ETV Bharat / bharat

ଏତିକି ସପ୍ତାହ ମଧ୍ୟରେ ଆସିପାରେ କୋରୋନାର ତୃତୀୟ ଲହର... - AIIMS chief Randeep Guleria

କୋରୋନାର ତୃତୀୟ ଲହରକୁ ମାତ୍ ଦେବା ପାଇଁ କେନ୍ଦ୍ର ଓ ରାଜ୍ୟ ସରକାର ଜୋରଦାର ପ୍ରସ୍ତୁତ ଚଳାଇଛନ୍ତି । ଏହାରି ଭିତରେ ଆସିଛି ଆଉ ଏକ ଗୁରୁତ୍ବପୂର୍ଣ୍ଣ ତଥ୍ୟ । ଆସନ୍ତା ୬-୮ ସପ୍ତାହ ମଧ୍ୟରେ ଦେଶରେ ତୃତୀୟ ଲହର ଆସିଯିବ ବୋଲି ଡାକ୍ତର ରଣଦୀପ ଗୁଲେରିଆ ସଚେତନ କରାଇଛନ୍ତି। ଅଧିକ ପଢନ୍ତୁ...

୬-୮ ସପ୍ତାହ ମଧ୍ୟରେ ଆସିପାରେ କୋରୋନାର ତୃତୀୟ ଲହର: ଗୁଲେରିଆ

author img

By

Published : Jun 20, 2021, 9:23 AM IST

ନୂଆଦିଲ୍ଲୀ: କୋରୋନାର ତୃତୀୟ ଲହରକୁ ନେଇ ଦେଶରେ ଲାଗି ରହିଛି କଳ୍ପନାଜଳ୍ପନା । ତୃତୀୟ ଲହରକୁ ମାତ୍ ଦେବା ପାଇଁ କେନ୍ଦ୍ର ଓ ରାଜ୍ୟ ସରକାରମାନେ ଜୋରଦାର ପ୍ରସ୍ତୁତ ଚଳାଇଛନ୍ତି । ଏହାରି ଭିତରେ ଆସିଛି ଆଉ ଏକ ଗୁରୁତ୍ବପୂର୍ଣ୍ଣ ତଥ୍ୟ । କୋରୋନାର ସମ୍ଭାବ୍ୟ ତୃତୀୟ ଲହର ନେଇ ମୁଖ୍ୟ ଡାକ୍ତର ରଣଦୀପ ଗୁଲେରିଆ ଏକ ବଡ଼ ବିବୃତ୍ତି ଦେଇଛନ୍ତି । ଆସନ୍ତା ୬-୮ ସପ୍ତାହ ମଧ୍ୟରେ ଦେଶରେ ତୃତୀୟ ଲହର ଆସିଯିବ ବୋଲି ରଣଦୀପ ଗୁଲେରିଆ ସଚେତନ କରାଇଛନ୍ତି।

ଦେଶରେ ଏବେ ଅନେକ ରାଜ୍ୟ କଟକଣାକୁ କୋହଳ କରିଛନ୍ତି, କିନ୍ତୁ ସଂକ୍ରମଣରେ ବୃଦ୍ଧି ଘଟିଲେ ଲକଡାଉନର ପୁଣି ଆବଶ୍ୟକ ପଡ଼ିପାରେ ବୋଲି ସେ କହିଛନ୍ତି । ଯେହେତୁ ଦେଶରେ ଏବେ ଅଧିକାଂଶ ଲୋକ ଟିକା ନେଇ ନାହାନ୍ତି, ତେଣୁ ଟୀକାକରଣ ସରିବା ପର୍ଯ୍ୟନ୍ତ ପ୍ରତ୍ୟେକ ଲୋକ ମାସ୍କ ପିନ୍ଧିବା ସହ ସମସ୍ତ କୋଭିଡ୍‌ ନିୟମାବଳୀ ପାଳନ କରିବା ଉଚିତ ବୋଲି ସେ କହିଛନ୍ତି । ତେବେ ଗୁଲେରିଆ ଏହା ମଧ୍ୟ କହିଛନ୍ତି ଯେ, ଦେଶବ୍ୟାପୀ ଲକଡାଉନ, ମହାମାରୀର ସମାଧାନ ନୁହେଁ, କାରଣ ଏହା ଦେଶର ଅର୍ଥନୈତିକ ଉପରେ ପ୍ରଭାବ ପକାଇପାରେ। ତେବେ ଯେଉଁ ଅଞ୍ଚଳରେ ସଂକ୍ରମଣ ମାମଲା ବଢ଼ୁଛି ସେଠାରେ ସ୍ବତନ୍ତ୍ର ଭାବେ ଲକଡାଉନ ହେବା ଉଚିତ। ଯେଉଁ ଅଞ୍ଚଳରେ ପଜିଟିଭ ହାର ୫ ପ୍ରତିଶତରୁ ଅଧିକ ରହୁଛି ସେଠାରେ ଲକଡାଉନ ଘୋଷଣା କରିବା ସହ ସମ୍ପୃକ୍ତ ଅଞ୍ଚଳକୁ ତୁରନ୍ତ ଅବରୋଧ କରିବା ଉଚିତ ବୋଲି ଗୁଲେରିଆ କହିଛନ୍ତି।

ଅନ୍ୟପଟେ AIIMS ନିର୍ଦ୍ଦେଶକ ଏହା ମଧ୍ୟ ଦୋହରାଇଛନ୍ତି ଯେ, ବର୍ତ୍ତମାନ ପର୍ଯ୍ୟନ୍ତ, ତୃତୀୟ ଲହରରେ ପିଲାମାନେ ଅଧିକ ପ୍ରଭାବିତ ହେବେ ବୋଲି କୌଣସି ପ୍ରମାଣ ମିଳିନାହିଁ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.