ETV Bharat / bharat

Hamas attack on Israel: ମଧ୍ୟପ୍ରାଚ୍ୟ ଯୁଦ୍ଧରେ ପ୍ରଭାବିତ ହେବନି ଭାରତ-ଆରବ ସମ୍ପର୍କ !

author img

By ETV Bharat Odisha Team

Published : Oct 11, 2023, 12:32 PM IST

ଇସ୍ରାଏଲ ଓ ହମାସ୍ ମଧ୍ୟରେ ଚାଲିଛି ଘମାଘୋଟ ଯୁଦ୍ଧ । ଏହି ଯୁଦ୍ଧକୁ ନେଇ ପ୍ରଭାବିତ ହେବକି ଭାରତ-ଆରବ ସମ୍ପର୍କ ? ପଢନ୍ତୁ ବିସ୍ତୃତରେ

Hamas attack on Israel
Hamas attack on Israel

ନୂଆଦିଲ୍ଲୀ: ଇସ୍ରାଏଲ ଓ ହମାସ୍ ମଧ୍ୟରେ ଚାଲିଛି ଘମାସାନ । ଆମେରିକା, ବ୍ରିଟେନ, ଜର୍ମାନୀ, ଭାରତ ଭଳି ବିଶ୍ବର କେତେକ ପ୍ରମୁଖ ରାଷ୍ଟ୍ର ଇସ୍ରାଏଲ ସପକ୍ଷରେ ବାହାରିଥିବା ବେଳେ ଆଉ କେତେକ ରାଷ୍ଟ୍ର ପାଲେଷ୍ଟାଇନକୁ ସମର୍ଥନ କରିଛନ୍ତି । ଇତିମଧ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଇସ୍ରାଏଲ ପ୍ରଧାନନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁଙ୍କ ସହ କଥା ହୋଇ ହମାସର ଆତଙ୍କବାଦୀ ଆକ୍ରମଣକୁ ନିନ୍ଦା କରିଛନ୍ତି ଏବଂ ଭାରତ ଇସ୍ରାଏଲ ସହ ଅଛି ବୋଲି କହିଛନ୍ତି । ଅପରପକ୍ଷେ, ସାଉଦି ଆରବ ପାଲେଷ୍ଟାଇନକୁ ସମର୍ଥନ କରିବା ସହ ଏହାର ନାଗରିକଙ୍କୁ ଅଧିକାରରୁ ବଞ୍ଚିତ କରାଯାଇଥିବା ବିଷୟରେ କହିଛି । ତେଣୁ ଏହି ଯୁଦ୍ଧ ନେଇ ଭାରତ ଓ ଏହାର ସହଯୋଗୀ ସାଉଦି ଆରବର ଭିନ୍ନ ପ୍ରତିକ୍ରିୟା ଆରବ ୱାର୍ଲ୍ଡ ସହିତ ଭାରତ ସମ୍ପର୍କ ପ୍ରଭାବିତ କରିବା ନେଇ ଆଶଙ୍କା ପ୍ରକାଶ ପାଇଛି ।

ମଙ୍ଗଳବାର ଇସ୍ରାଏଲ ପ୍ରଧାନମନ୍ତ୍ରୀ ନେତାନ୍ୟାହୁ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଫୋନ କରି ଯୁଦ୍ଧ ସ୍ଥିତି ସମ୍ପର୍କରେ ସୂଚନା ଦେଇଥିଲେ । ଯେଉଁଥିରେ ଦୁଇ ପକ୍ଷରୁ ୧୬୦୦ରୁ ଅଧିକ ଲୋକ ପ୍ରାଣ ହରାଇଥିଲେ । ଏହି କଥାବାର୍ତ୍ତା ପରେ ମୋଦି ଏକ୍ସରେ ପୋଷ୍ଟ କରି ଯୁଦ୍ଧ ସମ୍ପର୍କିତ ଅପଡେଟ୍‌ ପ୍ରଦାନ କରିବା ପାଇଁ ନେତାନ୍ୟାହୁଙ୍କ ଧନ୍ୟବାଦ ଜଣାଇଥିଲେ । ଏଥିସହ ଏଭଳି ଜଟିଳ ସମୟରେ ଭାରତ ଇସ୍ରାଏଲ ସହ ଅଛି ବୋଲି କହିଥିଲେ ମୋଦି ଏବଂ ହମାସର ଆତଙ୍କବାଦକୁ କଡା ନିନ୍ଦା କରିଥିଲେ ।

ଏହାମଧ୍ୟ ପଢନ୍ତୁ: Israel-Hamas War: ମଧ୍ୟପ୍ରାଚ୍ୟରେ ମହାଯୁଦ୍ଧ; ଇସ୍ରାଏଲକୁ ଯୁଦ୍ଧାସ୍ତ୍ର ପଠାଇଲା ଆମେରିକା

ଅପରପକ୍ଷେ, ଭାରତର ସହଯୋଗୀ ଥିବା ସାଉଦି ଆରବ ଦୁଇ ପକ୍ଷର ମଧ୍ୟରେ ଚାଲିଥିବା ସଂଘର୍ଷ ତୁରନ୍ତ ରୋକିବାକୁ ଆହ୍ବନ କରି କହିଥିଲା ଯେ, ପାଲେଷ୍ଟାଇନଙ୍କୁ ସେମାନଙ୍କ ବୈଧ ଅଧିକାରରୁ ବଞ୍ଚିତ କରାଯିବାର ପରିମାଣ ସ୍ୱରୂପ ଏଭଳି ଯୁଦ୍ଧ ସ୍ଥିତି ସୃଷ୍ଟି ହୋଇଛି । ସାଉଦି ଆରବ ବୈଦେଶିକ ମନ୍ତ୍ରଣାଳୟର ବିବୃତ୍ତିରେ କୁହାଯାଇଥିଲା, କିଙ୍ଗ୍‌ଡମ୍‌ ଦୁଇ ପକ୍ଷ ମଧ୍ୟରେ ଉତ୍ତେଜନାକୁ ବନ୍ଦ କରିବାକୁ ଆହ୍ବାନ କରୁଛି । ନାଗରିକଙ୍କ ସୁରକ୍ଷା ପାଇଁ ନିଜର ଦାୟିତ୍ବବୋଧକୁ ଅନୁଭବ କରି ଶାନ୍ତି ପ୍ରକ୍ରିୟା ସକ୍ରିୟ କରିବା ଦିଗରେ କାର୍ଯ୍ୟ କରିବା ପାଇଁ ଅନ୍ତରାଷ୍ଟ୍ରୀୟ ସମୁଦାୟକୁ କିଙ୍ଗ୍‌ଡମ୍‌ ଆହ୍ବାନ୍‌ କରୁଛି । ଯଦ୍ବାରା ଦୁଇ ଦେଶ ମଧ୍ୟରେ ସଂଘର୍ଷର ସମାଧାନ କରାଯାଇ ପାରିବ । ଯାହାକି ଇସ୍ରାଏଲ-ହମାସ୍ ବିବାଦକୁ ନେଇ ଭାରତ ଓ ସାଉଦି ଆରବର ଭିନ୍ନ ଆଭିମୁଖ୍ୟକୁ ଦର୍ଶାଉଛି । ତେଣୁ ଏହାଦ୍ବାରା ଭାରତ ଓ ଆରବ ମଧ୍ୟରେ ସମ୍ପର୍କ ପ୍ରଭାବିତ ହେବା ନେଇ ଆଶଙ୍କା ପ୍ରକାଶ ପାଇଛି ।

ଏହି ପ୍ରସଙ୍ଗରେ ପୂର୍ବତନ ଭାରତୀୟ ରାଷ୍ଟ୍ରଦୂତ ଆର ଦୟାକର ଇଟିଭି ଭାରତକୁ କହିଛନ୍ତି ଯେ, ସାଉଦି ଆରବ ନିଜର ବୟାନରେ ସ୍ବତନ୍ତ୍ର ଭାବେ ହମାସ ସମ୍ପର୍କରେ ଉଲ୍ଲେଖ କରିନାହିଁ । ଏହା କେବଳ ପାଲେଷ୍ଟାଇନ ଲୋକଙ୍କ ଅଧିକାର ବିଷୟରେ କହିଛି । ଠିକ୍ ସେହିପରି ଯଦି ପ୍ରଧାନମନ୍ତ୍ରୀ ମୋଦିଙ୍କ ପ୍ରତିକ୍ରିୟାକୁ ବିଚାର କରିବା ତେବେ, ମୋଦି କେବଳ ଆତଙ୍କବାଦକୁ ନିନ୍ଦା କରିଛନ୍ତି । କେଉଁଠାରେ ବି ପାଲେଷ୍ଟାଇନଙ୍କ ନାଁ ନେଇନାହାନ୍ତି । ଦୁଇ ରାଷ୍ଟ୍ରକୁ ସମର୍ଥନ ଫର୍ମୁଲା ଭାରତର ମୂଳନୀତି ରହିଆସିଛି ଏବଂ ଏହା ବଦଳିବ ନାହିଁ ବୋଲି ଦୟାକର କହିଛନ୍ତି । ଯେଉଁ କାରଣରୁ ଇସ୍ରାଏଲ ଯୁଦ୍ଧ ଦ୍ବାରା ଭାରତ ଓ ଆରବ ସମ୍ପର୍କ ପ୍ରଭାବିତ ନହେବା ସମ୍ଭାବନା ରହିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.