ETV Bharat / bharat

ଭାରତରେ ପହଞ୍ଚିଲା ଦକ୍ଷିଣ ଆଫ୍ରିକା ଷ୍ଟ୍ରେନ୍‌, 4 ପଜିଟିଭ ଚିହ୍ନଟ

4 ଜଣ ଦକ୍ଷିଣ ଆଫ୍ରିକା ଫେରନ୍ତାଙ୍କ ଠାରେ ନୂଆ କୋଭିଡ ଷ୍ଟ୍ରେନ ଚିହ୍ନଟ ହୋଇଥିବା ସ୍ବାସ୍ଥ୍ୟମନ୍ତ୍ରଣାଳୟ ନିଜ ବୟାନରେ କହିଛନ୍ତି । ଅଧିକ ପଢନ୍ତୁ...

author img

By

Published : Feb 16, 2021, 5:37 PM IST

ଭାରତରେ ପହଞ୍ଚିଲା ଦକ୍ଷିଣ ଆଫ୍ରିକା ଷ୍ଟ୍ରେନ୍‌, 4 ପଜିଟିଭ ଚିହ୍ନଟ
ଭାରତରେ ପହଞ୍ଚିଲା ଦକ୍ଷିଣ ଆଫ୍ରିକା ଷ୍ଟ୍ରେନ୍‌, 4 ପଜିଟିଭ ଚିହ୍ନଟ

ନୂଆଦିଲ୍ଲୀ: ମହାମାରୀ କୋରୋନାର ନୂଆ ଷ୍ଟ୍ରେନକୁ ନେଇ ସୂଚନା ଦେଇଛି କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ । 4 ଜଣ ଦକ୍ଷିଣ ଆଫ୍ରିଆ ଫେରନ୍ତାଙ୍କ ଠାରେ ନୂଆ କୋଭିଡ ଷ୍ଟ୍ରେନ ଚିହ୍ନଟ ହୋଇଥିବା ସ୍ବାସ୍ଥ୍ୟମନ୍ତ୍ରଣାଳୟ ନିଜ ବୟାନରେ କହିଛନ୍ତି ।

  • " class="align-text-top noRightClick twitterSection" data="">

କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରଣାଳୟର ବୟାନ ଅନୁଯାୟୀ, ଭାରତରେ 4 ଜଣଙ୍କଠାରେ କୋଭିଡ-19ର ଦକ୍ଷିଣ ଭାରତୀୟ ଷ୍ଟ୍ରେନ ଚିହ୍ନଟ ହୋଇଛି । ସମସ୍ତ ଯାତ୍ରୀଙ୍କ ଓ ସେମାନଙ୍କ ସଂସ୍ପର୍ଷରେ ଆସିଥିବା ଲୋକଙ୍କ କଣ୍ଟାକ୍ଟ ଟ୍ରେସିଂ କରାଯାଇଛି । ଏମାନଙ୍କ ନମୁନା ପରୀକ୍ଷା ପରେ କ୍ବାରେଣ୍ଟାଇନରେ ରଖାଯାଇଥିବା ଆଇସିଏମଆର ଡିଜି ଡାକ୍ତର ବଳରାମ ଭାର୍ଗଭ ସୂଚନା ଦେଇଛନ୍ତି ।

ସେହିପରି ବ୍ରାଜିଲର ଷ୍ଟ୍ରେନ SAS-CoV-2 ମଧ୍ୟ ଗୋଟିଏ ମାମଲା ଫେବୃଆରୀ ପ୍ରଥମ ସପ୍ତାହରେ ସାମ୍ନାକୁ ଆସିଥିଲା । ଭାଇରସର ଷ୍ଟ୍ରେନକୁ ସଫଳତାର ସହିତ ଆଇସୋଲେଟ କରାଯାଇ ଏହାକୁ ପୁଣେ ଆସିଏମଆରରେ ପରୀକ୍ଷା କରାଯାଉଥିବା ଜଣାପଡିଛି । ତେବେ ଏହି ଭ୍ୟାକ୍ସିନ କେତେ ଦୂର ଏହି ଷ୍ଟ୍ରେନର ମୁକାବିଲା କରିପାରିବ ଏନେଇ ପରୀକ୍ଷା ହେଉଛି । ଦକ୍ଷିଣ ଆଫ୍ରିକା ଓ ବ୍ରାଜିଲ ଷ୍ଟ୍ରେନ ଉଭୟ ବ୍ରିଟେନ ଷ୍ଟ୍ରେନଠାରୁ ଭିନ୍ନ ହୋଇଥିବା ଭଗ୍ରବ କହିଛନ୍ତି ।

ଏହାପୂର୍ବରୁ ବ୍ରିଟେନରେ ସୃଷ୍ଟି ନୂଆ କୋଭିଡ ଷ୍ଟ୍ରେନ ସାରା ବିଶ୍ବରେ ଆତଙ୍କ ଖେଳାଇଥିଲା । ଏହି ଷ୍ଟ୍ରେନ ପୁରୁଣା କୋଭିଡ ଷ୍ଟ୍ରେନଠାରୁ ଅଧିକ ଦ୍ରୁତ ଗତିରେ ସଂକ୍ରମଣ ହେଉଥିବା ରିପୋର୍ଟରୁ ଜଣାପଡିଥିଲା । ଆଜି ଆମ ଦେଶରେ 187 ୟୁକେ ଷ୍ଟ୍ରେନ ଚିହ୍ନଟ ରୋଗୀ ଅଛନ୍ତି | ସମସ୍ତଙ୍କୁ କ୍ବାରେଣ୍ଟାଇନରେ ରଖାଯାଇ ଚିକିତ୍ସା କରାଯାଉଛି । ସେମାନଙ୍କୁ ଆଇସୋଲେଟ କରାଯାଉଛି । ଭାଇରସର ୟୁକେ ଷ୍ଟ୍ରେନର ମୁକାବିଲା କରିବା ପାଇଁ ଆମ ପାଖରେ ଟିକା ଉପଲବ୍ଧ ବୋଲି ସ୍ବାସ୍ଥ୍ୟମନ୍ତ୍ରଣାଳୟ କହିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.