ETV Bharat / bharat

ଇସଲାମାବାଦରେ ପରମାଣୁ କ୍ଷେପଣାସ୍ତ୍ର ନିର୍ମାଣ କରୁଛି ଉତ୍ତର କୋରିଆ !

author img

By

Published : Mar 26, 2022, 3:15 PM IST

ପରମାଣୁ କ୍ଷେପଣାସ୍ତ୍ର ପରୀକ୍ଷା ହେଲେ ଭାରତର ସୁରକ୍ଷା ପ୍ରତି ବିପଦ ସୃଷ୍ଟି ହେବା ସହ ଏହା ଭାରତୀୟ ସୀମା ସୁରକ୍ଷା ନେଇ ଧମକପୂର୍ଣ୍ଣ ବ୍ୟବହାର ହେବ ବୋଲି ତିରୁମୂର୍ତ୍ତୀ କହିଛନ୍ତି । ଅଧିକ ପଢନ୍ତୁ

ଇସଲାମାବାଦରେ ଉତ୍ତର କୋରିଆ ପରମାଣୁ-କ୍ଷେପଣାସ୍ତ୍ର ନିର୍ମାଣ କରୁଛି: India in UNSC Meeting

ନ୍ୟୁୟର୍କ: ପରମାଣୁ-କ୍ଷେପଣାସ୍ତ୍ର ପ୍ରସ୍ତୁତ କରିବା ପ୍ରସଙ୍ଗରେ ମିଳିତ ଜାତିସଂଘ ସୁରକ୍ଷା ପରିଷଦରେ ଭାରତର ପ୍ରତିକ୍ରିୟା । ଭାରତର ସୁରକ୍ଷା ଲାଗି ମିଳିତି ଜାତିସଂଘରେ ଅନ୍ତର୍ଜାତୀୟ ମହାସମୂହର ହସ୍ତକ୍ଷେପ ଲୋଡିଲା ଭାରତ । ତେବେ ପାକିସ୍ତାନର ଇସଲାମାବାଦରେ ଉତ୍ତର କୋରିଆ ପରମାଣୁ-କ୍ଷେପଣାସ୍ତ୍ର ପ୍ରସ୍ତୁତ କରୁଥିବା ନେଇ ମିଳିତ ଜାତିସଂଘ ସୁରକ୍ଷା ପରିଷଦରେ ଭାରତର ସ୍ଥାୟୀ ସଦସ୍ୟ ଟି.ଏସ ତିରୁମୂର୍ତ୍ତୀ କହିଛନ୍ତି ।

ସେହିପରି ପରମାଣୁ-କ୍ଷେପଣାସ୍ତ୍ର ପରୀକ୍ଷା ହେଲେ ଭାରତର ସୁରକ୍ଷା ପ୍ରତି ବିପଦ ସୃଷ୍ଟି ହେବା ସହ ଏହା ଭାରତୀୟ ସୀମା ସୁରକ୍ଷା ନେଇ ଧମକପୂର୍ଣ୍ଣ ବ୍ୟବହାର ହେବ ବୋଲି ତିରୁମୂର୍ତ୍ତୀ କହିଛନ୍ତି । ତେବେ ଡେମୋକ୍ରାଟିକ ପିପୁଲ୍ସ ରିପବ୍ଲିକ୍ ଅଫ କୋରିଆ(ଡିଆରପି) ସହ ଜଡିତ ଆଣବିକ ଏବଂ କ୍ଷେପଣାସ୍ତ୍ର ପ୍ରଯୁକ୍ତିବିଦ୍ୟାର ବିସ୍ତାରକୁ ସମାଧାନ କରିବା ପାଇଁ ଜରୁରୀ ଆବଶ୍ୟକତା ରହିଛି ବୋଲି ସେ କହିଛନ୍ତି । ଫଳରେ ପାକିସ୍ତାନ ଓ ଉତ୍ତର କୋରିଆର ଏହି ସଂଯୋଗ ଭାରତର ସୀମା ଓ ସୁରକ୍ଷା ଏବଂ ଶାନ୍ତି ପ୍ରତି ବିପଦ ସୃଷ୍ଟି ହେବ ବୋଲି ତିରୁମୂର୍ତ୍ତୀ କହିଛନ୍ତି ।

ସେହିଭଳି ଭାରତ ଆନୁଷ୍ଠାନିକ ଭାବେ ଉତ୍ତର କୋରିଆ ନାମ କହିଥିବା ବେଳେ କୂଟନୈତିକ ସ୍ତରରେ ପାକିସ୍ତାନ ବିଷୟରେ ଉଲ୍ଲେଖ କରିନାହାଁ । ତେବ ଉତ୍ତର କୋରିଆର କ୍ଷେପଣାସ୍ତ୍ର ପ୍ରଯୁକ୍ତିବିଦ୍ୟା ପାଇଁ ଇସଲାମାବାଦର ଗୁପ୍ତ ପରମାଣୁ କ୍ଷେପାଣସ୍ତ୍ର ପ୍ରସ୍ତୁତି କରୁଥିବା ନେଇ ଦସ୍ତାବିଜି ବିଷୟରେ ତିରୁମୂର୍ତ୍ତୀ ସ୍ପଷ୍ଟ କରିଛନ୍ତି । ଏଥିସହ ପ୍ୟୋଙ୍ଗୟାଙ୍ଗ ଆଣବିକ ଅସ୍ତ୍ର ବିକଶିତ କରୁଥିବା ବେଳେ ଇସଲାମାବାଦ୍‌ କ୍ଷେପଣାସ୍ତ୍ର ନିର୍ମାଣରେ ସାହାଯ୍ୟ କରୁଛି ବୋଲି ସେ କହିଛନ୍ତି ।

ଏତଦ୍‌ବ୍ୟତିତ୍‌ ତିରୁମୁର୍ତ୍ତୀ କହିଛନ୍ତି ଯେ, ଆମେରିକାର ଅନୁରୋଧ କ୍ରମେ ଡକାଯାଇଥିବା ଏହି ପରିଷଦ ବୈଠକରେ ଉତ୍ତର କୋରିଆର ଏକ ଆନ୍ତଃମହାଦେଶୀୟ ବାଲାଷ୍ଟିକ କ୍ଷେପଣାସ୍ତ୍ର (ଆଇସିବିଏମ)ର ଉତକ୍ଷେପଣ ବିଷୟରେ ଆଲୋଚନା କରିବାକୁ ଗୁରୁବାର ଏହି ବୈଠକ ହୋଇଥିଲା । ଏଥିସହ ନଭେମ୍ବର ୨୦୧୭ରୁ ଦୀର୍ଘ ଦୂରଗାମୀ କ୍ଷେପଣାସ୍ତ୍ର ପରୀକ୍ଷଣ ପ୍ୟୋଙ୍ଗୟାଙ୍ଗରେ ସରିଥିବା ଭାରତ କହିଛି । ଏପଟେ ଋଷ ଓ ୟୁକ୍ରେନ ଯୁଦ୍ଧକୁ ନେଇ ସାର ବିଶ୍ବ ଚିନ୍ତାରେ ରହିଥିବା ବେଳେ ଉତ୍ତର କୋରିଆ ଆନ୍ତଃ ମହାଦେଶୀୟ ବାଲାଷ୍ଟିକ କ୍ଷେପଣାସ୍ତ୍ର (ଆଇସିବିଏମ)ର ପରୀକ୍ଷା କରିଛି ।

ଏହା ସହ ଉତ୍ତର କୋରିଆର ନେତା ଆମେରିକାକୁ ଅପମାନିତ କରିଛି । ତେବେ ଉତ୍ତର କୋରିଆର ଅଫିସିଆଲ୍ ନ୍ୟୁଜ୍ ଏଜେନ୍ସି କେସିଏନଏର କହିବା ଅନୁସାରେ, କିମ ତାଙ୍କ ଦେଶକୁ ଆମେରିକା ସହ ଦୀର୍ଘ ଦିନର ମୁକାବିଲା ପାଇଁ ପ୍ରସ୍ତୁତ ଅଛି । ଏଥିସହ ଆମେରିକାର ସାମ୍ରାଜ୍ୟବାଦୀଙ୍କ ପ୍ରୟାସ ଉପରେ ଡିପିଆରକେ ସୈନ୍ୟବାହିନୀ କୌଣସି ଶକ୍ତିଶାଳୀ ସେନା ସହ ଲଢିବା ପାଇଁ ସମ୍ପୂର୍ଣ୍ଣ ପ୍ରସ୍ତୁତ ବୋଲି କେସିଏନଏ ନ୍ୟୁଜ୍ ଏଜେନ୍ସି କହିଛି ।

ଅପରପକ୍ଷରେ ଆନ୍ତଃ ମହାଦେଶୀୟ ବାଲାଷ୍ଟିକ କ୍ଷେପଣାସ୍ତ୍ର (ଆଇସିବିଏମ) ପରୀକ୍ଷା ନେଇ ଭାରତ ଦୁଖଃ ପ୍ରକାଶ କରିବା ସହ ଏହାର ସମାଧାନ ଲାଗି ମିଳିତ ଜାତିସଂଘ ସୁରକ୍ଷା ପରିଷଦରେ କହିଛି । ଏପଟେ ଆମେରିକାର ସ୍ଥାୟୀ ପ୍ରତିନିଧି ଲିଣ୍ଡା ଥୋମାସ ଗ୍ରୀନଫିଲ୍ଡ ଘଟଣା ଶୁଣିବା ପରେ ଡିପିଆରକେ ପ୍ରଦାନ କରାଯାଉଥିବା ଆର୍ଥିକ ଅନୁଦାନ ଉପେର ପ୍ରତିବନ୍ଧକ ଲଗାଯିବ ବୋଲି ସେ କହିଛନ୍ତି । ଏପଟେ ତିରୁମୂର୍ତ୍ତି କହିଛନ୍ତି ଯେ, ଡିପିଆରକେ ମାନବିକ ସ୍ଥିତିକୁ ନେଇ ଭାରତ ସମ୍ବେଦନଶୀଳ ଏବଂ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ମାଧ୍ୟମରେ ଯକ୍ଷ୍ମା ବିରୋଧୀ ଔଷଧ ପଠାଇଛୁ ।

ତେବେ ଆଣବିକ-କ୍ଷେପଣାସ୍ତ୍ର ଅଦଳବଦଳ ପାଇଁ ଖାନ ନେଟୱାର୍କ ଭାବରେ ଜଣାଶୁଣା ବୋଲି ଭାରତ କହିଛି । ଏଥିସହ ଏକ ପରମାଣୁ ଅସ୍ତ୍ର ବଜାର ଏ.କ୍ୟୁ ଖାନ ଦ୍ବାରା ପରିଚାଳିତ ହେଉଛି । ଏହା ପାକିସ୍ତାନର ଆଣବିକ ବୋମା ପଛରେ ମୁଖ୍ୟ ଭୂମିକାରେ ରହିଛି ।

ଅନ୍ୟପଟେ ପାକିସ୍ତାନର ପୂର୍ବତନ ରାଷ୍ଟ୍ରପତି ପରଭେଜ ମୁଶାରଫ ସ୍ୱୀକାର କରିବା ସହ ପରମାଣୁ ଅସ୍ତ୍ର ପାଇଁ ୟୁରାନିୟମ ସମୃଦ୍ଧ କରିବା ପାଇଁ ଖାନ ଉତ୍ତର କୋରିଆକୁ ସେଣ୍ଟ୍ରିଫୁଗ ଦେଇଛି । ଏଥିସହ ଉତ୍ତର କୋରିଆ ଠାରୁ ପାକିସ୍ତାନ କ୍ଷେପଣାସ୍ତ୍ର କିଣୁଛି ବୋଲି ମୁଶାରଫ କହିଥିଲେ । ଏହା ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ବେନଜିର ଭୁଟ୍ଟୋଙ୍କୁ ଉତ୍ତର କୋରିଆ କ୍ଷେପଣାସ୍ତ୍ର ଡିଜାଇନ୍ ଦେଇଥିବା ସହ ଉତ୍ତର କୋରିଆର ରୋଡୋଙ୍ଗରେ ପାକିସ୍ତାନର ଘଉରୀ କ୍ଷେପଣାସ୍ତ୍ର ନିର୍ମିତ ବୋଲି ସେ କହିଛନ୍ତି ।

@IANS

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.