ETV Bharat / bharat

ଆୟକର ବିଭାଗ ସ୍କାନରରେ ତାମିଲନାଡୁ ମନ୍ତ୍ରୀ; 80 ଠିକଣାରେ ଚାଲିଛି ରେଡ୍

author img

By ETV Bharat Odisha Team

Published : Nov 3, 2023, 11:24 AM IST

Updated : Nov 3, 2023, 11:45 AM IST

ତାମିଲନାଡୁ ପୂର୍ତ୍ତ ମନ୍ତ୍ରୀଙ୍କ ଘରେ ଆୟକର ବିଭାଗର ଚଢାଉ । 80ଟି ସ୍ଥାନରେ ଏକାସାଙ୍ଗରେ ରେଡ୍ ଜାରି । ଅଧିକ ପଢନ୍ତୁ

Tamil Nadu Public Works minister EV Velu

ଚେନ୍ନାଇ: ତାମିଲନାଡୁ ପୂର୍ତ୍ତ ମନ୍ତ୍ରୀ ଇଭି ଭେଲୁଙ୍କ ଘରେ ଆୟକର ବିଭାଗର ଚଢାଉ । ଚେନ୍ନାଇ ଏବଂ ଥିରୁବନ୍ନମମାଲାଇ ସମେତ 80ଟି ସ୍ଥାନରେ ଆଜି(ଶୁକ୍ରବାର) ଆୟକର ବିଭାଗ ଅଧିକାରୀମାନେ ଏକକାଳୀନ ଚଢାଉ କରିଛନ୍ତି । ମନ୍ତ୍ରୀ ଇଭି ଭେଲୁ ସହ ଜଡିତ କମ୍ପାନୀଗୁଡିକ ଟିକସ ଫାଙ୍କିବା ଅଭିଯୋଗରେ ସକାଳ 6ଟାରୁ ଚଢାଉ ଆରମ୍ଭ ହୋଇଛି । ଆୟକର ବିଭାଗର ଅଧିକାରୀମାନେ ମନ୍ତ୍ରୀ ଇଭି ଭେଲୁଙ୍କ ଘର, ଶିକ୍ଷାନୁଷ୍ଠାନ, କମ୍ପାନୀ ଏବଂ ଡାକ୍ତରଖାନା ସମେତ ବିଭିନ୍ନ ସ୍ଥାନରେ ଚଢାଉ ଜାରି ରଖିଛନ୍ତି ।

30ରୁ ଅଧିକ ଆୟକର ଅଧିକାରୀ ଚଢାଉରେ ସାମିଲ ରହିଛନ୍ତି । ଥାୟାଗରାୟ ନଗର, କିଲପକ୍କମ, ମାଉଣ୍ଟ ରୋଡ, ଭେପେରୀ, ଆନ୍ନା ନଗର ଏବଂ ଚେନ୍ନାଇର ଅନ୍ୟ ସ୍ଥାନ ତଥା ଥିରୁବନ୍ନମମାଲାଇ, ତାଙ୍କ ବାସଭବନ, ଅରୁଣାଇ କଲେଜ ଅଫ୍ ଇଞ୍ଜିନିୟରିଂ, ଅରୁଣାଇ ମେଡିକାଲ କଲେଜ, କାର୍ଯ୍ୟାଳୟ ଏବଂ ଟ୍ରଷ୍ଟରେ ଯାଞ୍ଚ କରାଯାଉଛି । ଗତ 2021 ମସିହାରେ ଆୟକର ବିଭାଗ ପୂର୍ତ୍ତ ମନ୍ତ୍ରୀ ଇଭି ଭେଲୁଙ୍କ ବାସଭବନରେ ଚଢାଉ କରି ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ଜବତ କରିଥିଲା । ସେହି ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ଗୁଡିକୁ ଯାଞ୍ଚ କରାଯାଇ ପୁଣିଥରେ ଚଢାଉ କରାଯାଇଥିବା ଆୟକର ବିଭାଗ ଅଧିକାରୀମାନେ ମତ ରଖିଛନ୍ତି ।

ଏହା ମଧ୍ୟ ପଢନ୍ତୁ-AIADMKର ପୂର୍ବତନ ମନ୍ତ୍ରୀ କାମରାଜଙ୍କ 49 ଠିକଣାରେ DVAC ରେଡ୍‌

ଆୟକର ଅଧିକାରୀମାନେ ମନ୍ତ୍ରୀଙ୍କ ଭାଇ, ପୁଅ, ଝିଅଙ୍କ ନାମରେ ଥିବା କମ୍ପାନୀ ଗୁଡିକର ଯାଞ୍ଚ କରୁଛନ୍ତି । ଏଥିସହ ପବ୍ଲିକ୍ ୱାର୍କସ୍ କଣ୍ଟ୍ରାକ୍ଟର, ବିଲଡିଂ ଏବଂ ରାଜପଥ ବିଭାଗର କଣ୍ଟ୍ରାକ୍ଟରଙ୍କ 40ଟି କାର୍ଯ୍ୟାଳୟରେ ଚଢାଉ ଜାରି ରହିଥିବା ଜଣାପଡିଛି । କାସା ଗ୍ରାଣ୍ଡ ସମେତ ଅନ୍ୟ କିଛି କମ୍ପାନୀଗୁଡିକରେ ରେଡ୍ ଚାଲିଛି । ଚଢାଉ ସ୍ଥାନରେ ସୁରକ୍ଷା ପାଇଁ ସେଣ୍ଟ୍ରାଲ ରିଜର୍ଭ ପୋଲିସ ଫୋର୍ସ ମୁତୟନ କରାଯାଇଛି । ଏନେଇ ଅଧିକ ସୂଚନାକୁ ଅପେକ୍ଷା କରାଯାଇଛି ।

ଗତ ବର୍ଷ ଜୁଲାଇ ମାସରେ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ AIADMKର ପୂର୍ବତନ ମନ୍ତ୍ରୀ କାମରାଜଙ୍କ ବାସଭବନରେ ଆୟକର ବିଭାଗର ଚଢାଉ କରିଥିଲା । ତାମିଲନାଡୁର ଦୁର୍ନୀତି ନିବାରଣ ବ୍ୟୁରୋ ଭିଜିଲାନ୍ସ ପକ୍ଷରୁ ଚଢାଉ କରାଯାଇଥିଲା । ତାଙ୍କ ନାମରେ ଏବଂ ତାଙ୍କ ସାଙ୍ଗଙ୍କ ନାମରେ ମୋଟ 588 କୋଟି 44 ଲକ୍ଷ 38 ହଜାର 252 ମୂଲ୍ୟର ସମ୍ପତ୍ତି ଥିବା ଅଭିଯୋଗ ହୋଇଥିଲା । ମନ୍ତ୍ରୀ ନିଜ ପଦବୀର ଦୂରୁପଯୋଗ କରିବା ସହ ବେଆଇନ କାରବାରରେ ଜଡିତ ଥିବା ଅଭିଯୋଗ ହୋଇଥିଲା । ସେହି ଆଧାରରେ ଚେନ୍ନାଇ, କୋଏମ୍ବାଟୁର, ତ୍ରିଚି, ଥାନଜାଭୁର ଏବଂ ତିରୁଭରୁର ଜିଲ୍ଲାର ୪୯ ସ୍ଥାନରେ ଚଢାଉ କରାଯାଇଥିଲା ।

Last Updated : Nov 3, 2023, 11:45 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.