ETV Bharat / bharat

BBC ଅଫିସରେ ଆୟକର ବିଭାଗର ରେଡ, ବିନାଶ କାଳେ ବିପରୀତ ବୁଦ୍ଧି କହିଲା କଂଗ୍ରେସ - ବିବିସି ଅଫିସରେ ଆୟକର ବିଭାଗ ରେଡ

ଉଭୟ ମୁମ୍ବାଇ ଓ ଦିଲ୍ଲୀ ବିବିସି ଅଫିସରେ ଆୟକର ବିଭାଗ ରେଡ କରିଛି । ଅଧିକ ପଢନ୍ତୁ

Income Tax department carries raid at BBC office

author img

By

Published : Feb 14, 2023, 2:04 PM IST

ନୂଆଦିଲ୍ଲୀ: ଗଣମାଧ୍ୟମ ସଂସ୍ଥା BBC ଅଫିସରେ ଆଇଟି ବିଭାଗ ଚଢ଼ାଉ କରିଛି । ଉଭୟ ମୁମ୍ବାଇ ଓ ଦିଲ୍ଲୀ ବିବିସି ଅଫିସରେ ଆୟକର ବିଭାଗ ଚଢ଼ାଉ କରିଛି । ଚଢ଼ାଉ ସମୟରେ କର୍ମଚାରୀଙ୍କ ଫୋନ୍‌ ଜବତ କରି ସେମାନଙ୍କୁ ଘରକୁ ଫେରିବାକୁ ନିର୍ଦ୍ଦେଶ ଦେଇଛି ଆଇଟି ବିଭାଗ ଟିମ୍‌ । ସେପଟେ BBC ଅଫିସରେ ଏହି ରେଡ୍‌ରୁ ବିରୋଧ କରିଛି କଂଗ୍ରେସ । ଏହି ଚଢାଉକୁ ବିନାଶ କାଳେ ବିପରୀତ ବୁଦ୍ଧି ବୋଲି କହିଛି କଂଗ୍ରେସ ।

  • यहां हम अडानी के मामले में JPC की मांग कर रहे हैं और वहां सरकार BBC के पीछे पड़ी हुई है।

    'विनाशकाले विपरीत बुद्धि'

    : @Jairam_Ramesh जी pic.twitter.com/PvQ57tMTVP

    — Congress (@INCIndia) February 14, 2023 " class="align-text-top noRightClick twitterSection" data=" ">

ଏପର୍ଯ୍ୟନ୍ତ ଆୟକର ବିଭାଗ ପକ୍ଷରୁ ଚଢାଉ ନେଇ କୌଣସି ସୂଚନା ମିଳିନାହିଁ । ଆୟକର ବିଭାଗର ଏହି ଚଢାଉକୁ BBC ଡକ୍ୟୁମେଣ୍ଟାରୀ ସହ ଯୋଡ଼ି କେନ୍ଦ୍ର ସରକାରଙ୍କୁ ନିଶାନା କରିଛି କଂଗ୍ରେସ । ରେଡ୍‌ରେ ଅଫିସର ସମସ୍ତ କର୍ମଚାରୀଙ୍କ ଫୋନ ଜବତ ତାଙ୍କୁ ଘରକୁ ଫେରି ଯିବାକୁ କୁହାଯାଇଥିବା ଜଣାପଡିଛି ।

ରେଡ୍‌କୁ ନେଇ କଂଗ୍ରେସ ନେତା ଜୟରାମ ରମେଶ କହିଛନ୍ତି, "ଆମେ ଆଦାନୀ ପ୍ରସଙ୍ଗରେ ଯୁଗ୍ମ ସଂସଦୀୟ କମିଟି ଗଠନ(JCP) ପାଇଁ ଦାବି କରିଛୁ । ଏପଟେ ସରକାର ବିବିସି ପଛରେ ପଡିଛନ୍ତି । ବିନାଶ କାଳେ ବିପରୀତ ବୁଦ୍ଧି ।'' ଜୟରାମ ରମେଶ ଆହୁରି କହିଛନ୍ତି, "ଆମକୁ ଧମକ ଦିଆଯାଉଛି ସଂସଦରେ ଯାହା କହିବେ ତାହାକୁ ହଟାଇ ଦିଆଯିବ । ଯଦି କ୍ଷମା ନମାଗିବୁ ତେବେ ସଂସଦରୁ ହଟାଇ ଦିଆଯିବ । ଆମକୁ କହିବାକୁ ଦିଆଯାଉ ନାହିଁ । ଝାଡଖଣ୍ଡର ଜଣେ ସାଂସଦ ଯାହାଙ୍କ କ୍ଷେତ୍ରରେ ଆଦାନୀଙ୍କ ଏକ ପାୱାର ପ୍ଲାଣ୍ଟ ରହିଛି ସେ ଏଭଳି ଧମକ ଦେଉଛନ୍ତି ।"

2002 ଗୁଜୁରାଟ ଦଙ୍ଗାକୁ ନେଇ BBC ଏକ ଡକ୍ୟୁମେଣ୍ଟାରୀ ପ୍ରସ୍ତୁତ କରିଥିଲା । ଏହାକୁ ପ୍ରଦର୍ଶିତ କରିବା ପାଇଁ ବିଭିନ୍ନ ସ୍ଥାନରେ ଦଙ୍ଗା ହୋଇଥିଲା । ଭାରତ ସରକାର ଏହାକୁ ପ୍ରୋପାଗଣ୍ଡା କରି ବ୍ୟାନ୍‌ କରିବା ପରେ ଆୟକର ବିଭାଗ ଚଢାଉ କରିଥିବା କଂଗ୍ରେସ କହିଛି । ଟ୍ବିଟ୍‌ କରି କଂଗ୍ରେସ କହିଛି ପ୍ରଥମେ BBC ଡକ୍ୟୁମେଣ୍ଟାରୀ ଆସିଲା, ଏହାକୁ ବ୍ୟାନ କରାଗଲା ଏବେ BBC କାର୍ଯ୍ୟାଳୟରେ ଆୟକର ଚଢାଉ ହୋଇଛି । ଏହା ଅଘୋଷିତ ଜରୁରୀକାଳୀନ ପରିସ୍ଥିତି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.