ETV Bharat / bharat

ପୁଣି ଥରେ ଋଷ ବିରୋଧି ନିନ୍ଦା ପ୍ରସ୍ତାବରେ ଭୋଟ ଦେଲାନି ଭାରତ - ଜାତିସଂଘ ସୁରକ୍ଷା ପରିଷଦ

ଋଷ ବିରୋଧି ନିନ୍ଦା ପ୍ରସ୍ତାବରୁ ପୁଣି ଥରେ ଭୋଟ ଦେବାରୁ ବିରତ ରହିଲା ଭାରତ । ଅଧିକ ପଢନ୍ତୁ

ପୁଣିଥରେ ଋଷ ବିରୋଧି ନିନ୍ଦା ପ୍ରସ୍ତାବରେ ଭୋଟ ଦେଲାନି ଭାରତ

author img

By

Published : Oct 1, 2022, 10:43 AM IST

ନୂଆଦିଲ୍ଲୀ: ଘମାଘୋଟ ଯୁଦ୍ଧ ମଧ୍ୟରେ ଋଷିଆ ୟୁକ୍ରେନର ୪ ପ୍ରମୁଖ ଅଞ୍ଚଳକୁ ନିଜ ସୀମାରେ ସାମିଲ କରିଛି । ୟୁକ୍ରେନର ଡୋନେସ୍କ(Donetsk), ଲୁହାଂସ୍କ, ଖେରସନ ଏବଂ ଜାପୋରିଝିଆ(Zaporizhzhia) ଋଷିଆ ସହ ମିଶିଛି । ୟୁକ୍ରେନ ଅଞ୍ଚଳରେ ଋଷିଆର ଏପରି କବ୍‌ଜାକୁ ଆମେରିକା, ବ୍ରିଟେନ ସମେତ ଅନେକ ପାଶ୍ଚାତ୍ୟ ରାଷ୍ଟ୍ରଗୁଡିକ ନିନ୍ଦା କରିଛନ୍ତି ଏବଂ ତୁରନ୍ତ ଯୁଦ୍ଧଗ୍ରସ୍ତ ଦେଶରୁ ମସ୍କୋର ସୈନ୍ୟ ପ୍ରତ୍ୟାହାର ପାଇଁ ଦାବି କରିଛନ୍ତି । ଏହି ପରିପ୍ରେକ୍ଷୀରେ ଶୁକ୍ରବାର ଆମେରିକା ଓ ଆଲବେନିଆ(Albania) ମିଳିତ ଜାତିସଂଘ ସୁରକ୍ଷା ପରିଷଦ(UN Security Council)ରେ ଋଷିଆ ବିରୋଧରେ ଏକ ନିନ୍ଦା ପ୍ରସ୍ତାବ ଆଣିଥିଲେ । ଏହି ପ୍ରସ୍ତାବ ସପକ୍ଷରେ ୧୦ଟି ଦେଶ ଭୋଟ ଦେଇଥିବା ବେଳେ ପୁଣିଥରେ ଋଷ ପ୍ରତି ନିଜର ବନ୍ଧୁତା ଦେଖାଇ ଭୋଟିଂରୁ ବିରତ ରହିଛି ଭାରତ ।

କେବଳ ଭାରତ ନୁହେଁ, ଚୀନ, ବ୍ରାଜିଲ ଏବଂ ଗାବନ ଏହି ନିନ୍ଦା ପ୍ରସ୍ତାବରେ ଭୋଟ ଦେଇନାହାନ୍ତି । ଅନ୍ୟପଟେ ଋଷ ଜାତିସଂଘର ସ୍ଥାୟୀ ସଦସ୍ୟ ହୋଇଥିବାରୁ ଏହି ପ୍ରସ୍ତାବ ଉପରେ ଭିଟୋ ପାୱାର ପ୍ରୟୋଗ କରଛି । ଫଳରେ ଏହି ପ୍ରସ୍ତାବ ସୁରକ୍ଷା ପରିଷଦରେ ଗୃହୀତ ହୋଇପାରିନାହିଁ ।

ଆମେରିକା ଓ ଆଲବେନିଆର ନିନ୍ଦା ପ୍ରସ୍ତାବରେ ଋଷ ୟୁକ୍ରେନରୁ ନିଜ ସୈନ୍ୟ ପ୍ରତ୍ୟାହାର କରୁ ବୋଲି କୁହାଯାଇଥିଲା । ୧୫ ରାଷ୍ଟ୍ର ମଧ୍ୟରୁ ୧୦ଟି ରାଷ୍ଟ୍ର ନିନ୍ଦା ପ୍ରସ୍ତାବକୁ ସମର୍ଥନ କରିଥିଲେ । ଭାରତ ସମେତ ଚାରୋଟି ରାଷ୍ଟ୍ର ଏଥିରୁ ବିରତ ରହିଥିଲେ । ପୂର୍ବରୁ ମଧ୍ୟ ଭାରତ ଋଷିଆ ବିରୋଧି ନିନ୍ଦା ପ୍ରସ୍ତାବ ଭୋଟିଂରୁ ନିଜକୁ ଦୂରେଇ ରହିଥିଲା ।

ଗୁରୁବାର ଜାତିସଂଘ ମହାସଚିବ ଆଣ୍ଟୋନିଓ ଗୁଟେରସ(Antonio Guterres) ମଧ୍ୟ ୟୁକ୍ରେନର ୪ଟି ଅଞ୍ଚଳକୁ ଋଷିଆ ଅକ୍ତିଆର କରିବା ଘଟଣାକୁ ନିନ୍ଦା କରିଥିଲେ ଏବଂଧମକ କିମ୍ବା ବଳପୂର୍ବକ କୌଣସି ଦେଶର ଭୂଖଣ୍ଡ ଦଖଲ କରିବା ଜାତିସଂଘ ଏବଂ ଅନ୍ତର୍ଜାତୀୟ ଆଇନର ଉଲ୍ଲଂଘନ ବୋଲି କହିଥିଲେ ।

ଏହାମଧ୍ୟ ପଢନ୍ତୁ: ଋଷରେ ମିଶିଲା ୟୁକ୍ରେନର ୪ଟି ପ୍ରଦେଶ ! NATO ସଦସ୍ୟତା ପାଇଁ ଆବେଦନ କଲେ ଜେଲେନ୍‌ସ୍କି

ଏଠାରେ ଉଲ୍ଲେଖଯୋଗ୍ୟ ଯେ, ୟୁକ୍ରେନର ଡୋନେସ୍କ, ଲୁହାଂସ୍କ, ଖେରସନ ଏବ ଜୋପରିଝିଆ ଅଞ୍ଚଳ ଋଷିଆରେ ସାମିଲ ହୋଇଛି ବୋଲି ଶୁକ୍ରବାର ରାଷ୍ଟ୍ରପତି ଭ୍ଲାଦମିର ପୁଟିନ ଘୋଷଣା କରିଥିଲେ । ଏହିସବୁ ଅଞ୍ଚଳକୁ ଋଷରେ ମିଶ୍ରଣ ପାଇଁ କିଛି ଦିନ ତଳେ ଜନମତ ସଂଗ୍ରହ କରାଯାଇଥିଲା । ଏହାର ୯୦ ପ୍ରତିଶତ ଜନସାଧାରଣରେ ଋଷିଆରେ ସାମିଲ ହେବାକୁ ମତ ଦେଇଥିବା ଏହି ରାଷ୍ଟ୍ର ପକ୍ଷରୁ କୁହାଯାଇଥିଲା ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.