ETV Bharat / bharat

୨୦୨୪ ପାଇଁ ପ୍ରସ୍ତୁତି: ୩୧ରୁ ମୁମ୍ବାଇରେ ବସିବ ଇଣ୍ଡିଆର ତୃତୀୟ ବୈଠକ

author img

By

Published : Aug 5, 2023, 10:05 AM IST

ମୁମ୍ବାଇରେ ବସିବ ବିରୋଧୀ ମହାମେଣ୍ଟ ଇଣ୍ଡିଆର ତୃତୀୟ ବୈଠକ । ଏଥିରେ ମେଣ୍ଟର ସଂଯୋଜକଙ୍କ ନାମ ଘୋଷଣା ହୋଇପାରେ । ଅଧିକ ପଢନ୍ତୁ

ମୁମ୍ବାଇରେ ବସିବ ଇଣ୍ଡିଆର ତୃତୀୟ ବୈଠକ
ମୁମ୍ବାଇରେ ବସିବ ଇଣ୍ଡିଆର ତୃତୀୟ ବୈଠକ

ନୂଆଦିଲ୍ଲୀ: ଆସନ୍ତା ୩୧ରେ ମୁମ୍ବାଇରେ ଏକାଠି ହେବେ ଇଣ୍ଡିଆ ନେତା । ବିରୋଧୀ ମହାମେଣ୍ଟ ଇଣ୍ଡିଆର ତୃତୀୟ ବୈଠକ ଅଗଷ୍ଟ ୩୧ ତାରିଖରେ ମୁମ୍ବାଇରେ ବସିବ । ଦୁଇ ଦିନ ଧରି ବୈଠକ ଚାଲିବ । ଏଥିରେ ମେଣ୍ଟର ସଂଯୋଜକଙ୍କ ନାମ ଘୋଷଣା କରାଯିବ । ମୁମ୍ବାଇର ପୱାଇ ସ୍ଥିତ ଏକ ହୋଟେଲ ବୈଠକ ଅନୁଷ୍ଠିତ ହେବ । ଶେଷ ଦିନରେ ଅର୍ଥାତ୍ ସେପ୍ଟେମ୍ବର ୧ ତାରିଖ ସନ୍ଧ୍ୟାରେ ବିରୋଧୀ ନେତା ସାମ୍ବାଦିକ ସମ୍ମିଳନୀ କରିବେ । ଏନେଇ ବିଶ୍ବସ୍ତ ସୂତ୍ରରୁ ସୂଚନା ମିଳିଛି ।

ସୂତ୍ରରୁ ପ୍ରାପ୍ତ ସୂଚନା ଅନୁସାରେ, ମୁମ୍ବାଇରେ ବିରୋଧୀ ମହାମେଣ୍ଟର ବୈଠକ ଅଗଷ୍ଟ ଶେଷ ସପ୍ତାହରେ ହେବାକୁ ଥିଲା । କିନ୍ତୁ କିଛି ନେତା ସେମାନଙ୍କର ବ୍ୟସ୍ତ କାର୍ଯ୍ୟସୂଚୀ ଦର୍ଶାଇ ଏଥିରେ ଉପସ୍ଥିତ ରହି ପାରିବେନି ବୋଲି କହିଥିଲେ । ପରେ ସମସ୍ତ ନେତାଙ୍କ ସହମତିରେ ଅଗଷ୍ଟ ୩୧ ଓ ସେପ୍ଟେମ୍ବର ୧ରେ ବୈଠକ ପାଇଁ ଦିନ ଧାର୍ଯ୍ୟ ହୋଇଥିଲା । ମହାରାଷ୍ଟ୍ରର ମହାବିକାଶ ଅଘାଡି ସହ ମିଳିତ ଭାବେ ଏହି ବୈଠକ ଆୟୋଜିତ ହେଉଛି । ୩୧ରେ ବିରୋଧୀ ନେତାମାନେ ଏକଜୁଟ ହେବେ । ସେଦିନ ରାତିରେ ନେତାମାନଙ୍କ ପାଇଁ ଏକ ରାତ୍ରିଭୋଜନର ବ୍ୟବସ୍ଥା କରାଯିବ । ଏହାର ପରଦିନ ଆନୁଷ୍ଠାନିକ ଭାବେ ବୈଠକ ବସିବ ଓ ସନ୍ଧ୍ୟାରେ ସାମ୍ବାଦିକ ହେବ ।

ଏହାମଧ୍ୟ ପଢନ୍ତୁ: Opposition Alliance INDIA case: 'ଇଣ୍ଡିଆ' ନାମ ବିବାଦ, ସମସ୍ତ ୨୬ବିରୋଧୀ ଦଳକୁ ଦିଲ୍ଲୀ ହାଇକୋର୍ଟଙ୍କ ନୋଟିସ

୨୦୨୪ ସାଧାରଣ ନିର୍ବାଚନରେ ବିଜେପିକୁ ହରାଇବା ପାଇଁ ଏକଜୁଟ ହୋଇଥିବା ବିରୋଧୀ ମେଣ୍ଟର ପ୍ରଥମ ବୈଠକ ପାଟନାରେ ଅନୁଷ୍ଠିତ ହୋଇଥିଲା । ବେଙ୍ଗାଲୁରୁରେ ଦ୍ବିତୀୟ ବୈଠକ ବସିଥିଲା । ପରବର୍ତ୍ତୀ ବୈଠକରେ ମେଣ୍ଟର ସଂଯୋଜକ ନାମ ଘୋଷଣା ହୋଇପାରେ । ଏହାସହିତ ସାଧାରଣ ନିର୍ବାଚନ ପ୍ରଚାର ଏବଂ ଅନ୍ୟାନ୍ୟ କାର୍ଯ୍ୟ ପାଇଁ କିଛି କମିଟି ଗଠନ କରାଯାଇପାରେ । ସେହିପରି ଦଳଗୁଡିକ ମଧ୍ୟରେ ଥିବା ମତଭେଦ ଦୂର କରିବା ଦିଗରେ ଯଥାସମ୍ଭବ ପ୍ରଚେଷ୍ଟା କରାଯିବ ବୋଲି ସୂଚନା ମିଳିଛି ।

ବେଙ୍ଗାଲୁରୁ ବୈଠକ ସମୟରେ କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡଗେ ୨୬ ବିରୋଧୀ ଦଳକୁ ନେଇ ଗଠିତ ମହାମେଣ୍ଟର ନାମ 'ଇଣ୍ଡିଆନ ନ୍ୟାସନାଲ ଡେଭଲପମେଣ୍ଟାଲ ଇନକ୍ଲୁସିଭ ଆଲିଆନ୍ସ' (INDIA) ଘୋଷଣା କରିଥିଲେ । ଏହି ବିରୋଧୀ ଦଳଗୁଡିକ ହେଲେ, ଟିଏମସି, ଡିଏମକେ, ଆପ୍, ଜେଡିୟୁ, ଆରଜେଡି, ଜେଏମଏମ, ଶରଦ ପାୱାରଙ୍କ ଏନସିପି, ଉଦ୍ଧବ ଠାକରେଙ୍କ ଶିବସେନା, ସପା, ଏନସି, ପିଡିପି, ସିପିଆଇ(ଏମ), ସିପିଆଇ, ଏମଡିଏମକେ, କେଏମଡିକେ, ଭିସିକେ, ଆରଏସପି, ସିପିଆଇ-ଏମଏଲ, ଫରୱାଡ ବ୍ଲକ, ଆଇୟୁଏମଏଲ, କେରଳ କଂଗ୍ରେସ(ଜୋସେଫ), କେରଳ କଂଗ୍ରେସ (ମନି), ଆପନା ଦଳ, ଏମଏମକେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.