ETV Bharat / bharat

Omicron Scare: ଆଉ ଦୁଇ ସଂକ୍ରମିତ ଚିହ୍ନଟ, ମହାରାଷ୍ଟ୍ରରେ ୧୦ ଛୁଇଁଲା ସଂଖ୍ୟା

author img

By

Published : Dec 6, 2021, 10:30 PM IST

ମୁମ୍ବାଇରେ ଆଉ 2 omicron ସଂକ୍ରମିତ ଚିହ୍ନଟ । ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୦ରେ ପହଞ୍ଚିଲା । ଦେଶରେ ୨୩ ଛୁଇଁଲାଣି ସଂଖ୍ୟା । ଅଧିକ ପଢନ୍ତୁ

ମୁମ୍ବାଇରେ ଆଉ 2 omecron ସଂକ୍ରମିତ ଚିହ୍ନଟ, ମହାରାଷ୍ଟ୍ରରେ ୧୦ ଛୁଇଁଲା ସଂଖ୍ୟା

ମୁମ୍ବାଇ: ମହାରାଷ୍ଟ୍ରରେ ଆଉ ୨ଜଣ ଓମିକ୍ରନ (omicron) ଭ୍ୟାରିଏଣ୍ଟ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଆଜି ଚିହ୍ନଟ ହୋଇଥିବା ସଂକ୍ରମିତ ପୁଣେର ବୋଲି ସୂଚନା ରହିଛି । ଆଜିର ସଂକ୍ରମିତଙ୍କୁ ମିଶାଇ ମହାରାଷ୍ଟ୍ରରେ ଓମିକ୍ରନ ସଂକ୍ରମିତଙ୍କ ସଂଖ୍ୟା ୧୦କୁ ବୃଦ୍ଧି ପାଇଛି ।

ଭାରତରେ ପ୍ରଥମେ କର୍ଣ୍ଣାଟକରେ ଓମିକ୍ରନ ଭ୍ୟାରିଏଣ୍ଟର ପ୍ରଥମ ଦୁଇଟି ମାମଲା ସାମ୍ନାକୁ ଆସିଥିଲା । ପରେ ଗୁଜୁରାଟର ଜାମନଗରରେ ସଂକ୍ରମିତ ଚିହ୍ନଟ ହୋଇଥିଲେ । ଗତକାଲି (ରବିବାର) ମହାରାଷ୍ଟ୍ରର ପୁଣେ ଜିଲ୍ଲାରେ ୭ଟି ନୂଆ ଭ୍ୟାରିଏଣ୍ଟ ସଂକ୍ରମଣ ମାମଲା ସାମ୍ନାକୁ ଆସିଥିଲା । ଏହି ଆକ୍ରାନ୍ତଙ୍କ ମଧ୍ୟରେ ୬ ଜଣ ଗୋଟିଏ ପରିବାରର ଥିଲେ । ସେହିପରି ଦିଲ୍ଲୀରେ ମଧ୍ୟ ଜଣେ 30 ବର୍ଷୀୟ ବ୍ୟକ୍ତି omicron ରେ ସଂକ୍ରମିତ ହୋଇ ଲୋକନାୟକ ଜୟ ପ୍ରକାଶ ନାରାୟଣ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି ।

ଏହା ମଧ୍ୟ ପଢନ୍ତୁ:- Omicron Fear: ଓମିକ୍ରନ ପାଇଁ ଚିନ୍ତିତ ପ୍ରଶାସନ, ଲୋକଙ୍କ ସହଯୋଗ ଆବଶ୍ୟକ

ବର୍ତ୍ତମାନ ସୁଦ୍ଧା ବୁିଦେଶାଗତ ଯାତ୍ରୀମାନେ ନୂଆ ଭ୍ୟାରିଏଣ୍ଟ ଭୟ ବଢାଇବାରେ ଲାଗିଥିବାବେଳେ ଗୋଟିଏ ପରେ ଗୋଟିଏ ରାଜ୍ୟକୁ ବ୍ୟାପିବାରେ ଲାଗିଛି ନୂଆ ଭୂତାଣୁ ସଂକ୍ରମଣ । ତେବେ ବର୍ତ୍ତମାନ ସୁଦ୍ଧା ଦେଶରେ ମୋଟ ୨୩ ଓମିକ୍ରନ ଆକ୍ରାନ୍ତ ଚିହ୍ନଟ ହୋଇସାରିଲେଣି । ସେଥିମଧ୍ୟରୁ ସର୍ବାଧିକ ମହାରାଷ୍ଟ୍ରରୁ ରହିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.