ETV Bharat / bharat

ଗହମ ପରେ ଚିନି ରପ୍ତାନୀ ଉପରେ ଲାଗିବ କଟକଣା ! - ଚିନି ରପ୍ତାନୀ କଟକଣା ପ୍ରସଙ୍ଗ

ଗହମ ପରେ ଚିନି ଉପରେ ଲାଗିପାରେ ରପ୍ତାନୀ କଟକଣା । ଭରତୀୟ ବଜାରରେ ଚିନିର ଦାମ ବଢୁଥିବା ହେତୁ ରପ୍ତାନୀ ପରିମାଣକୁ ସୀମିତ କରିପାରନ୍ତି କେନ୍ଦ୍ର ସରକାର । ଅଧିକ ପଢନ୍ତୁ

ଚିନି ରପ୍ତାନୀ ଉପରେ କଟକଣା ଲଗାଇପାରେ ଭାରତ
ଚିନି ରପ୍ତାନୀ ଉପରେ କଟକଣା ଲଗାଇପାରେ ଭାରତଚିନି ରପ୍ତାନୀ ଉପରେ କଟକଣା ଲଗାଇପାରେ ଭାରତ
author img

By

Published : May 24, 2022, 10:22 PM IST

ନୂଆଦିଲ୍ଲୀ: ସମଗ୍ର ବିଶ୍ବରେ ଚିନି ଉତ୍ପାଦନରେ ପ୍ରଥମ ଓ ରପ୍ତାନୀରେ ଦ୍ବିତୀୟ ସ୍ଥାନରେ ଥିବା ସତ୍ତ୍ବେ ଚିନି ରପ୍ତାନୀ ଉପରେ କଟକଣା ଜାରି କରିପାରନ୍ତି ଭାରତ । ବର୍ତ୍ତମାନ ଭାରତୀୟ ବଜାରରେ ଚିନିର ବଢୁଥିବା ଦାମକୁ ଦୃଷ୍ଟିରେ ରଖି ଗହମ ପରେ ଦ୍ବିତୀୟ ସାମଗ୍ରୀ ଭାବେ ଚିନର ରପ୍ତାନୀ ଉପରେ କଟକଣା ଜାରି କରିବା ପାଇଁ ଭାରତ ସରକାର ଚିନ୍ତା କରୁଥିବା ଆଜି (ମଙ୍ଗଳବାର) ଅନ୍ତର୍ଜାତୀୟ ଗଣମାଧ୍ୟମ ସଂସ୍ଥା ରଏଟର୍ସ ପକ୍ଷରୁ ଖବର ପ୍ରକାଶ ପଇବା ପାଇବା ପରେ ଦେଶରେ ଚର୍ଚ୍ଚା ଆରମ୍ଭ ହୋଇଛି ।

ପ୍ରକାଶିତ ଖବର ଅନୁସାରେ, ଭାରତ ସରକାର ଏହି ରପ୍ତାନୀ ପରିମାଣକୁ 10 ମିଲିୟନ ଟନରେ ସୀମିତ ରଖିବା ପାଇଁ କଟକଣା ଜାରି କରିପାରନ୍ତି । ଭାରତରୁ ସର୍ବାଧିକ ଚିନି କିଣୁଥିବା ଦେଶ ମଧ୍ୟରେ ଇଣ୍ଡୋନେସିଆ, ଆଫଗାନିସ୍ତାନ, ଶ୍ରୀଲଙ୍କା, ବାଂଲାଦେଶ, ସଂଯୁକ୍ତ ଆରବ ଏମିରେଟ୍ସ, ମାଲେସିଆ ଏବଂ କିଛି ଆଫ୍ରିକୀୟ ଦେଶ ରହିଛନ୍ତି । ତେବେ ଭାରତର ରପ୍ତାନୀ ବନ୍ଦ କିମ୍ବା ପରିମାଣ ହ୍ରାସ କରିବା ନେଇ କଟକଣା ଜାରି ହେଲେ ଏହି ସବୁ ଦେଶମାନେ ଚିନିର ଉପଲବ୍ଧତା ସମ୍ପର୍କିତ ସମସ୍ୟାର ସାମ୍ନା କରିପାରନ୍ତି ।

ବିଶ୍ବର ସର୍ବାଧିକ ଚିନି ଉତ୍ପାଦନ ଭାରତରେ କରାଯାଇଥାଏ । ସେହିପରି ରପ୍ତାନୀ କ୍ଷେତ୍ରରେ ଭାରତ କେବଳ ବ୍ରାଜିଲ ପଛରେ ଦ୍ୱିତୀୟ ସ୍ଥାନରେ ରହିଛି । କିନ୍ତୁ ବର୍ତ୍ତମାନ ସମୟରେ ଦେଶରେ ବଢିଚାଲିଥିବା ଚିନି ମୂଲ୍ୟରେ ନିୟନ୍ତ୍ରଣ ପାଇବା ପାଇଁ ଏହି ନିଷ୍ପତ୍ତି ନିଆଯିବା ଉପରେ ସରକାର ଚିନ୍ତା କରୁଥିବା ସୂତ୍ରରୁ ମିଳିଥିବା ସୂଚନା ଆଧାରରେ ଗଣମାଧ୍ୟମ ସଂସ୍ଥା ଖବର ପ୍ରସାରିତ କରିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.