ETV Bharat / bharat

ସନାତନ ଧର୍ମର ଧ୍ବଂସ ଚାହୁଁଛି ‘ଇଣ୍ଡିଆ’ ମେଣ୍ଟ: ମୋଦି

ମଧ୍ୟ ପ୍ରଦେଶରେ ଇଣ୍ଡିଆ ମେଣ୍ଟ ଉପରେ ବର୍ଷିଲେ ମୋଦି । କହିଲେ ସନାତନ ଧର୍ମର ଧ୍ବଂସ ଚାହୁଁଛି ‘ଇଣ୍ଡିଆ’ ମେଣ୍ଟ । ଅଧିକ ପଢନ୍ତୁ

author img

By ETV Bharat Odisha Team

Published : Sep 14, 2023, 3:52 PM IST

ସନାତନ ଧର୍ମର ଧ୍ବଂସ ଚାହୁଁଛି ‘ଇଣ୍ଡିଆ’ ମେଣ୍ଟ: ମୋଦି
ସନାତନ ଧର୍ମର ଧ୍ବଂସ ଚାହୁଁଛି ‘ଇଣ୍ଡିଆ’ ମେଣ୍ଟ: ମୋଦି

ଭୋପାଲ: ସନାତନ ଧର୍ମକୁ ନେଇ ବିବାଦୀୟ ବୟାନକୁ ନେଇ ଆଜି ପ୍ରଧାନମନ୍ତ୍ରୀ ବିରୋଧୀ ମେଣ୍ଟ ‘ଇଣ୍ଡିଆ’କୁ ନିର୍ବାଚନୀ ସଭାମଞ୍ଚରେ ଟାର୍ଗେଟ କରିଛନ୍ତି । ‘ଇଣ୍ଡିଆ’ ମେଣ୍ଟ ସମ୍ପୂର୍ଣ୍ଣ ସନାତନ ଧର୍ମର ଧ୍ବଂସ ଚାହୁଁଛି । ହଜାର ବର୍ଷର ପରମ୍ପରାକୁ ଦୁର୍ବଳ କରି ସମାଜକୁ ଗୋଲାମି ମଧ୍ୟକୁ ଠେଲି ଦେବାକୁ ଚାହୁଁଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି । ମଧ୍ୟ ପ୍ରଦେଶ ବିଣାରେ ଏକ ନିର୍ବାଚନୀ ସଭାକୁ ସମ୍ବୋଧିତ କରିବା ବେଳେ ପ୍ରଧାନମନ୍ତ୍ରୀ ମୋଦି ଏହି ସନାତନ ବିରୋଧୀ ମନ୍ତବ୍ୟ ପ୍ରସଙ୍ଗ ଉଠାଇଛନ୍ତି । ତାମିଲନାଡୁ ମନ୍ତ୍ରୀ ଉଦୟାନିଧି ଷ୍ଟାଲିନଙ୍କ ସନାତନ ବିରୋଧୀ ମନ୍ତବ୍ୟ ପରେ ପ୍ରଧାନମନ୍ତ୍ରୀ ପ୍ରଥମ ଥର ସାଧାରଣରେ ଏହି ପ୍ରସଙ୍ଗରେ ଇଣ୍ଡିଆ ମେଣ୍ଟକୁ ଟାର୍ଗେଟ କରିଛନ୍ତି ।

ବିଧାନସଭା ନିର୍ବାଚନ ହେବାକୁ ଯାଉଥିବା ମଧ୍ୟ ପ୍ରଦେଶର ବିଣାରେ ଦଳ ପକ୍ଷରୁ ଆୟୋଜିତ ଏକ ନିର୍ବାଚନୀ ସଭାକୁ ସମ୍ବୋଧିତ କରିବା ଅବସରରେ ପ୍ରଧାନମନ୍ତ୍ରୀ କହିଛନ୍ତି,"ଏବେ ସେମାନେ (ବିରୋଧୀ) ମୁମ୍ବାଇରେ ଏକାଠି ହୋଇଥିଲେ । ସେଠାରେ ସେମାନେ ଘମଣ୍ଡିଆ ମେଣ୍ଟ ପାଇଁ ରଣନୀତି ପ୍ରସ୍ତୁତ କରିଛନ୍ତି । ସେମାନଙ୍କ ଏଜେଣ୍ଡା ମଧ୍ୟ ସ୍ପଷ୍ଟ ଜଣାପଡ଼ୁଛି । ସେମାନେ କେବଳ ଭାରତର ସଂସ୍କୃତି ଓ ଐତିହ୍ୟକୁ ଦୁର୍ବଳ କରିବାକୁ ଏଜେଣ୍ଡା ସ୍ଥିର କରିଛନ୍ତି । ସେମାନଙ୍କର ଯୋଜନା ଭାରତୀୟଙ୍କ ବିଶ୍ୱାସ ଉପରେ ଆକ୍ରମଣ କରିବା । ଭାରତକୁ ଏକ ସୂତ୍ରରେ ବାନ୍ଧି ରଖିଥିବା ହଜାର ବର୍ଷ ପୁରୁଣା ସାମାଜିକ ଧାରଣା, ମୂଲ୍ୟବୋଧ ଏବଂ ପରମ୍ପରାକୁ ନଷ୍ଟ କରିବା ପାଇଁ ଉଦ୍ଦିଷ୍ଟ । ଦେଶକୁ ହଜାର ବର୍ଷ ପଛକୁ ନେଇ ଗୋଲାମି ମଧ୍ୟକୁ ଠେଲିଦେବା ।"

ଏହା ମଧ୍ୟ ପଢନ୍ତୁ :-ମଧ୍ୟପ୍ରଦେଶକୁ 50,700 କୋଟିର ପ୍ରକଳ୍ପ ଭେଟି ଦେଲେ ପ୍ରଧାନମନ୍ତ୍ରୀ, INDIA ମେଣ୍ଟ ଉପରେ ବର୍ଷିଲେ

ନିର୍ବାଚନ ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ମଧ୍ୟ ପ୍ରଦେଶରେ ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ କରିଛନ୍ତି । ବିଣାରେ ରିଫାଇନାରୀରେ ପେଟ୍ରୋକେମିକାଲ କମ୍ପ୍ଲେକ୍ସ ସମେତ 50 ହଜାର 700କୋଟି ଟଙ୍କାର ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି ପ୍ରଧାନମନ୍ତ୍ରୀ । ପ୍ରଥମେ ପ୍ରଧାନମନ୍ତ୍ରୀ ପ୍ରଥମେ ଭୋପାଳରେ ପହଞ୍ଚିବା ପରେ ଏକେ ମେଗା ରୋଡ ସୋ‘ କରି ବିଣାରେ ପହଞ୍ଚିଥିଲେ । ସାଥିରେ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନ ଥିଲେ । ବିଣାରେ ପହଞ୍ଚିବା ପରେ ରାଜ୍ୟବାସୀଙ୍କୁ 50 ହଜାର 700 କୋଟି ଟଙ୍କାର ପ୍ରକଳ୍ପ ଭେଟି ଦେଇଥିଲେ ପ୍ରଧାନମନ୍ତ୍ରୀ । ମଧ୍ୟ ପ୍ରଦେଶ ନିର୍ବାଚନରେ ଏବେ ଭାରତୀୟ ଜନତା ପାର୍ଟି ଏବେ ବିରୋଧୀଙ୍କୁ ଟାର୍ଗେଟକୁ କରିବାକୁ ସନାତନ ବିରୋଧୀ ମନ୍ତବ୍ୟକୁ ମୁଦ୍ଦା କରିବାକୁ ଯାଉଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.