ETV Bharat / bharat

ଇଣ୍ଡିଆ ମେଣ୍ଟ ଭର୍ଚୁଆଲ ବୈଠକ, ଯୋଗ ଦେଲେନି ଦିଦି - Mamata skipped INDIA Bloc meeting

INDIA Bloc virtual meet: ଇଣ୍ଡିଆ ମେଣ୍ଟର ଭର୍ଚୁଆଲ ବୈଠକ। ଯୋଗ ଦେଲେନି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । ଅଧିକ ପଢନ୍ତୁ

INDIA Bloc virtual meet
ଇଣ୍ଡିଆ ମେଣ୍ଟର ଭର୍ଚୁଆଲ ବୈଠକ ଆରମ୍ଭ
author img

By ETV Bharat Odisha Team

Published : Jan 13, 2024, 2:02 PM IST

Updated : Jan 13, 2024, 2:11 PM IST

ନୂଆଦିଲ୍ଲୀ: ଲୋକସଭା ନିର୍ବାଚନରେ ବିଜେପିକୁ ମାତ୍ ଦେବାକୁ ଏକାଠି ହୋଇଥିବା ବିରୋଧୀ ଦଳ ଇଣ୍ଡିଆ ମେଣ୍ଟର ବୈଠକ ଆରମ୍ଭ ହୋଇଯାଇଛି । ଆଜି ଭର୍ଚୁଆଲ ମୋଡରେ ଏହି ବୈଠକ ବସିଛି । ମେଣ୍ଟର ପ୍ରମୁଖ ସଦସ୍ୟମାନେ ଭିସି ଯୋଗେ ଏଥିରେ ଯୋଗ ଦେଇଛନ୍ତି । ହେଲେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ବୈଠକରୁ ନିଜକୁ ଦୂରେଇ ରଖିଛନ୍ତି । ଆଜିର ବୈଠକରେ ସିଟ୍ ଭାଗବଣ୍ଟା ନେଇ ଗୁରୁତ୍ବପୂର୍ଣ୍ଣ ଆଲୋଚନା ହେବାକୁ ଥିବାବେଳେ ମମତା ଏଥିରେ ଯୋଗ ଦେଇନାହାନ୍ତି । ତେବେ ପଶ୍ଚିମବଙ୍ଗରେ କଂଗ୍ରେସ ଓ ଟିଏମସି ମଧ୍ୟରେ ଆସନ ବୁଝାମଣା ନେଇ ବିବାଦ ଯୋଗୁଁ ସେ ବୈଠକରେ ସାମିଲ ହୋଇନଥିବା ଚର୍ଚ୍ଚା ହେଉଛି ।

  • #WATCH | Tamil Nadu CM & DMK leader MK Stalin and party leader Kanimozhi Karunanidhi attend the meeting of INDIA bloc leaders via video conferencing

    The meeting is underway to review seat sharing, participation in Bharat Jodo Nyay Yatra and other issues. pic.twitter.com/AzAFHNfF6b

    — ANI (@ANI) January 13, 2024 " class="align-text-top noRightClick twitterSection" data=" ">

ବିରୋଧୀ ମେଣ୍ଟର ବୈଠକ ପୂର୍ବରୁ ତୃଣମୂଳ କଂଗ୍ରେସର ଜଣେ ବରିଷ୍ଠ ନେତା କହିଥିଲେ ଯେ, ବୈଠକରେ ସାମିଲ ନହେବାର ଅନେକ କାରଣ ରହିଛି । ସେଥିମଧ୍ୟରୁ ଗୋଟିଏ ହେଲା, ଭର୍ଚୁଆଲ ବୈଠକ ସମ୍ପର୍କରେ ଶୁକ୍ରବାର ଅପରାହ୍ନରେ ଶେଷ ମୁହୂର୍ତ୍ତରେ ଟିଏମସିକୁ ସୂଚୀତ କରାଯାଇଥିଲା । ଯେହେତୁ ସେ (ମମତା ବାନାର୍ଜୀ) ଜଣେ ମୁଖ୍ୟମନ୍ତ୍ରୀ, ତେଣୁ ତାଙ୍କର ଅନେକ ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟକ୍ରମ ରହିଛି । ଶେଷ ମୁହୂର୍ତ୍ତରେ ତାଙ୍କୁ ଜଣାଇଲେ ସେ ନିଜର ପୂର୍ବ କାର୍ଯ୍ୟକ୍ରମଗୁଡିକୁ ପରିବର୍ତ୍ତନ କରିପାରିବେ ନାହିଁ ।

ସେ ଆହୁରି ମଧ୍ୟ କହିଛନ୍ତି ଯେ, ଭର୍ଚୁଆଲ ବୈଠକର ଏଜେଣ୍ଡା ସଂକ୍ରାନ୍ତରେ ପୂର୍ବରୁ ତୃଣମୂଳ କଂଗ୍ରେସକୁ କିଛି କୁହାଯାଇ ନାହିଁ । ଯେତେବେଳେ ଏଜେଣ୍ଡା ହିଁ ସ୍ପଷ୍ଟ ନାହିଁ, ସେତେବେଳେ ବୈଠକ ଡାକିବାର କିଛି ଅର୍ଥ ନାହିଁ ବୋଲି ଟିଏମସି ନେତା କହିଛନ୍ତି ।

ଏହା ମଧ୍ୟ ପଢନ୍ତୁ: ସିଟ ସେୟାରିଂ ଫର୍ମୁଲା; କାଲି ଅନଲାଇନରେ ଇଣ୍ଡିଆ ମେଣ୍ଟର ମାନସ ମନ୍ଥନ

ଏହା ମଧ୍ୟ ପଢନ୍ତୁ: ‘ଏକକ ନିର୍ବାଚନ’ ଅବଧାରଣା ସମ୍ବିଧାନ ମୂଳଢାଞ୍ଚାର ବିରୋଧୀ, କମିଟିକୁ ଚିଠି ଲେଖିଲେ ଦିଦି

ପ୍ରକାଶ ଥାଉକି, ଶୁକ୍ରବାର ଏଆଇସିସିର ଜଣେ ବରିଷ୍ଠ ନେତା ଇଣ୍ଡିଆ ମେଣ୍ଟ ବୈଠକ ସମ୍ପର୍କରେ ସୂଚନା ଦେଇ କହିଥିଲେ ଯେ, ଜାନୁଆରୀ 13ରେ ମେଣ୍ଟର ବୈଠକ ଅନୁଷ୍ଠିତ ହେଉଛି । ଏଥିରେ ଭର୍ଚୁଆଲରେ 14 ସହଯୋଗୀ ଦଳର ନେତାମାନେ ଯୋଗ ଦେବେ । ତେବେ ବିରୋଧୀ ମେଣ୍ଟର ଆଜିର ଏହି ବୈଠକରେ ମେଣ୍ଟର ପ୍ରମୁଖ ସଦସ୍ୟଙ୍କ ଉପସ୍ଥିତିରେ ବିହାର ମୁଖ୍ୟମନ୍ତ୍ରୀ ତଥା ଜେଡିୟୁ ଅଧ୍ୟକ୍ଷ ନୀତିଶ କୁମାରଙ୍କ ମେଣ୍ଟର ସଂଯୋଜକ ଭାବେ ଚୟନ କରାଯାଇପାରେ । ଏଥିସହ ଆସନ୍ତା ଲୋକସଭା ନିର୍ବାଚନ ନେଇ ଆସନ ବୁଝାମଣା ହୋଇପାରେ ବୋଲି କୁହାଯାଉଛି ।

Last Updated : Jan 13, 2024, 2:11 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.