନଡିଆରଏଫ ଡିଜି ଅତୁଲ କରୱାଲଙ୍କ ନେତୃତ୍ବରେ ବିପର୍ଯ୍ୟୟ ପରିଚାଳନା ଲାଗି ଏକ ଆର୍ଲଟ ସିଷ୍ଟମ ପ୍ରତିଷ୍ଠା କରାଯାଇଥିବା ବେଳେ ଏଥିରେ ଏନସିସି, ଏନଏସଏସ ଏବଂ ହୋମ ଗାର୍ଡଙ୍କୁ ସାମିଲ କରାଯାଇଛି ବୋଲି ଶାହା ସୂଚନା ଦେଇଛନ୍ତି । ଏଥିସହ ମହିଳା ସ୍ବୟଂ ସହାୟକ ଗୋଷ୍ଠୀଙ୍କୁ ମଧ୍ୟରେ ଏଥିରେ ନିୟୋଜିତ କାରାଯାଇଛି । ସେହିପରି ଏମାନଙ୍କୁ ବିପର୍ଯ୍ୟୟ ସମୟରେ କିଭିଳି ମୁକାବିଲା କରିବେ ସେନେଇ ପଞ୍ଚାୟତ ସ୍ତରରେ ମଧ୍ୟ ତାଲିମ ଦିଆଯାଇଛି । ଏଥିସହ ବିଭିନ୍ନ ରାଜ୍ୟରେ ଆଞ୍ଚଳିକ ଭାଷାରେ ମଧ୍ୟ ଏହି ତାଲିମ ଦିଆଯାଇଥିବା କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା କହିଛନ୍ତି ।

ସେହିଭଳି ଏହି ତାଲିମ ପ୍ରାପ୍ତ ଲୋକେ ପ୍ରାକୃତିକ ବିପର୍ଯ୍ୟୟ ସମୟରେ ନ୍ୟାସନାଲ ଡିଜାଷ୍ଟର ରେସ୍ପନ୍ସ ଫୋର୍ସ (National Disaster Response Force-NDRF), ଷ୍ଟେଟ୍‌ ଡିଜାଷ୍ଟର ରେସ୍ପନ୍ସ ଫୋର୍ସ(State Disaster Response Forces-SDRFs) ପହଞ୍ଚିବାରେ ବିଳମ୍ବ ହେଉ ଅବା ଆବଶ୍ୟକତା ଅନୁସାରେ ଲୋକଙ୍କୁ ସହାୟତା ଯୋଗାଇବା ପାଇଁ କାର୍ଯ୍ୟ କରିବେ । ଏଥିସହ ୨୧ ହଜାର ଷ୍ଟେଟ୍‌ ଡିଜାଷ୍ଟର ରେସ୍ପନ୍ସ ଫୋର୍ସ(State Disaster Response Forces-SDRFs) ତାଲିମ ନେଇଥିବା ବେଳେ ବିପର୍ଯ୍ୟୟ ପରିଚାଳନା କରିବା ଲାଗି ୩୨ଟି ନିୟମ ପ୍ରସ୍ତୁତ କରାଯାଇଛି ବୋଲି ଅମିତ ଶାହା କହିଛନ୍ତି ।

@ANI

For All Latest Updates

TAGGED:

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.