ETV Bharat / bharat

Assam Flood Situation: ପାଣି ପାଣି ଆସାମ, 33500ରୁ ଅଧିକ ପ୍ରଭାବିତ - flood situation in Assam

ମୌସୁମୀ ବର୍ଷା ପ୍ରଭାବରେ ବେହାଲ ହୋଇଛି ଆସାମ । ନଦୀରେ ବନ୍ୟା ପାଣି ଆସିବା ପରେ ବିଭିନ୍ନ ସ୍ଥାନ ଜଳମଗ୍ନ ହୋଇଛି । ଅଧିକ ପଢନ୍ତୁ

Assam flood situation
ଆସାମରେ ବନ୍ୟା ସ୍ଥିତି
author img

By

Published : Jun 19, 2023, 2:06 PM IST

ଗୌହାଟୀ: ବର୍ଷୁଛି ଯେ ବର୍ଷୁଛି । ଛାଡିବାର ନାଁ ନେଉନାହିଁ । ଯେଉଁଆଡେ ଚାହିଁଲେ ଖାଲି ପାଣି ଆଉ ପାଣି । ମୌସୁମୀ ବର୍ଷା ପ୍ରଭାବରେ ବେହାଲ ହୋଇଛି ଆସାମ । ନଦୀରେ ବନ୍ୟା ପାଣି ଆସିବା ପରେ ବିଭିନ୍ନ ସ୍ଥାନ ଜଳମଗ୍ନ ହୋଇଛି । ଉତ୍ତରପୂର୍ବ ରାଜ୍ୟ ଆସାମର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ହେବାରୁ 100ରୁ ଅଧିକ ଗାଁ ସହ 33,500ରୁ ଅଧିକ ଲୋକ ପ୍ରଭାବିତ ହୋଇଛନ୍ତି । ଆହୁରି ବର୍ଷା ହେବା ନେଇ ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ସୂଚନା ମିଳିଛି ।

ଗତ କିଛି ଦିନ ହେବ ଆସାମରେ ବର୍ଷା ହେବାରେ ଲାଗିଛି । ରାଜ୍ୟ ବିପର୍ଯ୍ୟୟ ପରିଚାଳନା ପ୍ରାଧିକରଣ ସୂଚନା ଅନୁଯାୟୀ ଶନିବାର ସୁଦ୍ଧା 10 ଜିଲ୍ଲାର 37,535 ଲୋକ ପ୍ରଭାବିତ ହୋଇଥିଲେ । 24 ଘଣ୍ଟା ମଧ୍ୟରେ 7-11ସେମିରୁ 11-20ସେମି ବର୍ଷା ଦେବା ନେଇ ପୂର୍ବାନୁମାନ କରିଥିଲା ପାଣିପାଗ ବିଭାଗ । ଆସାମର ବିଶ୍ବନାଥ, ଦରଙ୍ଗ, ଘମୋଜି, ଦିବ୍ରୁଗଡ଼, ହୋଜଇ, ଲଖିମପୁର, ନାଗାଓଁ, ସୋନିତପୁର, ତିନସୁକିଆ ଓ ଉଦଲଗୁରି ଜିଲ୍ଲାଗୁଡ଼ିକ ପ୍ରବଳ ବର୍ଷାରେ ପ୍ରଭାବିତ ହୋଇଛନ୍ତି । 19 ତାରିଖ ପର୍ଯ୍ୟନ୍ତ ଅଧିକାଂଶ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ ବୋଲି ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

ଏହା ବି ପଢନ୍ତୁ...Assam Floods 2023: ବନ୍ୟାରେ ବେହାଲ ଆସାମ, 10 ଜିଲ୍ଲା ପ୍ରଭାବିତ

ଏହା ବି ପଢନ୍ତୁ...ଡେରାଡୁନ-ଦିଲ୍ଲୀ ବନ୍ଦେ ଭାରତ ଏକ୍ସପ୍ରେସକୁ ପଥର ମାଡ

ବନ୍ୟା ବିପତ୍ତିରେ ଅଧିକ ଲଖିମପୁର ଜିଲ୍ଲା ଅଧିକ ପ୍ରଭାବିତ ହୋଇଛି । ଲଖିମପୁର, ଦିବ୍ରୁଗଡ଼ ଓ ତିନସୁକିଆରେ ଯଥାକ୍ରମେ 25 ହଜାର 200 ଓ 3, 800 ଓ 2, 700 ଲୋକ ପ୍ରଭାବିତ ହୋଇଛନ୍ତି । ରାଜ୍ୟ ସରକାରଙ୍କ ପକ୍ଷରୁ ରିଲିଫ ବ୍ୟବସ୍ଥା ସହ ପ୍ରଭାବିତଙ୍କୁ ଆଶ୍ରୟ ସ୍ଥଳକୁ ନିଆଯାଇଛି । 3 ଜିଲ୍ଲାରେ 16 ରିଲିଫ କେନ୍ଦ୍ର ଖୋଲାଯାଇଛି । ବର୍ତ୍ତମାନ 146ଟି ଗାଁ ବନ୍ୟାରେ ବୁଡି ରହିଛି । ମିଳିଥିବା ପ୍ରାଥମିକ ରିପୋର୍ଟ ଅନୁସାରେ 1,510.98 ହେକ୍ଟର ଚାଷ ଉଜୁଡି ଯାଇଛି । କ୍ଷୟକ୍ଷତିର ପ୍ରକୃତ ପରିମାଣ ବନ୍ୟା ପରିସ୍ଥିତି ପରେ ଜଣାପଡିବ । 12 ଜିଲ୍ଲାରେ ବ୍ୟାପକ କ୍ଷୟକ୍ଷତି ହୋଇଛି । ଭୂସ୍ଖଳନ ସହ ବିଭିନ୍ନ ସ୍ଥାନରେ ମାଟି ଧସିଛି । ଜୋରହାଟ ଜିଲ୍ଲାର ନିମତିଘାଟରେ ବ୍ରହ୍ମପୁତ୍ର ବିପଦ ସଙ୍କେତ ଉପରେ ବନ୍ୟା ଜଳ ପ୍ରଭାବିତ ହେଉଛି । ବ୍ରହ୍ମପୁତ୍ର ସମେତ ଅନେକ ନଦୀର ଜଳ ସ୍ତର ବିପଦ ସଙ୍କେତ ଉପରେ ରହିଥିବା ସୂଚନା ମିଳିଛି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.