ETV Bharat / bharat

ବନାରସ ମହଗୀ ପାନ; 1992ରେ ରାମ ଲାଲାଙ୍କୁ ଲାଗି ହେଉଥିଲା, ପ୍ରାଣ ପ୍ରତିଷ୍ଠା ପାଇଁ ଆସିଲା ବଡ ଆର୍ଡର - ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠା

Ramlala Banarasi Magahi Paan: ରାମଲାଲାଙ୍କ ପାଖରେ ଲାଗି ହୋଇଥାଏ ବନାରସ ମହଗୀ ପାନ । ପୂର୍ବ ପୁରୁଶ ଅମଳରୁ ଏହି ପାନକୁ ତିଆରି କରି ଆସୁଛନ୍ତି ଅଯୋଧ୍ୟାର ଏକ ପରିବାର । ଅଧିକ ପଢନ୍ତୁ

ରାମଲାଲାଙ୍କ ପାଖରେ ଲାଗି ହୁଏ ବନାରସ ମହଗୀ ପାନ

author img

By ETV Bharat Odisha Team

Published : Jan 13, 2024, 2:07 PM IST

ରାମଲାଲାଙ୍କ ପାଖରେ ଲାଗି ହୁଏ ବନାରସ ମହଗୀ ପାନ

ଅଯୋଧ୍ୟା: ଶ୍ରୀରାମଙ୍କ ଜନ୍ମଭୂମୀ ଅଯୋଧ୍ୟା ରାମମୟ ହୋଇଉଠିଛି । ଜାନୁଆରୀ 22ରେ ଶ୍ରୀରାମ ମନ୍ଦିରରେ ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା କରାଯିବ । ଏହି ଭବ୍ୟ ମହାଉତ୍ସବ ପାଇଁ ଚଳଚଞ୍ଚଳ ହୋଇଉଠିଛି ଅଯୋଧ୍ୟା । ଦୀର୍ଘ ବର୍ଷର ଅପେକ୍ଷା ପରେ ଏହି ଦିନ ଆସିବାକୁ ଯାଉଛି । ଯାହାକୁ ନେଇ ରାମ ଭକ୍ତଙ୍କ ମଧ୍ୟରେ ଖୁସିର ଲହରୀ ଖେଳିଯାଇଛି । ଏହାମଧ୍ୟରେ ରାମ ପରମ୍ପରା ସହ ଜଡିତ ବନାରସ ମହଗୀ ପାନକୁ ନେଇ ମଧ୍ୟ ବେଶ ଚର୍ଚ୍ଚା ହେଉଛି ।

1992 ରାମ ମନ୍ଦିର ଆନ୍ଦୋଳନରୁ ନେଇ ଏପର୍ଯ୍ୟନ୍ତ ଅଯୋଧ୍ୟାର ଏକ ପରିବାର ପୁର୍ବପୁରୁଷ ଅମଳରୁ ରାମଲାଲାଙ୍କ ପାଖରେ ଭୋଗ ଭାବେ ଲାଗି ହୋଇ ଆସୁଥିବା ପାନ ତିଆରି କାର୍ଯ୍ୟ କରିଆସୁଛନ୍ତି । ତେବେ ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠା ଦିବସ ଅବସରରେ 551ଟି ପାନ ତିଆରି କରିବାକୁ ବିନୟ ଚୌରାସିଆଙ୍କ ପରିବାରକୁ କୁହାଯାଇଛି । ଅଯୋଧ୍ୟରେ ଏବେବି ରହିଛି ବିନୟ ଚୌରାସିଆଙ୍କ ପାନ ଦୋକାନ ।

ଏହାମଧ୍ୟ ପଢନ୍ତୁ.. ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠା; 84 ସେକେଣ୍ଡର ମାହାର୍ଘ୍ୟ ମୂହୂର୍ତ୍ତରେ ଜନ୍ମିତ ଶିଶୁ ହେବେ ଭାଗ୍ୟବାନ !

ରାମ ମନ୍ଦିର ସହ ଅନେକ ଇତିହାସ ଜଡିତ । ସେହି ଇତିହାସ ମଧ୍ୟରୁ ଗୋଟିଏ ଇତିହାସ ରାମଲାଲାଙ୍କ ପାଖରେ ଭୋଗ ଭାବେ ଲାଗି ହେଉଥିବା ବନାରସ ମହଗୀ ପାନର ରହିଛି । 1992 ରାମ ମନ୍ଦିର ଆନ୍ଦୋଳନ ବେଳେ ବି ନିଜ ଜୀବନକୁ ବାଜି ଲଗାଇ ରାମଲାଲାଙ୍କ ପାଖରେ ପାନ ଭୋଗ କରିଛନ୍ତି ବିନୟ ପରିବାର । 1992ରେ ପୋଲିସର କଡା ସୁରକ୍ଷା ବଳୟ ମଧ୍ୟରେ ରାମଲାଲାଙ୍କ ପାଖରେ ପାନ ଭୋଗ ଲାଗି କରାଯାଉଥିଲା । ବିନୟଙ୍କ କହିବାନୁଯାୟୀ, 1992ରେ ରାମ ମନ୍ଦିର ଆନ୍ଦୋଳନ ବେଳେ ସମଗ୍ର ଅଯୋଧ୍ୟାରେ କର୍ଫ୍ୟୁ ଜାରି କରାଯାଇଥିଲା । ଏହି ସମୟରେ ତାଙ୍କ ବାପା ରାମଲାଲାଙ୍କ ପାଇଁ ପାନ ନେଇ ଯାଉଥିଲେ । ପୋଲିସର କଡା ସୁରକ୍ଷା ବଳୟ ମଧ୍ୟରେ ରାମଙ୍କ ମଧ୍ୟରେ ପାନ ଭୋଗ ଲାଗି କରାଯାଉଥିଲା ।

ସେହି ସମୟରେ ଅଯୋଧ୍ୟାର ମାହୋଲ ବେଶ ହିଂସାପୂର୍ଣ୍ଣ ରହିଥିଲା । ସେହି ହିଂସା ମଧ୍ୟରେ ମନ୍ଦିର ଯିବା କଷ୍ଟସାଧ୍ୟ ଥିଲା । ପ୍ରଶାସନ ପକ୍ଷରୁ ସୁରକ୍ଷା ବଳୟ ମଧ୍ୟ ତାଙ୍କ ବାପାଙ୍କୁ ନିଆଯାଉଥିଲା । କୋରୋନା ସମୟରେ ବି ତାଙ୍କ ପରିବାର ରାମଲାଲାଙ୍କ ନିକଟରେ ପାନ ଲଗାଇଥିବା କହିଛନ୍ତି ବିନୟ । ତେବେ ମନ୍ଦିର ପ୍ରତିଷ୍ଠା ନେଇ ବେଶ ଖୁସି ପ୍ରକଟ କରିଛନ୍ତି । ତେବେ 3 ପୁରୁଷ ଧରି ସେ ଏହି କାର୍ଯ୍ୟ କରିଆସୁଥିବା କହିଛନ୍ତି ବିନୟ । ଅନ୍ୟପଟେ ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠା ପାଇଁ ତାଙ୍କୁ 551 ପାନ ତିଆରି ପାଇଁ ମନ୍ଦିର ପ୍ରଶାସନ ପକ୍ଷରୁ କୁହାଯାଇଥିବା ନେଇ ସେ କହିଛନ୍ତି । ଯେବେ ଭୂମି ପୂଜନ ହୋଇଥିଲା ସେତେବେଳେ ବି 151 ଟି ପାନ ବିନୟଙ୍କ ପରିବାର ପକ୍ଷରୁ ହିଁ ଦିଆଯାଇଥିଲା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.