ETV Bharat / bharat

Civilian Killings In Ukraine' Bucha: ଜାତିସଂଘରେ ନିରପେକ୍ଷ ତଦନ୍ତ ଦାବି କଲା ଭାରତ

ଜାତିସଂଘ ସୁରକ୍ଷା ପରିଷଦରେ ଉଠିଲା ବୁଚ୍ଚା ନରସଂହାର ଘଟଣା । ବିଭିନ୍ନ ଦେଶର ଉଦବେଗ ପ୍ରକାଶ । ଜେଲେନସ୍କି କହିଲେ ଋଷ ସେନା ଆତଙ୍କବାଦୀଙ୍କ ଠାରୁ ବଳିଗଲା । ନିନ୍ଦା କରିବା ସହ ନିରପେକ୍ଷ ତଦନ୍ତ ଦାବି କଲା ଭାରତ । ଅଧିକ ପଢନ୍ତୁ

author img

By

Published : Apr 6, 2022, 7:09 AM IST

civilian killings in Ukraines Bucha: ଜାତିଂସଘରେ ନିନ୍ଦା କରିବା ସହ ନିରପେକ୍ଷ ତଦନ୍ତ ଦାବି କଲା ଭାରତ

ନୂଆଦିଲ୍ଲୀ: ୟୁକ୍ରେନର ବୁଚ୍ଚା ସହରରେ ସାଧାରଣ ନାଗରିକଙ୍କ ଗଣହତ୍ୟା ଓ ବର୍ବରତାର ଖବର ଆସିବା ପରେ ସାରା ବିଶ୍ବରେ ଉଦବେଗ ପ୍ରକାଶ ପାଇଛି । ଏହାରି ମଧ୍ୟରେ ମଙ୍ଗଳବାର ଜାତିସଂଘର ସୁରକ୍ଷା ପରିଷଦରେ ମଧ୍ୟ ଏହି ପ୍ରସଙ୍ଗ ଉଠାଯିବା ସହ ବିଭିନ୍ନ ରାଷ୍ଟ୍ର ଗଭୀର ଉଦବେଗ ପ୍ରକାଶ କରିଛନ୍ତି । ୟୁକ୍ରେନ ରାଷ୍ଟ୍ରପତି ଜେଲେନସ୍କି ମଧ୍ୟ ଏହି ଘଟଣାରେ ଦୁଃଖ ପ୍ରକାଶ କରିବା ସହ ନିଜର ଅସହାୟତା ପ୍ରକାଶ କରିଥିବା ନଜର ଆସିଛନ୍ତି ।

ଭାରତ ହୋଇଥିବା ବର୍ବର ହତ୍ୟାକାଣ୍ଡକୁ ନିନ୍ଦା କରିବା ସହ ଏବଂ ନିରପେକ୍ଷ ତଦନ୍ତ ପାଇଁ ପ୍ରସ୍ତାବ ରଖିଛି । ମିଳିତ ଜାତିସଂଘରେ ଭାରତର ସ୍ଥାୟୀ ପ୍ରତିନିଧୀ ଟି.ଏସ ତିରୁମୂର୍ତ୍ତୀ କହିଛନ୍ତି ଯେ ଘଟିଥିବା ଅଭାବନୀୟ ଘଟଣା ଓ ସମ୍ପୂର୍ଣ୍ଣ ସ୍ଥିତି ନେଇ ଭାରତ ଗଭୀର ଚିନ୍ତିତ ରହିଛି । ଏହି ବର୍ବରତାକୁ ନିନ୍ଦା କରାଯିବା ସହ ଏକ ନିରପେକ୍ଷ ତଦନ୍ତର ଆବଶ୍ୟକତା କଥା ମଧ୍ୟ ସେ ଉଠାଇଛନ୍ତି । ଆହୁରି ମଧ୍ୟ ଭାରତୀୟ ପ୍ରତିନିଧି ବିବୃତ୍ତି ରଖିଛନ୍ତି, ଯେ ଭାରତ ହିଂସାକୁ ବିରୋଧ କରିବା ସହ ଯୁଦ୍ଧ ଆରମ୍ଭରୁ କୂଟନୈତିକ ଆଲୋଚନା ମାଧ୍ୟମରେ ସମାଧାନ ବାହାର କରିବା ଉପରେ ଗୁରୁତ୍ବ ଦେଇଆସିଛି ।

ବୁଚ୍ଚାରେ ଘଟିିଥିବା ନରସଂହାର ଘଟଣା ସମଗ୍ର ବିଶ୍ବରେ ପ୍ରତିକ୍ରିୟା ସୃଷ୍ଟି କରିଥିବା ବେଳେ ଏକାଧିକ ଭିଡିଓ ଓ ଫଟୋରେ ସାଧାରଣ ୟୁକ୍ରେନୀୟ ଜନତାଙ୍କ ଉପରେ ଋଷ ସେନା ଦ୍ବାରା ହୋଇଥିବା ବର୍ବରତା ଓ ଗଣହତ୍ୟାର ଚିତ୍ର ବିଶ୍ବବାସୀଙ୍କୁ ଆନ୍ଦୋଳିତ କରିବାରେ ଲାଗିଛି । ମଙ୍ଗଳବାର ୟୁକ୍ରେନ ରାଷ୍ଟ୍ରପତି ଜେଲେନସ୍କି ସୁରକ୍ଷା ପରିଷଦରେ ଭିଡିଓ କନ୍ଫରେନ୍ସିଂରେ ଯୋଗ ଦେଇ ଦୁଃଖ ପ୍ରକାଶ କରିଛନ୍ତି ।

ସାଧାରଣ ନାଗରିକମାନଙ୍କୁ ଟ୍ୟାଙ୍କ ଚଢାଯିବା ସହ ପିଲାମାନଙ୍କ ସାମ୍ନାରେ ମହିଳାମାନଙ୍କୁ ଦୁଷ୍କର୍ମ ଓ ହତ୍ୟା କରାଯାଇଥିବା କଥା କହିଥିଲେ ଜେଲେନସ୍କି । ଋଷ ସେନାର କାର୍ଯ୍ୟକଳାପ ଆତଙ୍କବାଦୀ ସଂଗଠନ ଠାରୁ ମଧ୍ୟ ବଳିଗଲା ବୋଲି ଜେଲେନସ୍କି କହିବା ସହ ଅନ୍ତର୍ଜାତୀୟ ସମୂହ ଉପରେ ମଧ୍ୟ ପରୋକ୍ଷ ଅସହାୟତା ପ୍ରକାଶ କରିଥିବା ଦେଖିବାକୁ ମିଳିଥିଲା ।

ୟୁକ୍ରେନୀୟ ସହର ବୁଚ୍ଚାରେ ହୋଇଥିବା ବର୍ବର ନାରକୀୟ କାଣ୍ଡରେ ପ୍ରାୟ 300ରୁ ଅଧିକ ଲୋକ ପ୍ରାଣ ହରାଇଛନ୍ତି ଏବଂ ଆହତଙ୍କ ସଂଖ୍ୟା ସମ୍ପର୍କରେ ସୂଚନା ମିଳିପାରିନାହିଁ । ରାସ୍ତା ଓ ସର୍ବସାଧାରଣ ସ୍ଥାନରେ ଶହ ଶହ ସାଧାରଣ ନାଗରିକଙ୍କ ମୃତଦେହ ପଡିଥିବା ଦେଖିବାକୁ ମିଳିଛି । ତେବେ ଋଷ ଏହି ଅଭିଯୋଗକୁ ଅସ୍ୱୀକାର କରିଛି ଏବଂ ଏହା ୟୁକ୍ରେନର ପ୍ରଚାର ବୋଲି କହିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.