ETV Bharat / bharat

ମରାମତି ପାଇଁ ଭାରତରେ ପହଞ୍ଚିଲା ଆମେରିକୀୟ ନୌସେନା ଜାହାଜ

author img

By

Published : Aug 7, 2022, 9:19 PM IST

Updated : Aug 7, 2022, 9:40 PM IST

ପ୍ରତିରକ୍ଷା କ୍ଷେତ୍ରରେ ବଡ଼ ବଡ଼ ଉପଲବ୍ଧି ହାସଲ କରୁଛି ଭାରତ । ମରାମତି ପାଇଁ ଭାରତରେ ପହଞ୍ଚିଛି ଆମେରିକାର ନୌସେନା ଜାହାଜ । ଅଧିକ ପଢନ୍ତୁ

ମରାମତି ପାଇଁ ଭାରତରେ ପହଞ୍ଚିଲା ଆମେରିକାର ନୌସେନା ଜାହାଜ

ଚେନ୍ନାଇ: ଭାରତ ସୁଲଭ ମୂଲ୍ୟରେ ଜାହାଜ ମରାମତି କରାଉଥିବାବେଳେ ବିଶ୍ବ ବଜାରରେ ଏହାର ଚାହିଦା ବଢିଛି । ଭାରତ ଅନେକ କ୍ଷେତ୍ରରେ ଖ୍ୟାତି ଅର୍ଜନ କରିବାରେ ଲାଗିଛି । ଭାରତୀୟଙ୍କ ପ୍ରତିଭା ଓ କାର୍ଯ୍ୟ କରିବାର କ୍ଷମତା ଆଜି ବିଦେଶରେ ମଧ୍ୟ ପ୍ରତିଷ୍ଠି ଲାଭ କରିଛି । ଏଥିଲାଗି ଜାହାଜ ମରାମତି ପାଇଁ ଭାରତରେ ପହଞ୍ଚିଲା ଆମେରିକା ନୌସେନାର (US Navy ship) ଜାହାଜ ।

ଭାରତର ସିପୟାର୍ଡ (ଜାହାଜ ମରାମିତ ହେଉଥିବା ସ୍ଥାନ) ଅତ୍ୟାଧୁନିକ ଟେକ୍ନୋଲୋଜି ବ୍ୟବହାର କରି ଜାହାଜକୁ ମରାମତି କରୁଛି । ଆମେରିକା ନିଜ ନୌସେନାର ଏକ ଜାହାଜର ମରାମତି ପାଇଁ ତାମିଲନାଡ଼ୁର କଟ୍ଟୁପାଲି ଠାରେ ପହଞ୍ଚିଛି । ଏ ନେଇ ପ୍ରତିରକ୍ଷା ସଚିବ ଡକ୍ଟର ଅଜୟ କୁମାର କହିଛନ୍ତି ଯେ, " ଆମେରିକା ନୌସେନାକୁ ଭାରତରେ ସ୍ବାଗତ କରୁଛୁ । ଏହାଦ୍ବାରା ଭାରତ ଓ ଆମେରିକା ମଧ୍ୟରେ ସମ୍ପର୍କ ସୁଦୃଢ ହେବ । ଭାରତରେ ଏବେ ୨ ବିଲିୟନ ଡଲାରର ସିପୟାର୍ଡ ରହିଛି । ଭାରତ କେବଳ ନିଜ ଆବଶ୍ୟକତା ପୂରଣ ପାଇଁ ଜାହାଜ ନିର୍ମାଣ କରୁନାହିଁ । ଆମର ନିଜସ୍ବ ଡିଜାଇନ ହାଉସ ରହିଛି, ଯାହାକି ଅନେକ ପ୍ରକାରର ଜାହାଜ ନିର୍ମାଣରେ ସକ୍ଷମ ।"

ଭାରତ ପ୍ରତିରକ୍ଷା କ୍ଷେତ୍ରରେ ଅନେକ ଉପଲବ୍ଧି ହାସଲ କରିଛି । ଏହାସହିତ ଗତ ୨୦୧୫ରୁ ୧୬ ମସିହା ମଧ୍ୟରେ ୧୫୦୦ କୋଟି ରୋଜଗାର କରିଛି । ଯାହାକି ଏବେ ୧୩ ହଜାର କୋଟିରେ ପହଞ୍ଚିଛି । ଭାରତୀୟ ପ୍ରତିରକ୍ଷା ଇଣ୍ଡଷ୍ଟ୍ରିକୁ ସହଯୋଗ କରିଥିବାରୁ ଡକ୍ଟର ଅଜୟ ଆମେରିକାକୁ ଧନ୍ୟବାଦ ଜଣାଇଛନ୍ତି । ଏହାଦ୍ବାରା ପ୍ରତିରକ୍ଷା ରପ୍ତାନି ବୃଦ୍ଧି ପାଇବ ବୋଲି ସେ ଆଶା ରଖିଛନ୍ତି ।

Last Updated : Aug 7, 2022, 9:40 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.