ETV Bharat / bharat

Telangana: ସମସ୍ତ 119 ଆସନରେ ଡୋର-ଟୁ-ଡୋର କ୍ୟାମ୍ପେନ ଆରମ୍ଭ କଲା କଂଗ୍ରେସ - ତେଲେଙ୍ଗାନାରେ କଂଗ୍ରେସର ରଣନୀତି

ତେଲେଙ୍ଗାନାରେ 6 ସୂତ୍ରୀ ଗ୍ୟାରେଣ୍ଟି ଘୋଷଣା ପରେ ସମସ୍ତ 119 ଆସନରେ ଡୋର ଟୁ ଡୋର କ୍ୟାମ୍ପେନ ଆରମ୍ଭ କଲା କଂଗ୍ରେସ । ରାଜ୍ୟ ଓ ଜାତୀୟ ସ୍ତରର ନେତା ହେବେ ସାମିଲ । ଗତକାଲି ମହିଳାଙ୍କୁ ଫୋକସରେ ରଖି ଗ୍ୟାରେଣ୍ଟି ଘୋଷଣା କରିଛନ୍ତି ସୋନିଆ ଗାନ୍ଧୀ । ଅଧିକ ପଢନ୍ତୁ

Telangana: ସମସ୍ତ 119 ଆସନରେ ଡୋର-ଟୁ-ଡୋର କ୍ୟାମ୍ପେନ ଆରମ୍ଭ କଲା କଂଗ୍ରେସ

author img

By ETV Bharat Odisha Team

Published : Sep 18, 2023, 10:59 PM IST

ନୂଆଦିଲ୍ଲୀ: ବିଧାନସଭା ହେବାକୁ ଥିବା ତେଲେଙ୍ଗାନରେ ଗତକାଲି 6 ସୂତ୍ରୀ ଗ୍ୟାରେଣ୍ଟି ଘୋଷଣା ସହ ନିର୍ବାଚନୀ ଲଢେଇକୁ ଓହ୍ଲାଇଥିବା କଂଗ୍ରେସ ଆଜିଠାରୁ ଡୋର-ଟୁ-ଡୋର କ୍ୟାମ୍ପେନ ଆରମ୍ଭ କରିଛି । ଏହି ପ୍ରଥମ ନିର୍ବାଚନୀ ଅଭିଯାନରେ ଦଳର 119 ଜଣ ବରିଷ୍ଠ ନେତା ଆଜି (ସୋମବାର) ନିର୍ବାଚନୀ ରାଜ୍ୟ ତେଲେଙ୍ଗାନାର ସମସ୍ତ 119 ବିଧାନସଭା ନିର୍ବାଚନମଣ୍ଡଳୀରେ ଭୋଟର ଯୋଗାଯୋଗ ଅଭିଯାନରେ ବାହାରିଛନ୍ତି ।

ଗତକାଲି (ରବିବାର) ହାଇଦ୍ରାବାଦ ସହର ଉପକଣ୍ଠରେ ଏକ ବିଶାଳ ସମାବେଶ ଆୟୋଜନ କରି ତାର 6 ସୂତ୍ରୀ ଗ୍ୟାରେଣ୍ଟି ସାମ୍ନାକୁ ଆଣିଥିଲା । ଦଳୀୟ ଗ୍ୟାରେଣ୍ଟିର ଘୋଷଣା ପରେ ଏହି କ୍ୟାମ୍ପେନ ଆରମ୍ଭ କରିଛି ଦଳ । ପ୍ରାଦେଶିକ କଂଗ୍ରେସ ଓ ଜାତୀୟସ୍ତରର ଦଳୀୟ ନେତା ଏହି ପ୍ରଚାର ଅଭିଯାନରେ ସାମିଲ ହେବେ । ପ୍ରତି ଘରକୁ ଘର ବୁଲି କଂଗ୍ରେସର ଗ୍ୟାରେଣ୍ଟି ସମ୍ପର୍କିତ ବାର୍ତ୍ତା ଭୋଟରଙ୍କ ନିକଟରେ ପହଞ୍ଚାଇବା ସହ ଦଳ ପାଇଁ ଭୋଟ ମାଗିବେ । ଆସନ୍ତା କିଛି ମାସ ପର୍ଯ୍ୟନ୍ତ ଏହି ପ୍ରକ୍ରିୟା ଜାରି ରହିବ । ତୃଣମୂଳ ସ୍ତରରେ ଭୋଟରଙ୍କ ସହ ଯୋଡି ହେବା ପାଇଁ ଦଳ ତମାମ ପ୍ରୟାସ ଆରମ୍ଭ କରିସାରିଛି ।

ଏହା ମଧ୍ୟ ପଢନ୍ତୁ :- Telangana: BJP ସହ ଅଛନ୍ତି BRS-AIMIM, ସେଥିପାଇଁ ତାଙ୍କ ବିରୋଧରେ ମାମଲା ନାହିଁ କହିଲେ ରାହୁଲ

ଗତକାଲି କଂଗ୍ରେସ 6 ଗ୍ୟାରେଣ୍ଟି ଘୋଷଣା କରିଥିଲା । ହାଇଦ୍ରାବାଦରେ ଜାରି ରହିଥିବା ଦଳର ଦୁଇଦିନିଆ କାର୍ଯ୍ୟକାରୀ କମିଟି ବୈଠକ ଶେଷ ହେବା ପରେ ଏକ ସାଧାରଣ ସଭାରେ ଏହି ଗ୍ୟାରେଣ୍ଟି ଘୋଷଣା କରିଥିଲା ଦଳ । ତମାମ କଂଗ୍ରେସ ନେତାଙ୍କ ଉପସ୍ଥିତିରେ ଦଳର ପୂର୍ବତନ ଅଧ୍ୟକ୍ଷା ତଥା ବର୍ତ୍ତମାନର ଦଳର ସଂସଦୀୟ କମିଟି ନେତ୍ରୀ ସୋନିଆ ଗାନ୍ଧୀ ଏହି 6 ସୂତ୍ରୀ ଗ୍ୟାରେଣ୍ଟି ଘୋଷଣା କରିଥିଲେ । କଂଗ୍ରେସର ଗ୍ୟାରେଣ୍ଟି କାର୍ଡର ଫୋକସରେ ରହିଛନ୍ତି ମହିଳା । ରାଜ୍ୟରେ ଦଳ ସରକାର ଗଠନ କଲେ ମହିଳାଙ୍କୁ ପ୍ରତିମାସରେ 2,500 ଟଙ୍କାର ସହାୟତା ରାଶି ପ୍ରଦାନ କରିବ । ଏହି ଯୋଜନାର ନାମ ରଖାଯାଇଛି ‘ମହାଲକ୍ଷ୍ନୀ ଯୋଜନା’ । ସେହିପରି କେବଳ ଆର୍ଥିକ ସହାୟତା ନୁହେଁ ବରଂ ରାଜ୍ୟ ପରିବହନ ନିଗମ (TSRTC) ବସରେ ସମଗ୍ର ରାଜ୍ୟରେ ମହିଳାଙ୍କ ପାଇଁ ଦେୟମୁକ୍ତ ଯାତ୍ରାର ବ୍ୟବସ୍ଥା କରିବ । ସେହିପରି ମାତ୍ର 5ଶହ ଟଙ୍କାରେ ଏଲପିଜି ସିଲିଣ୍ଡର ମଧ୍ୟ ଯୋଗାଇ ଦେବାକୁ କଂଗ୍ରେସ ଘୋଷଣା କରିଛି । ଏହା ପରେ ରାହୁଲ ଗାନ୍ଧୀ ମଧ୍ୟ BRS-AIMIM ଉପରେ ବର୍ଷିଥିଲେ । ଉଭୟ ଦଳ ବିଜେପି ସହଯୋଗରେ ଥିବା ମଧ୍ୟ ରାହୁଲ ଅଭିଯୋଗ କରିଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.