ETV Bharat / bharat

ଅନିଲଙ୍କ ପରେ ଟାର୍ଗେଟରେ ଅଜିତ, ସମ୍ପତ୍ତି ଜବତ ପାଇଁ ନୋଟିସ

author img

By

Published : Nov 2, 2021, 11:45 AM IST

ସୋମବାର ରାତିରେ ପୂର୍ବତନ କେନ୍ଦ୍ର ଗୃହମନ୍ତ୍ରୀ ଅନିଲ ଦେଶମୁଖ ଗିରଫ ହେବା ପରେ ମଙ୍ଗଳବାର ମହାରାଷ୍ଟ୍ର ଉପମୁଖ୍ୟମନ୍ତ୍ରୀ ଅଜିତ ପାୱାରଙ୍କ ଉପରେ ଆକ୍ସନ ନେଇଛି ଆୟକର ବିଭାଗ । ଅଧିକ ପଢନ୍ତୁ...

ଅନିଲଙ୍କ ପରେ ଟାର୍ଗେଟରେ ଅଜିତ ପାୱାର
ଅନିଲଙ୍କ ପରେ ଟାର୍ଗେଟରେ ଅଜିତ ପାୱାର

ମୁମ୍ବାଇ: ଫୁଲ ଆକ୍ସନ ମୁଡକୁ ଆସିଛି ମହାରାଷ୍ଟ୍ର କେନ୍ଦ୍ରୀୟ ଏଜେନ୍ସି କାର୍ଯ୍ୟାଳୟ । ଗତକାଲି ରାତିରେ ପୂର୍ବତନ କେନ୍ଦ୍ର ଗୃହମନ୍ତ୍ରୀ ଅନିଲ ଦେଶମୁଖ ଗିରଫ ହେବା ପରେ ଆଜି(ମଙ୍ଗଳବାର) ମହାରାଷ୍ଟ୍ର ଉପମୁଖ୍ୟମନ୍ତ୍ରୀ ଅଜିତ ପାୱାରଙ୍କ ଉପରେ ଆକ୍ସନ ନେଇଛି । ଆୟକର ବିଭାଗ ପକ୍ଷରୁ ଅଜିତ ପାୱାରଙ୍କ ସମ୍ପତ୍ତି ସିଜ୍‌ କରିବାକୁ ନିର୍ଦ୍ଦେଶ ହୋଇଛି । ସିଜ୍‌ ହେବାକୁ ଥିବା ଏହି ସମ୍ପତ୍ତିର ଆନୁମାନିକ ମୂଲ୍ୟ ହଜାରେ କୋଟିରୁ ଅଧିକ ହୋବ ବୋଲି ଜଣାପଡିଛି ।

ଅଜିତ ପାୱାରଙ୍କ ସିଜ ହେବାକୁ ଥିବା ୫ ସମ୍ପତ୍ତି ହେଉଛି- ପ୍ରାୟ ୬ଶହ କୋଟିର ଜରନ୍ଦେଶ୍ବର ସୁଗର ଫ୍ୟାକ୍ଟ୍ରି, ସାଉଥ ଦିଲ୍ଲୀସ୍ଥିତ ୨୦ କୋଟି ଟଙ୍କାର ଫ୍ଲାଟ, ୨୫ କୋଟି ଟଙ୍କା ମୂଲ୍ୟର ନିର୍ମଳ ଅଫିସ, ଗୋଆରେ ଥିବା ପ୍ରାୟ ୨୫୦ କୋଟି ମୂଲର ରିସର୍ଟ ‘ନିଲୟ’ ଓ ମହାରାଷ୍ଟ୍ରର ୨୭ଟି ଅଲଗା ଅଲଗା ଜାଗାରେ ଥିବା ପ୍ରାୟ ୫ଶହ କୋଟି ମୂଲ୍ୟର ଜାଗା ରହିଛି ।

ଦୀର୍ଘ ଦିନ ଧରି ଆଇଟି ବିଭାଗ ଟାର୍ଗେଟରେ ଥିଲେ ଅଜିତ । କିଛି ମାସ ପୂର୍ବରୁ ଆୟକର ବିଭାଗ ପକ୍ଷରୁ ୨ଟି ରିୟଲ ଇଷ୍ଟେଟ ଓ ଅଜିତ ପାୱାରଙ୍କ ସମ୍ପର୍କୀୟଙ୍କ ଘର ଉପରେ ଚଢ଼ାଉ କରାଯାଇଥିଲା । ଏହି ଚଢ଼ାଉ ସମୟରେ ୧୮୪ କୋଟିର ବେନାମୀ ସମ୍ପତ୍ତିର ସୁରାଗ ପାଇଥିଲା ବିଭାଗ ।

ଆଇଟି ବିଭାଗ ପକ୍ଷରୁ ଗତ ୭ ତାରିଖରୁ ୭୦ରୁ ଅଧିକ ସ୍ଥାନରେ ଚଢ଼ାଉ କରାଯାଇଛି। ଏହା ମଧ୍ୟରେ ବିଭାଗ ପକ୍ଷରୁ ଅଜିତ ପାୱାରଙ୍କ ପୁଅ ପାର୍ଥ ପାୱାରଙ୍କ ମାଲିକାନାରେ ଥିବା କମ୍ପାନୀ ‘ଅନନ୍ତ ମର୍କ୍ସ ପ୍ରାଇଭେଟ ଲିମିଟେଡ’ ଉପରେ ବି ଚଢ଼ାଉ କରାଯାଇଥିଲା। କେବଳ ସେତିକି ନୁହେଁ, ଅଜିତ ପାୱାରଙ୍କ ଭଉଣୀମାନଙ୍କ ମାଲିକାନାରେ ଥିବା କମ୍ପାନୀଗୁଡ଼ିକ ଉପରେ ମଧ୍ୟ ଚଢ଼ାଉ କରାଯାଇଥିଲା ।

ବ୍ୟୁରୋ ରିପୋର୍ଟ,ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.