ETV Bharat / bharat

କୋରୋନା ଲଢେଇରେ ସାମିଲ ଆଉ ଦୁଇ ଅସ୍ତ୍ର, କୋର୍ବୋଭାକ୍ସ ଓ କୋଭୋଭାକ୍ସକୁ ଅନୁମତି

author img

By

Published : Dec 28, 2021, 12:06 PM IST

କୋରାନା ଲଢ଼େଇରେ ଆଉ ଏକ ସଫଳତା ହାସଲ କରିଛି ସ୍ବାସ୍ଥ୍ୟ ମନ୍ତ୍ରଣାଳୟ । ଆଉ ଦୁଇଟି ଟିକାକୁ ମିଳିଲା ଗ୍ରୀନ୍‌ ସିଗ୍‌ନାଲ। କୋର୍ବେଭାକ୍ସ ଓ କୋଭୋଭାକ୍ସ ଟିକାର ଜରୁରୀ ବ୍ୟବହାର ପାଇଁ ଅନୁମତି ମିଳିଛି। ଏନେଇ କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡଭିଆ ଟ୍ବିଟ୍‌ କରି ସୂଚନା ଦେଇଛନ୍ତି । ଅଧିକ ପଢନ୍ତୁ

କୋର୍ବୋଭାକ୍ସ ଓ କୋଭୋଭାକ୍ସକୁ ଅନୁମତି
କୋର୍ବୋଭାକ୍ସ ଓ କୋଭୋଭାକ୍ସକୁ ଅନୁମତି

ନୂଆଦିଲ୍ଲୀ: କୋରୋନାକୁ ମାତ ଦେବା ପାଇଁ ଆସିଲା ଆଉ ଦୁଇଟି ଅସ୍ତ୍ର । ଲଢ଼େଇରେ ଆଉ ଏକ ସଫଳତା ହାସଲ କରିଛି ସ୍ବାସ୍ଥ୍ୟ ମନ୍ତ୍ରଣାଳୟ । ଆଉ ଦୁଇଟି ଟିକାକୁ ମିଳିଲା ଗ୍ରୀନ୍‌ ସିଗ୍‌ନାଲ। କୋର୍ବେଭାକ୍ସ ଓ କୋଭୋଭାକ୍ସ (CORBEVAX and COVOVAX) ଟିକାର ଜରୁରୀ ବ୍ୟବହାର ପାଇଁ ଅନୁମତି ମିଳିଛି। ଏନେଇ କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡଭିଆ ଟ୍ବିଟ୍‌ କରି ସୂଚନା ଦେଇଛନ୍ତି ।

  • Congratulations India 🇮🇳

    Further strengthening the fight against COVID-19, CDSCO, @MoHFW_INDIA has given 3 approvals in a single day for:

    - CORBEVAX vaccine
    - COVOVAX vaccine
    - Anti-viral drug Molnupiravir

    For restricted use in emergency situation. (1/5)

    — Dr Mansukh Mandaviya (@mansukhmandviya) December 28, 2021 " class="align-text-top noRightClick twitterSection" data=" ">

ଏହି ଦୁଇଟି ଟିକା ସହ ଆଣ୍ଟି ଭାଇରାଲ ଡ୍ରଗ୍ସ ମୋଲନୁପିରାଭିରର ଜରୁରୀ ବ୍ୟବହାର ପାଇଁ CDSCOର ଅନୁମତି ନେଇ ସ୍ବାସ୍ଥ୍ୟ ମନ୍ତ୍ରାଳୟ ସୂଚନା ଦେଇଛି । ଭାରତର ପ୍ରଥମ ସ୍ବଦେଶୀ ଆରବିଡି ପ୍ରୋଟିନ୍ ସବ୍-ୟୁନିଟ୍ ‘ଟିକା ହେଉଛି କୋର୍ବେଭାକ୍ସ। ଭାରତରେ ଏହା ତୃତୀୟ ଟିକା। ଏହାକୁ ହାଇଦ୍ରାବାଦ ଭିତ୍ତିକ ବାୟୋଲୋଜିକାଲ-ଇ ଦ୍ବାରା ପ୍ରସ୍ତୁତ କରାଯାଇଥିବା ସୂଚନା ଦେଇଛନ୍ତି ସ୍ବାସ୍ଥ୍ୟମନ୍ତ୍ରୀ ।

ସେହିପରି ନାନୋପାର୍ଟିକଲ୍ ଟିକା କୋଭାଭାକ୍ସକୁ ପୁଣେର ସେରମ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆ ଦ୍ବାରା ପ୍ରସ୍ତୁତ କରାଯିବ। ଦେଶର ୧୩ଟି କମ୍ପାନୀ ଦ୍ବାରା ଆଣ୍ଟିଭାଇରାଲ୍ ଡ୍ରଗ୍ସ ମୋଲନୁପିରାଭିରରେ ପ୍ରସ୍ତୁତ ହେବ। ବୟସ୍କ ରୋଗୀ କିମ୍ବା COVID-19 ର ବିପଦ ଥିବା ରୋଗୀଙ୍କୁ ଚିକିତ୍ସା କରିବା ପାଇଁ ଏହା ଜରୁରୀକାଳୀନ ପରିସ୍ଥିତିରେ ଏହାର ବ୍ୟବହାର ହେବ ।

ବ୍ୟୁରୋ ରିପୋର୍ଟ,ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.