ETV Bharat / bharat

ସ୍ମୃତିରେ ମହାପୁରୁଷ, ଦେଶ ପାଳୁଛି ଗାନ୍ଧୀ-ଶାସ୍ତ୍ରୀ ଜୟନ୍ତୀ

author img

By

Published : Oct 2, 2022, 8:53 AM IST

ଅକ୍ଟୋବର 2 ଅର୍ଥାତ ଆଜିର ଦିନରେ ଭାରତ ମାଟିର ଜନ୍ମ ନେଇଥିଲେ ଦୁଇ ମହାପୁରୁଷ । ଜଣେ ଜାତିର ପିତା ମହାତ୍ମା ଗାନ୍ଧୀ ଓ ଅନ୍ୟ ଜଣେ ଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଲାଲ ବାହାଦୂର ଶାସ୍ତ୍ରୀ । ଏହି ଦୁଇ ମହାପୁରୁଷଙ୍କୁ ଆଜି ଜନ୍ମ ଜୟନ୍ତୀ । ଦେଶପାଇଁ ସେମାନଙ୍କ ଅବଦାନକୁ ମନେ ପକାଉଛନ୍ତି ଦେଶବାସୀ । ଅଧିକ ପଢନ୍ତୁ

ସ୍ମୃତିରେ ମହାପୁରୁଷ, ଦେଶ ପାଳୁଛି ଗାନ୍ଧୀ-ଶାସ୍ତ୍ରୀ ଜୟନ୍ତୀ
ସ୍ମୃତିରେ ମହାପୁରୁଷ, ଦେଶ ପାଳୁଛି ଗାନ୍ଧୀ-ଶାସ୍ତ୍ରୀ ଜୟନ୍ତୀ

ହାଇଦ୍ରାବାଦ: ଜାତିର ଜନକ ମୋହନ ଦାସ କରମ ଚାନ୍ଦ ଗାନ୍ଧୀ । ବ୍ରିଟିଶ କବଳରୁ ଦେଶକୁ ମୁକୁଳାଇବା ପାଇଁ ହୋଇଥିବା ସତ୍ୟାଗ୍ରହ ସଂଗ୍ରାମର ସେନାପତି, ସତ୍ୟ ଅହିଂସାର ପଥ ପ୍ରଦର୍ଶକ ବାପୁଙ୍କ 153 ତମ ଜନ୍ମଜୟନ୍ତୀ । ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ଜନ୍ମଜୟନ୍ତୀକୁ ସାରା ଦେଶ ପାଳୁଛି । ସେହିପରି ଆଉ ଜଣେ ମହାନ ବ୍ୟକ୍ତିଙ୍କ ମଧ୍ୟ ଜନ୍ମଜୟନ୍ତୀ । ଅକ୍ଟୋବର 2 ତାରିଖରେ ଭାରତ ମାଟିରେ ଜନ୍ମ ନେଇଥିଲେ ଦୁଇ ମହାପୁରୁଷ । ସେ ହେଉଛନ୍ତି ଭାରତର ଦ୍ବିତୀୟ ପ୍ରଧାନମନ୍ତ୍ରୀ ଲାଲ ବାହାଦୂର ଶାସ୍ତ୍ରୀ । ଗାନ୍ଧୀ ଅହିଂସା ଆଧାରରେ ଦେଶକୁ ସ୍ବାଧୀନତାର ସ୍ବାଦ ଚଖାଇଥିଲା ବେଳେ ଶାସ୍ତ୍ରୀଙ୍କ ଜୀବନ ସାଧୁ ଓ ନୀତିବାନ ହେବାରୁ ପ୍ରେରଣା ଦିଏ ।

ଅହିଂସାର ପୂଜାରୀ, ଭାରତୀୟ ସ୍ବାଧୀନତା ଆନ୍ଦୋଳନର ଜଣେ ପ୍ରମୁଖ ରାଜନୈତିକ ଏବଂ ଆଧ୍ୟାତ୍ମିକ ନେତା, ଅହିଂସାରେ ଯୁଦ୍ଧ କରି ବିଜୟୀ ହୋଇଥିବା ମହାତ୍ମା ଗାନ୍ଧୀଙ୍କ ପ୍ରକୃତ ନାମ ମୋହନଦାସ କରମଚାନ୍ଦ ଗାନ୍ଧୀ । ଅକ୍ଟୋବର 2 ତାରିଖ 1869 ତାରିଖରେ ଗୁଜୁରାଟର ପୋରବନ୍ଦର ଜନ୍ମଗ୍ରହଣ କରିଥିଲେ । ମହାତ୍ମା ଗାନ୍ଧୀଙ୍କ ପିତାଙ୍କ ନାମ କରମଚାନ୍ଦ ଉତ୍ତମଚାନ୍ଦ ଗାନ୍ଧୀ ଏବଂ ମାତାଙ୍କ ନାମ ପୁତଲିବାଇ । ଗାନ୍ଧୀଙ୍କ ପିତା ପୋରବନ୍ଦରର ଦିୱାନ ଥିଲେ । ତାଙ୍କ ମାଆ ପୁତଲିବାଇ ଜଣେ ଗୃହିଣୀ ଥିଲେ । ମାତ୍ର 13 ବର୍ଷ ବୟସରେ ଗାନ୍ଧୀ କସ୍ତୁରବାଙ୍କୁ ବିବାହ କରିଥିଲେ । ମହାତ୍ମାଗାନ୍ଧୀ ଏବଂ କସ୍ତୁରବାଙ୍କର ଚାରି ପୁତ୍ର ହିରାଲାଲ, ମଣିଲାଲ, ରାମଦାସ ଏବଂ ଦେବଦାସ ଥିଲା।

ପରାଧିନ ଭାରତର ଆନ୍ଦୋଳନରେ ମୁଖ୍ୟ ପୁରୋଧାର କାମ ନିଭାଇଥିଲେ ଗାନ୍ଧିଜୀ । ତାଙ୍କୁ ଆଦରରେ ଜାତିର ପିତା ଓ ବାପୁଜୀ ବୋଲି କୁହାଯାଏ । ଗାନ୍ଧୀଙ୍କୁ ମହାତ୍ମାର ଆଖ୍ୟା ଦେଇଥିଲେ ଗୁରୁ ରବୀନ୍ଦ୍ରନାଥ ଟାଗୋର । ଟାଗୋର ମହାତ୍ମା କଥା କହି ଶାନ୍ତିନିକେତନ ଆଶ୍ରମରେ ଗାନ୍ଧୀଙ୍କୁ ସମ୍ବୋଧିତ କରିଥିଲେ। ରାଜକୁମାରୀ ଶୁକ୍ଲା ମହାତ୍ମା ଗାନ୍ଧୀଙ୍କୁ ସର୍ବପ୍ରଥମେ ‘ବାପୁ’ ବୋଲି ଡାକିଥିଲେ । ନେତାଜୀ ସୁବାଷ ଚନ୍ଦ୍ର ବୋଷ ପ୍ରଥମେ ଗାନ୍ଧୀଜୀଙ୍କୁ ଜାତିର ପିତାର ଆଖ୍ୟା ଦେଇଥିଲେ ।

ଦେଶକୁ ସ୍ବାଧୀନତା ଆଣିବାକୁ ମହାତ୍ମା ଗାନ୍ଧୀଙ୍କ ନେତୃତ୍ବରେ ଅନେକ ଆନ୍ଦୋଳନ କରାଯାଇଥିଲା । ଭାରତଛାଡ ଆନ୍ଦୋଳନ, ଲବଣ ସତ୍ୟାଗ୍ରହ ଓ ଅସହଯୋଗ ଆନ୍ଦୋଳନ । 1942 ମସିହାରେ ଦ୍ବିତୀୟ ବିଶ୍ବଯୁଦ୍ଧ ସମୟରେ ଭାରତରେ ବ୍ରିଟିଶ ଶାସନର ଅନ୍ତ ଘଟାଇବାକୁ ମହାତ୍ମା ଗାନ୍ଧୀଙ୍କ ଦ୍ବାରା ଡାକରା ଦିଆଯାଇଥିଲା । ଗାନ୍ଧିଜୀଙ୍କ କର ବା ମର ଡାକରାରେ ଏକଜୁଟ ହୋଇଥିଲା ସାରା ଭାରତ । ଶେଷରେ ଗୋରା ସରକାର ଭାରତ ଛାଡିବାକୁ ବାଧ୍ୟ ହୋଇଥିଲେ । ବୈଷ୍ଣବ ଜନ କୋ ଗାନ୍ଧୀଙ୍କ ପ୍ରିୟ ସଙ୍ଗୀତ । ଧଳା ଧୋଦି ହାତରେ ବାଡି ଖଣ୍ଡେ ଧରି ଚାଲୁଥିବା ମଣିଷଟି ହେଉଛନ୍ତି ବାପୁ । ତାଙ୍କ ଜୀବନୀ ସମସ୍ତଙ୍କ ପାଇଁ ପ୍ରେରଣା । ୩୦ ଜାନୁଆରୀ ୧୯୮୪ରେ, ଗାନ୍ଧିଜୀଙ୍କୁ ନୂଆଦିଲ୍ଲୀର ନାଥୁରାମ ଗଡସେ ହତ୍ୟା କରିଥିଲେ । ଅହିଂସା ବାର୍ତ୍ତା ଦେଇଥିବା ଏହି ମହାନ ବ୍ୟକ୍ତିତ୍ୱର ଜୀବନ ଅନ୍ତ ହୋଇଥିଲା ସତ ତାଙ୍କ ବଳିଦାନ ସବୁବେଳେ ବଞ୍ଚି ରହିଛି ।

ଏହା ବି ପଢନ୍ତୁ...ଆଜିଠୁ ବିଜେଡିର ଜନସମ୍ପର୍କ ପଦଯାତ୍ରା: ଶୁଭାରମ୍ଭ କରିବେ ନବୀନ

ସେହିପରି ଆଜି ଅନ୍ୟ ଜଣେ ମହାପୁରୁଷ ଲାଲ ବାହାଦୂର ଶାସ୍ତ୍ରୀଙ୍କ ଜନ୍ମ ଜୟନ୍ତୀ । ଚଳିତ ବର୍ଷ ଶାସ୍ତ୍ରୀଙ୍କର 120 ତମ ଜନ୍ମଦିନ ପାଳନ କରାଯାଉଛି । ନିଜର ବିନମ୍ରତା ପାଇଁ ଜଣାଶୁଣା ଲାଲ ବାହାଦୂର ଶାସ୍ତ୍ରୀଙ୍କ କୁଶଳ ନେତ୍ବତ୍ବ ଏବଂ ଜନକଲ୍ୟାଣକାରୀ ବିଚାର ପାଇଁ ସବୁବେଳେ ମନରେ ରହିବେ । ତାଙ୍କ ପରି ବିନମ୍ରତା ବ୍ୟକ୍ତିଙ୍କ ପରି ପ୍ରଧାନମନ୍ତ୍ରୀ ଆଜି ପର୍ଯ୍ୟନ୍ତ ନାହାଁନ୍ତି । ୧୯୦୪ ଅକ୍ଟୋବର ୨ ତାରିଖରେ ଉତ୍ତରପ୍ରଦେଶର ମୁଗଲସରାୟରେ ଜନ୍ମ ଗ୍ରହଣ କରିଥିଲେ । ଛୋଟ ବେଳରୁ ତାଙ୍କ ଜୀବନ ସଂଘର୍ଷରେ ବିତିଥିଲା । ମାତ୍ର ୧୬ ବର୍ଷ ବୟସରେ ମହାତ୍ମା ଗାନ୍ଧୀଙ୍କ ଅସହଯୋଗ ଆନ୍ଦୋଳନରେ ଭାଗ ନେଇ ଲାଲ ବାହାଦୂର ଶାସ୍ତ୍ରୀ ଭାରତକୁ ସ୍ବାଧୀନତା ଦେବାକୁ ଲଢିଥିଲେ।

ଶାସ୍ତ୍ରୀ ଦେଶର କୃଷକ ଏବଂ ଶ୍ରମିକମାନଙ୍କର ନେତା ଭାବରେ ମଧ୍ୟ ଜଣାଶୁଣା । ସେ ଜୟ ଯବାନ, ଜୟ କିଷାନଙ୍କ ସ୍ଲୋଗାନ ଦେଇଥିଲେ । ଲାଲ ବାହାଦୂର ଶାସ୍ତ୍ରୀ ତାଙ୍କର ସରଳ ପ୍ରକୃତି ଏବଂ ସରଳ ଜୀବନ ପାଇଁ ଜଣାଶୁଣା।୧୯୬୫ ମସିହାରେ ଭାରତ-ପାକ୍ ଯୁଦ୍ଧ ସମୟରେ ଲାଲ ବାହାଦୂର ଶାସ୍ତ୍ରୀ ଜୟ ଯବାନ, ଜୟ କିଷାନ ସ୍ଲୋଗାନ ଦେଇଥିଲେ । 11 ଜାନୁୟାରୀ ୧୯୬୬ରେ ଲାଲ ବାହାଦୂର ଶାସ୍ତ୍ରୀଙ୍କର ତାସକେଣ୍ଟରେ ପରଲୋକ ହୋଇଥିଲା ।

ଆଜି ଏହି ଦୁଇ ମହାପୁରୁଷଙ୍କୁ ମନେ ପକାଉଛି ଦେଶ । ଗାନ୍ଧୀ ଓ ଶାସ୍ତ୍ରୀଙ୍କ ଜୟନ୍ତ୍ରୀ ଅବସରରେ ସ୍ବତନ୍ତ୍ର କାର୍ଯ୍ୟକ୍ରମ ମଧ୍ୟ ଆୟୋଜିତ ହୋଇଛି । ପୂଜନୀୟ ବାପୁଙ୍କ ଜୀବନ ଏବଂ ଆଦର୍ଶ ପ୍ରତ୍ୟେକ ପିଢିକୁ କର୍ତ୍ତବ୍ୟ ପଥରେ ଚାଲିବା ପାଇଁ ଏବଂ ଅନୁପ୍ରାଣିତ କରିବ । ସେହିପରି ମୂଲ୍ୟବୋଧ ଏବଂ ସିଦ୍ଧାନ୍ତ ଉପରେ ଆଧାରିତ ଶାସ୍ତ୍ରୀଜୀଙ୍କ ଜୀବନ ଦେଶବାସୀଙ୍କ ପାଇଁ ସୁବୁବେଳେ ପ୍ରେରଣାର ସ୍ରୋତ ହୋଇ ରହିବ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.