ନୂଆଦିଲ୍ଲୀ: ୭୬ତମ ସ୍ବାଧୀନତା ଦିବସ (Independence day) ପାଳୁଛି ସାରା ଦେଶ । ସ୍ବାଧୀନତାକୁ ନେଇ ଆଜାଦୀ କା ଅମୃତ ମହୋତ୍ସବ ପାଳୁଛି ଭାରତ । ଏହି ସ୍ବାଧୀନତା ( Indian Independence) ପଛରେ ରହିଛି ସ୍ବାଧନତା ସଂଗ୍ରାମୀଙ୍କ ବଳିଦାନ । ବ୍ରିଟିଶ୍ଙ୍କ ଅତ୍ୟାଚାର ସହି ସ୍ବର ଉତ୍ତୋଳନ କରିଥିଲେ । ଯାହା ଫଳରେ ଭାରତକୁ ସ୍ବାଧୀନ ରାଷ୍ଟ୍ର ହୋଇ ପାରିଥିଲା (Azadi Amrit Mohatsav 2022) । ଏହି ସ୍ବାଧୀନତା ସ୍ବର ଚାପି ଦେବାକୁ ଆପ୍ରାଣ ଚେଷ୍ଟା କରିଥିଲେ ବ୍ରିଟିଶ୍ ସରକାର । ଏଥିପାଇଁ ଘଟି ଯାଇଥିଲା ଅନେକ ବିପ୍ଲବ ଓ ଦୁଃଖଦ ଘଟଣା(major events in independence India) । ନଜର ପକାନ୍ତୁ ଏଭଳି କିଛି ଘଟଣା ଉପରେ ।
୧୮୫୭ ମସିହାର ବିପ୍ଲବ
ପରାଧୀନ ଭାରତରେ ଇଂରେଜ ସରକାରଙ୍କଠାରୁ ସ୍ବାଧୀନତା ପାଇଁ ୧୮୫୭ରେ ପ୍ରଥମ ଥର ଆନ୍ଦୋଳନ ମୁଣ୍ଡ ଟେକିଥିଲା । ଏହା ସିପାହୀ ବିଦ୍ରୋହ ନାମରେ ପରିଚିତ । ମଙ୍ଗଲ ପାଣ୍ଡେ ଏହି ବିଦ୍ରୋହର ନେତୃତ୍ବ ନେଇଥିଲେ । ଏହି ବିଦ୍ରୋହ ଯୋଗୁଁ ଭାରତକୁ ଶାସନ କରିବା କମାନ୍ ଇଷ୍ଟ ଇଣ୍ଡିଆ କମ୍ପାନୀ ହାତରୁ ଖସି ବ୍ରିଟିଶ ସରକାରଙ୍କ ହାତକୁ ଯାଇଥିଲା । କମ୍ପାନୀ ସମସ୍ତ ପ୍ରଶାସନିକ ଶକ୍ତି ହରାଇଥିଲା । ଏହି କ୍ରମରେ ଭାରତର ଶାସନ ଭାର ପ୍ରତ୍ୟକ୍ଷ ବ୍ରିଟିଶ୍ ସରକାର ସମ୍ଭାଳିଥିଲେ ।
ଅସହଯୋଗ ଆନ୍ଦୋଳନ
ସ୍ବାଧୀନତା ସଂଗ୍ରାମରେ ଅସହଯୋଗ ଆନ୍ଦୋଳନ ଏକ ପ୍ରମୁଖ ଭୁମିକା ଗ୍ରହଣ କରିଥିଲା । ଜାତୀର ପିତା ମହାତ୍ମା ଗାନ୍ଧୀ ଏହି ଡାକରା ଦେଇଥିଲେ । ଗାନ୍ଧିଜୀଙ୍କ ଆନ୍ଦୋଳନ ଡାକରାରେ ଲକ୍ଷଲକ୍ଷ ଭାରତୀୟ ଏହି ଆନ୍ଦୋଳନରେ ସାମିଲ ହୋଇଥିଲେ । ଏହି ଆନ୍ଦୋଳନ ଡାକରା ମାଧ୍ୟମରେ ବ୍ରିଟିଶ ସରକାରଙ୍କ ସାମଗ୍ରୀ ବର୍ଜନ କରାଯାଇଥିଲା । ଏହି କ୍ରମରେ ସ୍ବଦେଶୀ ସାମଗ୍ରୀ ବ୍ୟବହାକୁ ପ୍ରୋତ୍ସାହନ ଦିଆଯାଇଥିଲା । ଏହି ଆନ୍ଦୋଳନ ଦ୍ବାରା ବିଶେଷ ପ୍ରଭାବିତ ହୋଇଥିଲେ ବ୍ରିଟିଶ ସରକାର ।
ଜାଲିଆନାୱାଲାବାଗ୍ ହତ୍ୟାକାଣ୍ଡ
୧୯୧୯ ଅପ୍ରେଲ ୧୩ ତାରିଖରେ ଅମୃତଶରରେ ଏହି ନାରକୀୟ ନିର୍ଦ୍ଦୟ କାଣ୍ଡ ଘଟାଇଥିଲେ ବ୍ରିଟିଶ ସରକାର । ବୈଶାଖୀ ମେଳା ଉତ୍ସବ ଉପଭୋଗ କରୁଥିବା ବେଳେ ନିରସ୍ତ୍ର ନିରୀହ ଜନତାଙ୍କ ଉପରେ ଗୁଳିଚାଳନା କରିଥିଲେ ବ୍ରିଟିଶ ସୈନ୍ୟ । ସେହି ସମୟରେ ସ୍ବାଧୀନତ ଆନ୍ଦୋଳନ ଚାପି ଦେବାକୁ ସମାବେଶ ଉପରେ ରୋକ୍ ଲଗାଇଥିଲେ ବ୍ରିଟିଶ ସରକାର । ତେବେ ପର୍ବ ପାଳୁଥିବା ବେଳେ ତତ୍କାଳୀନ ବ୍ରିଗେଡିୟର ଜେନେରାଲ ଡାୟର ନିର୍ଦ୍ଦେଶରେ ହତ୍ୟାକାଣ୍ଡ ଘଟାଇଥିଲେ ଇଂଲଣ୍ଡ ସୈନ୍ୟ । ସରକାରୀ ସୂଚନା ମତୁବାକ ସେତେବେଳେ ୩୫୦ ଲୋକଙ୍କ ମୃତ୍ୟୁ ହୋଇଥିବା କୁହାଯାଉଛି । ତେବେ ପ୍ରାୟ ୧୦୦୦ରୁ ଅଧିକ ଲୋକ ସେତେବେଳେ ପ୍ରାଣ ହରାଇଥିବା ଜାତୀୟ କଂଗ୍ରେସ ପକ୍ଷରୁ କୁହାଯାଏ ।
ଆଇନ ଅମାନ୍ୟ ଆନ୍ଦୋଳନ
ଭାରତର ମଧ୍ୟରେ ସମୁଦ୍ରରୁ ଲୁଣ ମାରିବା ଉପରେ ଭାରତୀୟଙ୍କ ଉପରେ ରୋକ୍ ଲଗାଇଥିଲେ ବ୍ରିଟିଶ୍ ସରକାର । ୧୯୩୦ରେ ଗାନ୍ଧିଜୀଙ୍କ ଦାଣ୍ଡିଯାତ୍ରା ଡାକରା ଲକ୍ଷଲକ୍ଷ ଭାରତୀୟ ସାମିଲ ହୋଇଥିଲେ । ସମସ୍ତ ଭାରତୀୟ ଦାଣ୍ଡି ଯାତ୍ରା କରିବା ସହ ବ୍ରିଟିଶ ସରକାରଙ୍କ ଆଇନ ଅମାନ୍ୟ କରିଥିଲେ । ଏହି କ୍ରମରେ ଭାରତୀୟମାନେ ସମୁଦ୍ରରୁ ଲୁଣ ମାରିଥିଲେ ।
ଭାରତର ସ୍ବାଧୀନତା ଓ ବିଭାଜନ
ଭାରତୀୟ ସ୍ବାଧୀନତା ନିୟମ ବିଲ୍ ବ୍ରିଟିଶ ପାର୍ଲ୍ୟାମେଣ୍ଟରେ ପାରିତ ହୋଇଥିଲା । ଏହି ନିୟମ ମୁତାବକ ଭାରତ ଦୁଇ ଭାଗରେ ବିଭକ୍ତ ହୋଇ ଗୋଟିଏ ଭାଗ ପାକିସ୍ତାନର ନାମ ପାଇବାକୁ ଥିଲା । ୧୯୪୭ ମସିହା ଜୁଲାଇ ୧୮ ତାରିଖରେ ଏହି ବିଲ୍ ପାରିତ ହୋଇଥିଲା । ଅଗଷ୍ଟ ୧୪ ଓ ୧୫ ତାରିଖରେ ଏହି ନିୟମ ଲାଗୁ ହୋଇଥିଲା । ଏହାପରେ ଉଭୟ ଭାରତ ଓ ପାକିସ୍ତାନ ସ୍ବାଧୀନ ହୋଇଥିଲା । ତେବେ ବିଭାଜନ ଯୋଗୁଁ 10 ଲକ୍ଷ ନିରୀହ ଲୋକ ପ୍ରାଣ ହରାଇଥିଲେ ।