ETV Bharat / bharat

ଭାରତୀୟ ବାୟୁସୀମାରେ ପଶିଲା ଡ୍ରାଗନ ଫାଇଟର, ବେଜିଂକୁ ଚେତାବନୀ ଦେଲା ଦିଲ୍ଲୀ - Indian airspace violation

LAC ନିକଟରେ ଭାରତୀୟ ସେନାକୁ ଉତ୍ତେଜିତ କରିବା ଭଳି କାର୍ଯ୍ୟକଳାପ କରୁଛି ଚୀନ । ବିରତ ରହିବାକୁ ଭାରତୀୟ ସେନାର ତାଗିଦ । ଲଦାଖ ଅଞ୍ଚଳରେ ଭାରତ ବାୟୁସେନାରେ ଚୀନ ଯୁଦ୍ଧ ବିମାନ ପ୍ରବେଶ କରିବା ପରେ ବେଜିଂକୁ ଚେତାବନୀ ଦେଇଛି ଦିଲ୍ଲୀ । ଅଧିକ ପଢ଼ନ୍ତୁ

ବାୟୁସୀମା ଅତିକ୍ରମ କରୁଛି ପଡ଼ୋଶୀ, ଭାରତ ଓ ଚୀନ ମଧ୍ୟରେ ସ୍ବତନ୍ତ୍ର ମିଲିଟାରୀ ସ୍ତରୀୟ ଆଲୋଚନା

author img

By

Published : Aug 5, 2022, 5:39 PM IST

ନୂଆଦିଲ୍ଲୀ: ଭାରତ ଓ ଚୀନ ମଧ୍ୟରେ ଶେଷ ହୋଇଛି ସ୍ୱତନ୍ତ୍ର ରାଉଣ୍ଡ ମିଲିଟାରୀ ଆଲୋଚନା । ଚୁସୁ୍‌ଲ ଓ ମୋଲ୍‌ଡୋ ସୀମୀରେ ଏହି ଆଲୋଚନା ହୋଇଥିଲା । ଗତ ୪୫ ଦିନ ମଧ୍ୟରେ ଭାରତ ଓ ଚୀନ ମଧ୍ୟରେ ଥିବା ବାୟୁସୀମା ନିକଟବର୍ତ୍ତୀ ଇଲାକାରେ ଚୀନର ଯୁଦ୍ଧ ବିମାନ ଉଡ଼ୁଥିବାର ଦେଖା ଦେଇଛି । ଏହି ଛଡ଼ା ପୂର୍ବ ଲଦ୍ଦାଖ୍‌ରେ ଅଞ୍ଚଳରେ ବାୟୁସୀମା ଉଲଂଘନ ହୋଇଥିବା ଅଭିଯୋଗ ହୋଇଛି ।

ନିୟମ ମୁତାବକ LAC(Line of Actual Control)ର ୧୦ ମିଟର ପରିଧି ମଧ୍ୟରେ କୌଣସି ଦେଶର ଯୁଦ୍ଧ ବିମାନ ଉଡ଼ାଣ ଭରି ପାରିବ ନାହିଁ । ତେବେ ଚୀନ ପକ୍ଷରୁ ତାହା ବାରମ୍ବାର ଉଲ୍ଲଂଘନ ହେଉଥିବା ଅଭିଯୋଗ କରିଛି ଭାରତୀୟ ସେନା । ଏହାକୁ ନେଇ ଦୁଇ ଦେଶର ସେନା ମଧ୍ୟରେ ସ୍ବତନ୍ତ୍ର ଆଲୋଚନା ହୋଇଛି ।

ଏହାକୁ ନେଇ ସରକାରୀ ସୂତ୍ର ପକ୍ଷରୁ କୁହା ଯାଇଛି ଯେ, "ଆଲୋଚନା ବେଳେ ଭାରତ ସୀମାରେ ଚୀନର ଗତିବିଧିକୁ ନେଇ ଆପତ୍ତି କରିଛି । ଗତ ଏକ ମାସ ଧରି ଚୀନ LACରେ ସେନାକୁ ଉତ୍ତେଜିତ କରିବା ଭଳି କାର୍ଯ୍ୟକଳାପ କରି ଆସୁଛି । ଏଭଳି ଚେଷ୍ଟାରୁ ଦୁରେଇ ରହିବାକୁ କଡ଼ାକଡ଼ି ଭାବରେ ଭାରତ ପକ୍ଷରୁ ଚେତାଇ ଦିଆଯାଇଛି ।"

ବର୍ତ୍ତାମାନ ଚୀନ ସହ ଅନେକ ଦେଶର ସମ୍ପର୍କ ଏତାଟା ଭଲ ନାହିଁ । ନିକଟରେ ଆମେରିକା ବାଚସ୍ପତିଙ୍କ ତାଇୱାନ ଗସ୍ତ ପରେ ଚୀନ ସହ ତାଇଓ୍ୱାନର ମୁହାଁମୁହିଁ ସ୍ଥିତି ରହିଛି । ଏଭଳି ସ୍ଥିତିରେ ଭାରତର ଚେତାବନୀ ପରେ ଚୀନର କାର୍ଯ୍ୟକଳାପ ଉପରେ ନଜର ରହିଛି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.