ETV Bharat / bharat

ଆସାମରୁ ଫେରି ଜିଗ୍ନେଶଙ୍କ ଶକ୍ତି ପ୍ରଦର୍ଶନ, ଗୁଜୁରାଟ ସରକାରଙ୍କୁ ଘେରିଲେ

author img

By

Published : May 4, 2022, 11:54 AM IST

ଜାମିନ ପାଇ ଗୁଜୁରାଟକୁ ଫେରିବା ପରେ ରାଜ୍ୟ ସରକାର ଓ ବିଜେପିକୁ ଟାର୍ଗେଟ କରିଛନ୍ତି ବିଧାୟକ ଜିଗ୍ନେଶ ମେୱାନୀ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିରୋଧରେ ଟ୍ବିଟ୍‌ କରି ଗିରଫ ହୋଇଥିଲେ ଗୁଜୁରାଟର ସ୍ବାଧୀନ ବିଧାୟକ ଜିଗ୍ନେଶ ମେଓ୍ବାନୀ । ଆସାମ ପୋଲିସ ତାଙ୍କୁ ଗିରଫ କରିଥିଲା । ଅଧିକ ପଢ଼ନ୍ତୁ

ଆସାମରୁ ଫେରି ଜିଗ୍ନେଶଙ୍କ ଶକ୍ତି ପ୍ରଦର୍ଶନ, ଗୁଜରାଟ ସରକାରଙ୍କୁ ଘେରିଲେ

ଗାନ୍ଧୀନଗର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିରୋଧରେ ଟ୍ବିଟ୍‌ କରି ଗିରଫ ହୋଇଥିଲେ ଗୁଜୁରାଟର ସ୍ବାଧୀନ ବିଧାୟକ ଜିଗ୍ନେଶ ମେଓ୍ବାନୀ । ଆସାମ ପୋଲିସ ତାଙ୍କୁ ଗିରଫ କରିଥିଲା । ତେବେ ସେ ଜାମିନ ପାଇ ଗୁଜୁରାଟକୁ ଫେରିବା ପରେ ରାଜ୍ୟ ସରକାର ଓ ବିଜେପିକୁ ଟାର୍ଗେଟ କରିଛନ୍ତି ବିଧାୟକ ଜିଗ୍ନେଶ ମେୱାନୀ ।

ନିଜର ଗିରଫଦାରୀକୁ ଅପହରଣର ଆଖ୍ୟା ଦେଇଛନ୍ତି ସ୍ବାଧୀନ ବିଧାୟକ ତଥା ଦଳିତ ନେତା ଜିଗ୍ନେଶ ମେୱାନୀ । ଗୁଜୁରାଟରେ ଜଣେ ବିଧାୟକଙ୍କୁ ଅପହରଣ କରି ନେବା ରାଜ୍ୟର ୬.୫ କୋଟି ଲୋକଙ୍କ ଅପମାନ ବୋଲି କହିଛନ୍ତି ଜିଗ୍ନେଶ । ଜଣେ ବିଧାୟକଙ୍କ ଗିରଫଦାବୀ ଦ୍ବାରା ଗୁଜୁରାଟର ସ୍ବାଭିମାନ ନଷ୍ଟ ହୋଇଛି । ଏଥିପାଇଁ କେବଳ ରାଜ୍ୟ ସରକାର ଦାୟୀ ବୋଲି କହିଛନ୍ତି ଜିଗ୍ନେଶ ମେୱାନୀ ।

ଗୁଜରାଟ ଫେରିବା ପରେ ବିଶାଳ ଶୋଭାଯାତ୍ରା କରିଛନ୍ତି ଜିଗ୍ନେଶ ମେୱାନୀ । ତାଙ୍କୁ ପାଛୋଟି ନେବାକୁ ରାଜରାସ୍ତାରେ ତାଙ୍କ ସମର୍ଥକଙ୍କ ପ୍ରବଳ ଭିଡ଼ ଜମିଥିଲା । ଗୁଜରାଟରେ ପହଞ୍ଚିବା କ୍ଷଣି ଏକ ସଭାକୁ ସମ୍ବୋଧିତ କରିଛନ୍ତି ଜିଗ୍ନେଶ ।

ଜଗ୍ନେଶ କହିଛନ୍ତି ଯେ, "ମୁଁ ଗିରଫ ହେବା ସମୟରେ ଏଭଳି ସ୍ଥିତି ତିଆରି କରାଗଲା ଯେମିତି ଜଣେ ଆତଙ୍କବାଦୀ ଧରାପଡ଼ିଛି । ମୋତେ ଗିରଫ କରିବାକୁ ୨୫୦୦ କିମିରୁ ଆସାମ ପୋଲିସ ଏଠାରେ ପହଞ୍ଚିଥିଲା । ଜାମିନ ମିଳିବା ପରେ ତୁରନ୍ତ ଜଣେ ମହିଳା ପୋଲିସ ମୋ ବିରୋଧରେ ମିଥ୍ୟା ମାରପିଟ୍‌ ଅଭିଯୋଗ ଆଣିଲେ । ଏହା ୫୬ ଇଞ୍ଚ ଛାତିର ଭୀରୁତା ଆଉ କିଛି ନୁହେଁ । ଗିରଫ ହେବାପରେ ମୋର ଲାପ୍‌ଟପ୍‌ ଓ ମୋବାଇଲ ଜବତ କରି ନିଆଯାଇଥିଲା । ଏଥିରେ ସ୍ପାଇ ସଫ୍ଟୱେୟାର ବ୍ୟବହାର କିଛି ଗଡ଼ବଡ଼ କରିଥିବା ମୁଁ ଆଶଙ୍କା କରୁଛି ।"

୨୦୧୬ରେ ମେୱାନୀର ଉନା ତହସିଲରେ ଦଳିତ ବିରୋଧରେ ରୁଜୁ ହୋଇଥିବା ମାମଲାର ପ୍ରତ୍ୟାହାର, ରାଜ୍ୟର ଅନ୍ୟ ଆନ୍ଦୋଳନକାରୀଙ୍କ ବିରୋଧରେ ରୁଜୁ ହୋଇଥିବା ମାମଲାର ପ୍ରତ୍ୟାହାର, ପୋଲିସ କର୍ମୀଙ୍କ ଗ୍ରେଡ-ପେ ବୃଦ୍ଧି ଓ ଅନ୍ୟ କେତେକ ଦାବି ପୂରଣ କରିବାକୁ ଦାବି କରିଛନ୍ତି ଜିଗ୍ନେଶ ମେୱାନୀ । ଦାବି ପୂରଣ ନହେଲେ ଜିଗ୍ନେଶ ମେୱାନୀ ଗୁଜରାଟ ବନ୍ଦ କରିବାକୁ ଚେତବନୀ ଦେଇଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.