ନୂଆଦିଲ୍ଲୀ : ରବିବାର ଦିନ ରାଜଧାନୀ ଦିଲ୍ଲୀରେ 399 ଟି ନୂଆ କରୋନା ସଂକ୍ରମଣ ରିପୋର୍ଟ ହୋଇଛି । ଏଥିସହ 602 ରୋଗୀ ସୁସ୍ଥ ହୋଇ ଘରକୁ ଫେରିଥିବାବେଳେ 12 ଜଣଙ୍କର ମୃତ୍ୟୁ ଘଟିଛି ।
ସ୍ୱାସ୍ଥ୍ୟ ବିଭାଗ ଦ୍ୱାରା ପ୍ରକାଶିତ ରିପୋରେଟ ଅନୁଯାୟୀ, ଦିଲ୍ଲୀର ମୋଟ କରୋନା ରୋଗୀ ବର୍ତ୍ତମାନ 630200 ରେ ପହଞ୍ଚିଛି । ବର୍ତ୍ତମାନ ସୁଦ୍ଧା ମୋଟ 616054 ରୋଗୀ ସୁସ୍ଥ ହୋଇଥିବାବେଳେ କରୋନା ସଂକ୍ରମଣ ହେତୁ 10678 ଜଣଙ୍କର ମୃତ୍ୟୁ ହୋଇଛି । ଦିଲ୍ଲୀରେ ବର୍ତ୍ତମାନ କୋରୋନାର ମୋଟ 3468 ସକ୍ରିୟ ମାମଲା ରହିଛି ।