ETV Bharat / bharat

Udhayanidhi Stalin remark: INDIA ମେଣ୍ଟ ସନାତନ ଧର୍ମକୁ ଅପମାନିତ କରିଛି କହିଲେ ଶାହ - ରାଜସ୍ଥାନରେ ଶାହ

ଉଦୟାନିଧିଙ୍କ ସନାତନ ଧର୍ମ ବିରୋଧୀ ମନ୍ତବ୍ୟକୁ ନେଇ ‘ଇଣ୍ଡିଆ’ ମେଣ୍ଟ ଉପରେ ବର୍ଷିଲେ ଶାହ । କହିଲେ ଭୋଟବ୍ୟାଙ୍କ ପାଇଁ ଲଗାତର INDIA ମେଣ୍ଟ ସନାତନ ଧର୍ମକୁ ଅପମାନିତ କରିଛି । ଅଧିକ ପଢନ୍ତୁ

Udhayanidhi Stalin remark: INDIA ମେଣ୍ଟ ସନାତନ ଧର୍ମକୁ ଅପମାନିତ କରିଛି କହିଲେ ଶାହ

author img

By ETV Bharat Odisha Team

Published : Sep 3, 2023, 5:17 PM IST

ଜୟପୁର: ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏମ.କେ ଷ୍ଟାଲିନଙ୍କ ପୁଅ ତଥା ରାଜ୍ୟ କ୍ରୀଡା ଓ ଯୁବ ବ୍ୟାପାର ମନ୍ତ୍ରୀ ଉଦାୟାନିଧି ଷ୍ଟାଲିନଙ୍କ ସନାତନ ଧର୍ମ ବିବାଦୀୟ ମନ୍ତବ୍ୟ ଏବେ କେବଳ DMKକୁ ବିବାଦକୁ ଟାଣିଛି ତାହା ନୁହେଁ, ବରଂ ଏହି କାରଣରୁ ବିରୋଧୀ ଇଣ୍ଡିଆ ମେଣ୍ଟ ଏବେ ବିବାଦୀୟ ହେବା ପରି ମନେ ହେଲେଣି । ଏହି ପ୍ରସଙ୍ଗରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ସିଧା ‘ଇଣ୍ଡିଆ’ ମେଣ୍ଟକୁ ଟାର୍ଗେଟ କରିଛନ୍ତି । ଇଣ୍ଡିଆ ମେଣ୍ଟ ସନାତନ ଧର୍ମକୁ ଅପମାନିତ କରିଛି ବୋଲି ଶାହ କହିଛନ୍ତି ।

  • Aditya-L1 Mission:
    The satellite is healthy and operating nominally.

    The first Earth-bound maneuvre (EBN#1) is performed successfully from ISTRAC, Bengaluru. The new orbit attained is 245km x 22459 km.

    The next maneuvre (EBN#2) is scheduled for September 5, 2023, around 03:00… pic.twitter.com/sYxFzJF5Oq

    — ISRO (@isro) September 3, 2023 " class="align-text-top noRightClick twitterSection" data=" ">

ଆଜି ବିଧାନସଭା ନିର୍ବାଚନ ହେବାକୁ ଥିବା ରାଜସ୍ଥାନରେ ଡୁଙ୍ଗରପୁରରେ ଦଳ ପକ୍ଷରୁ ଆୟୋଜିତ ‘ପରିବର୍ତ୍ତନ ସଙ୍କଳ୍ପ ଯାତ୍ରା’କୁ ସମ୍ବୋଧିତ କରି ଶାହ ଏହି ପ୍ରସଙ୍ଗ ଉଠାଇଛନ୍ତି । କହିଛନ୍ତି,"ଗତ ଦୁଇ ଦିନ ହେଲାଣି ଇଣ୍ଡିଆ ମେଣ୍ଟ ସନାତନ ଧର୍ମକୁ ଅପମାନିତ କରିବାରେ ଲାଗିଛି । ଭୋଟ ବ୍ୟାଙ୍କ ରାଜନୀତି ପାଇଁ DMK ଓ କଂଗ୍ରେସ ସନାତନର ଧର୍ମର ଅନ୍ତ ହେବା କଥା ମଧ୍ୟ କହୁଛନ୍ତି । ତେବେ ସନାତନ ଧର୍ମକୁ ଅପମାନିତ କରାଯିବାର ଏହା ପ୍ରଥମ ଘଟଣା ନୁହେଁ । ପୂର୍ବରୁ ମଧ୍ୟ ଏକାଧିକ ଥର ସେମାନେ କରିସାରିଛନ୍ତି ।"

ଶାହ ଏହି ସାମାଲୋଚନାରେ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂଙ୍କର ଏକ ମନ୍ତବ୍ୟର ଉଦାହରଣ ମଧ୍ୟ ଦେବାକୁ ପଛାଇନଥିଲେ । କହିଥିଲେ, ମନମୋହନ ସିଂ କହିଥିଲେ, ବଜେଟରେ ପ୍ରଥମ ଅଧିକାର ସଂଖ୍ୟାଲଘୁମାନଙ୍କର ରହିଛି । ହେଲେ ବିଜେପି ବଜେଟର ଅଧିକାର ଦଳିତ, ଆଦିବାସୀ ଓ ପଛୁଆବର୍ଗଙ୍କ ପାଇଁ ନିଶ୍ଚିତ କରିଛି ।

ଏହା ମଧ୍ୟ ପଢନ୍ତୁ:-Sanatan dharma remark Row: ସନାତନ ବିରୋଧୀ ମନ୍ତବ୍ୟ ପରେ ତେଜିଲା ବିରୋଧ, ଉଦୟନିଧିଙ୍କ ନାଁରେ ଏତଲା

ଗତକାଲି ତାମଲନାଡୁ କ୍ରୀଡ଼ାମନ୍ତ୍ରୀ ଉଦାୟନିଧି ଷ୍ଟାଲିନଙ୍କର ହିନ୍ଦୁ ଧର୍ମକୁ ନେଇ ତୀବ୍ର ସମାଲୋଚନାମୂଳକ ମନ୍ତବ୍ୟ ଆସିଥିଲା । ସନାତନ ଧର୍ମ ସମାନତା ଓ ସାମାଜିକ ନ୍ୟାୟର ବିରୋଧୀ ବୋଲି ଦର୍ଶାଇ ଏପରି କହିଥିଲେ ଉଦାୟାନିଧି । ସନାତନ ଧର୍ମ ଡେଙ୍ଗୁ, ମ୍ୟାଲେରିଆ ଭଳି ବୋଲି ମଧ୍ୟ କହିବାକୁ ପଛାଇନଥିଲେ ଉଦୟନିଧି । କେବଳ ଏତିକି ନୁହେଁ ବରଂ ସନାତନ ଧର୍ମକୁ ବିଲୋପ କରାଯିବାର ଆବଶ୍ୟକତା ମଧ୍ୟ ରହିଥିବା ସେ କହିଥିଲେ । ଏହାପରେ ବିବାଦ ଦେଖାଯାଇଥିଲା । ବିଜେପି ଏହାକୁ କଡ଼ା ନିନ୍ଦା କରିଥିଲା । ଉଦୟାନିଧିଙ୍କ ବିରୋଧରେ ଏକ ମାମଲା ମଧ୍ୟ ରୁଜୁ ହୋଇଛି । ଏବେ ରାଜସ୍ଥାନର ନିର୍ବାଚନୀ ପ୍ରଚାରରେ ମଧ୍ୟ ଶାହ ଏହି ପ୍ରସଙ୍ଗ ଉଠାଇ ଡିଏମକେ, କଂଗ୍ରେସ ଓ ପୁରା ଇଣ୍ଡିଆ ମେଣ୍ଟକୁ ସନାତନ ବିରୋଧୀ ବୋଲି କହିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.