ETV Bharat / bharat

ଦୁଇଟି ପ୍ରସଙ୍ଗ ପାଇଁ ମୁଁ ଗଣମାଧ୍ୟମର ବିରୋଧୀ: ରାହୁଲ ଗାନ୍ଧୀ - ଟ୍ବିଟରରେ ଏକ ଭିଡିଓ ସେୟାର କରି କହିଛନ୍ତି ରାହୁଲ

ଦୁଇଟି ପ୍ରସଙ୍ଗ ପାଇଁ ମୁଁ ଗଣମାଧ୍ୟମର ବିରୋଧୀ । ରାହୁଲ ଟ୍ବିଟରରେ ଏକ ଭିଡିଓ ସେୟାର କରି ଏହା କହିଛନ୍ତି । ବିଜେପି ମୋର ଭାବମୂର୍ତ୍ତି ଖରାପ କରବା ପାଇଁ କୋଟିକୋଟି ଟଙ୍କା ଖର୍ଚ୍ଚ କରୁଛି । ହେଲେ ଏଥିରେ ମୋତେ କୌଣସି ଫରକ ପଡୁନାହିଁ । ମୋର ମିଡିଆ ଛବିର ସତ୍ୟତା କଣ ଦେଖନ୍ତୁ ଏହି ଭିଡିଓ ବୋଲି ଟ୍ବିଟରରେ ଏକ ଭିଡିଓ ସେୟାର କରିଛନ୍ତି ରାହୁଲ । ଅଧିକ ପଢନ୍ତୁ

ରାହୁଲ ଗାନ୍ଧୀ
ରାହୁଲ ଗାନ୍ଧୀ
author img

By

Published : Dec 5, 2022, 5:12 PM IST

ନୂଆଦିଲ୍ଲୀ: ଜାରି ରହିଛି କଂଗ୍ରେସର ଭାରତ ଯୋଡ ଯାତ୍ରା(Bharat Jodo Yatra) । ଏହାରି ଭିତରେ ରାହୁଲ ଗାନ୍ଧୀ ରାଜନୀତି ମିଡିଆ ଛବିକୁ ନେଇ ରବିବାର ଏକ ଟ୍ବିଟରରେ 2.15 ମିନିଟର ଏକ ଭିଡିଓ ସେୟାର କରିଛନ୍ତି । ମୋର ମିଡିଆ ଛବିର ସତ୍ୟତା କଣ? ବୋଲି ଲେଖିଛନ୍ତି ରାହୁଲ । ସୋସିଆଲ ମିଡିଆରେ ସେୟାର କରିଥିବା ଭିଡିଓ କ୍ଲିପରେ ମୋର ମିଡିଆ ଭାବମୂର୍ତ୍ତିର ପ୍ରକୃତ ସତ୍ୟ କଣ(What is the Real Truth of My Media Image) ଦେଖନ୍ତୁ ବୋଲି କହିଛନ୍ତି କଂଗ୍ରେସ ସାଂସଦ ।

ଏନେଇ ରାହୁଲ କହିଛନ୍ତି," ମୁଁ ୨୦୦୪ରୁ ୨୦୦୮-୨୦୦୯ରେ ରାଜନୀତିରେ ଯୋଗ ଦେଇଥିଲେ । ଏହି ସମୟରେ ଗଣମାଧ୍ୟମ ମୋତେ ୨୪ ଘଣ୍ଟା ପ୍ରଶଂସା କରୁଥିଲା । ଏହାପରେ ମୁଁ ୨ଟି ପ୍ରସଙ୍ଗ ଉଠାଇଥିଲି । ଗୋଟିଏ ନିୟମଗିରି ଏବଂ ଅନ୍ୟଟି ଭଟ୍ଟା ପାରସୌଲ(ଜମି ଅଧିଗ୍ରହଣ ପ୍ରସଙ୍ଗ) ।ମୁଁ ଭୂମି ଅଧିଗ୍ରହଣ ନେଇ ପ୍ରଶ୍ନ ଉଠାଇବା ସହ ଦେଶର ଗରିବ ଲୋକଙ୍କ ଅଧିକାର କଥା କହିବା ଆରମ୍ଭ କରିବା ମାତ୍ରେ ସମଗ୍ର ଗଣମାଧ୍ୟମ ମୋ ବିରୋଧୀ ହୋଇଯାଇଥିଲା । ମୋତେ ବିରୋଧକରି ଗଣମାଧ୍ୟମ ୨୪ ଘଣ୍ଟା ଲେଖିବା ଆରମ୍ଭ କରିଥିଲେ । "

ରାହୁଲ ଗାନ୍ଧୀ ଆହୁରି ମଧ୍ୟ କହିଛନ୍ତି," ସମ୍ବିଧାନ ଦ୍ବାରା ଭାରତର ସମ୍ପତ୍ତି ମାହାରାଜାଙ୍କ ଠାରୁ ହସ୍ତାନ୍ତର କରାଯାଇଥିଲା । କିନ୍ତୁ ବର୍ତ୍ତମାନ ସେଥିରେ ବିଜେପି ହସ୍ତକ୍ଷେପ କରୁଛି । ଏହାକୁ ନେଇ ଭାରତୀୟ, ଆଦିବାସୀ ଏବଂ ଗରିବ ଲୋକ ଏକଜୁଟ ହୁଅନ୍ତି ତେବେ କାର୍ଯ୍ୟ ଅତି ସହଜ ହେବ । କିନ୍ତୁ ଯଦି ସେମାନେ ବିଭାଜିତ ରହିବେ , ତେବେ କାର୍ଯ୍ୟ ପୂରଣ କରିବା ଅସମ୍ଭବ ।"

ଏହା ମଧ୍ୟ ପଢନ୍ତୁ: Hath Se Hath Jodo Abhiyan: ଜାନୁଆରୀ 26ରୁ କଂଗ୍ରେସର 'ହାତ ସେ ହାତ ଯୋଡ଼' ଅଭିଯାନ

ଟ୍ବିଟରରେ ସେୟାର କରଥିବା ଭିଡିଓରେ ରାହୁଲ କହିଛନ୍ତି," ବିଜେପି ମୋର ଭାବମୂର୍ତ୍ତି ଖରାପ କରବା ପାଇଁ କୋଟିକୋଟି ଟଙ୍କା ଖର୍ଚ୍ଚ କରୁଛି । ସେମାନେ ମୋତେ ବ୍ୟକ୍ତିଗତ ଭାବେ ଟାର୍ଗେଟ କରୁଛନ୍ତି । ଏଇଠି ସେଇଠି ନାକ ଗଳେଇବା ସେମାନଙ୍କର ଏକ ଖରାପ ଅଭ୍ୟାସ ରହିଛି । ହେଲେ ଏଥିରେ ମୋତେ କୌଣସି ଫରକ ପଡୁନାହିଁ । ସେମାନେ ଏମିତି କରି ମୋତେ ଆହୁରି ଶକ୍ତି ଯୋଗାଇ ଦେଇଛନ୍ତି । କାରଣ ସତ୍ୟତାକୁ ଚପାଇ ରଖାଯାଇପାରିବ ନାହିଁ । ଯଦି ଆପଣ ବଡ ଶକ୍ତି ସହ ଲଢେଇ କରୁଛନ୍ତି ତେବେ ବ୍ୟକ୍ତିଗତ ଆକ୍ରମଣ ହେବ ।"

ରାହୁଲ ଦାବି କରି କହିଛନ୍ତି," ଯେତେବେଳେ ମୋ ବିରୋଧରେ ଷଡଯନ୍ତ୍ର କରାଯାଉଛି, ଏହାର ଅର୍ଥ ମୁଁ ଠିକ ରାସ୍ତାରେ ରହିଛି । ତେଣୁ ମୁଁ ଜାଣେ ଯେତେବେଳେ ମୋ ଉପରେ ବ୍ୟକ୍ତିଗତ ଆକ୍ରମଣ ହୁଏ, ମୁଁ ସଠିକ୍ କାର୍ଯ୍ୟ କରୁଛି ଏବଂ ସଠିକ୍ ଦିଗରେ ଅଛି । ଏହା ମୋତେ ଗୁରୁ ଭାବରେ ଶିକ୍ଷା ଦେଇଥାଏ । ଯେହେତୁ ଏହା ମୋତେ ଶିକ୍ଷା ଦିଏ ଯେ ମୋତେ ଏହି ଦିଗରେ ଯିବାକୁ ପଡିବ । ମୁଁ ମୋର ଯୁଦ୍ଧରେ ଅଗ୍ରଗତି କରୁଛି ଏବଂ ଯଦି ମୁଁ ଆଗକୁ ବଢୁଛି ତେବେ ସବୁ କିଛି ଠିକ ଅଛି । "

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

For All Latest Updates

TAGGED:

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.