ETV Bharat / bharat

ଭାରତ-ଚୀନ ସୀମା ବିବାଦର ନବମ ପର୍ଯ୍ୟାୟ ବୈଠକ ଶେଷ; 15 ଘଣ୍ଟା ଧରି ଚାଲିଲା କଥାବାର୍ତ୍ତା

author img

By

Published : Jan 25, 2021, 9:41 AM IST

Updated : Jan 25, 2021, 10:48 AM IST

ପୂର୍ବ ଲଦାଖରେ ଲାଗି ରହିଥିବା ଉତ୍ତେଜନାକୁ ନେଇ ନବମ ପର୍ଯ୍ୟାୟ ବୈଠକ ଶେଷ । ଦୀର୍ଘ 15 ଘଣ୍ଟା ଧରି ଚାଲିଥିଲା ଏହି ବୈଠକ । କୌଣସି ସଠିକ ସମାଧାନ ହୋଇପାରିନଥିବା ସୂଚନା ।

ଭାରତ-ଚୀନ ସୀମା ବିବାଦର ନବମ ପର୍ଯ୍ୟାୟ ବୈଠକ ଶେଷ

ନୂଆଦିଲ୍ଲୀ: ଭାରତ-ଚୀନ ମଧ୍ୟରେ ନବମ ପର୍ଯ୍ୟାୟ ବୈଠକ ଶେଷ ହୋଇଯାଇଛି । ପୂର୍ବ ଲଦାଖରେ ଶାନ୍ତି ବଜାୟୀ ରଖିବା ନେଇ ଦୁଇ ଦେଶରେ ଆଲୋଚନା କରାଯାଇଛି । ଚୀନ ପାର୍ଶ୍ବ ମାଲଡୋ ଠାରେ କମାଣ୍ଡରସ୍ତରୀୟ ଆଲୋଚନା ହୋଇଥିଲା । ରବିବାର ସକାଳ 09.30 ରୁ ବୈଠକ ଆରମ୍ଭ ହୋଇ ରାତି 02.30 ଅର୍ଥାତ 15 ଘଣ୍ଟା ଧରି କଥାବାର୍ତ୍ତା ଜାରି ରହିଥିଲା । ଏହି ବୈଠକରେ ଭାରତୀୟ ଦଳର 14 କୋର କମାଣ୍ଡର ଲେଫ୍ଟ ଜେନେରାଲ ପି.ଜି.କେ ମେନନ ଏବଂ ଚାଇନାର ଦକ୍ଷିଣ ଜିନଜିଆନ ମିଲିଟାରୀ ରିଜିଅନ କମାଣ୍ଡର ମେଜର ଜେନେରାଲ ଲିୟୁ ଲିନ ଯୋଗ ଦେଇଥିଲେ ।

ଏହି ବୈଠକରେ ଚୀନକୁ ଭାରତ କହିଛି, ନିଜର ସେନା ଏଲଏସିରୁ ସମ୍ପୂର୍ଣ୍ଣ ଭାବେ ଫେରାଇ ନେଉ । ସୀମାରୁ ଚୀନ ସେନା ପଛକୁ ହଟିଲେ ଯାଇ ଶାନ୍ତି ସମ୍ଭବ ବୋଲି ଭାରତ ରୋକଠୋର କହିଛି ।ଦୀର୍ଘ ଅଢେଇ ମାସ ପରେ ଭାରତ ଓ ଚୀନ ସେନା ମଧ୍ୟରେ ହୋଇଥିଲା କୋର କମାଣ୍ଡର ସ୍ତରୀୟ ବୈଠକ । ଏହାପୂର୍ବରୁ ନଭେମ୍ବର 6ରେ ଅନୁଷ୍ଠିତ ଅଷ୍ଟମ ରାଉଣ୍ଡ ବୈଠକ ହୋଇଥିଲା । ଉଭୟ ପଟରୁ ସେନା ପ୍ରତ୍ୟାହାର ନେଇ ବ୍ୟାପକ ଆଲୋଚନା କରାଯାଇଥିଲା । ପାର୍ବତ୍ୟଞ୍ଚଳର ସମସ୍ତ ବିବାଦୀୟ ଅଞ୍ଚଳରୁ ସେନା ପ୍ରତ୍ୟାହାର ଏବଂ ଉତ୍ତଜେନା ହ୍ରାସ କରିବାକୁ ଭାରତ ବାରମ୍ବାର ଚୀନକୁ କହିଆସିଛି ।

ସପ୍ତମ ରାଉଣ୍ଡ କୋର କମାଣ୍ଡର ସ୍ତରୀୟ ଆଲୋଚନା 12 ଅକ୍ଟୋବରରେ ଅନୁଷ୍ଠିତ ହୋଇଥିଲା । ଯେଉଁଥିରେ ଚୀନ ପେଗୋଙ୍ଗ ହ୍ରଦର ଦକ୍ଷିଣ କୂଳରୁ ରଣନୈତିକ ଗୁରୁତ୍ବପୂର୍ଣ୍ଣ ସ୍ଥାନରୁ ଭାରତୀୟ ସୈନ୍ୟଙ୍କୁ ହଟାଇବାକୁ ଚୀନ ଜିଦ ଧରିଥିଲା । କିନ୍ତୁ ଭାରତ ଏସହି ସବୁ ଅଞ୍ଚଳରୁ ସେନା ପ୍ରତ୍ୟାହାର କରିନାହିଁ । ଗତ ମେ’ ମାସରୁ ବିବାଦ ଆରମ୍ଭ ହୋଇଥିବାବେଳେ ଦୁଇ ଦେଶ ପୂର୍ବ ଲଦାଖରେ 50 ହଜାର ଲେଖାଏଁ ସୈନ୍ୟ ମୁତୟନ କରିଛନ୍ତି ।

ସେପଟେ ପୂର୍ବ ଲଦାଖରେ ଲାଗି ରହିଥିବା ବିବାଦ ସମାଧାନକୁ ନେଇ ଦୁଇ ମଧ୍ୟରେ ଆଲୋଚନା ଜାରି ରହିଛି । ବାରମ୍ବାର ବୈଠକ ଓ ଆଲୋଚନା ପରେ ବି କୌଣସି ଆଖିଦୃଶିଆ ପଦକ୍ଷେପ ନିଆଯାଇନାହିଁ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Jan 25, 2021, 10:48 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.