ETV Bharat / bharat

AC କୋଚରେ ଚକୋଲେଟ ପରିବହନ କଲା ଭାରତୀୟ ରେଳବାଇ

ଏସି କୋଚରେ ଯାଉଛି ଚକୋଲେଟ । ପ୍ରଥମ ଥର ହୁବ୍ବାଲି ଡିଭିଜନରୁ ଏସି କୋଚ ଯୋଗେ ଚକୋଲେଟ ଏବଂ ଅନ୍ୟାନ୍ୟ ଖାଦ୍ୟ ସାମଗ୍ରୀ ଦିଲ୍ଲୀ ପରିବହନ କଲା ଭାରତୀୟ ରେଲୱେ । ଅଧିକ ପଢନ୍ତୁ...

author img

By

Published : Oct 10, 2021, 10:46 AM IST

ଏସି କୋଚରେ ଚକୋଲେଟ ନେଉଛି ଭାରତୀୟ ରେଲୱେ
ଏସି କୋଚରେ ଚକୋଲେଟ ନେଉଛି ଭାରତୀୟ ରେଲୱେ

ବେଙ୍ଗାଲୁରୁ: ଏସି କୋଚରେ ଚକୋଲେଟ ପରିବହନ କଲା ଭାରତୀୟ ରେଲୱେ । ଦକ୍ଷିଣ-ପଶ୍ଚିମ ରେଲୱେର ହୁବ୍ବାଲି ଡିଭିଜନରେ ପ୍ରଥମ ଥର ଚକୋଲେଟ ଏବଂ ଅନ୍ୟାନ୍ୟ ଖାଦ୍ୟପଦାର୍ଥ, ଯାହା କମ୍ ଏବଂ ନିୟନ୍ତ୍ରିତ ତାପମାତ୍ରା ଆବଶ୍ୟକ କରେ, ତାହା ପରିବହନ ପାଇଁ ଏସି କୋଚର ବ୍ୟବହାର ହୋଇଛି । ଏହି ଏସି ପାର୍ସଲ ଟ୍ରେନଟି ଶୁକ୍ରବାର ହୁବ୍ବାଲି ରେଳ ଷ୍ଟେସନରୁ ବାହାରି ଦୀର୍ଘ ୨,୧୧୫ କିଲୋମିଟର ଯାତ୍ରା ଅତିକ୍ରମ କରି ଶନିବାର ଦିଲ୍ଲୀରେ ପହଞ୍ଚିଛି । ଦକ୍ଷିଣ-ପଶ୍ଚିମ ରେଲୱେ ପକ୍ଷରୁ ଏହି ସୂଚନା ଦିଆଯାଇଛି ।

ଏହାଦ୍ବାରା ରେଲୱେକୁ ୧୨.୮୩ ଲକ୍ଷ ଟଙ୍କା ରାଜସ୍ବ ମିଳିଛି । ହୁବ୍ବାଲି ଡିଭିଜନର ବ୍ୟବସାୟ ବିକାଶ ୟୁନିଟ(BDU) ପ୍ରୟାସରେ ପରିବହନର ଏହି ନୂତନ ଧାରା ଆପଣା ଯାଇଛି । ପୂର୍ବରୁ ଯାହା ପାରମ୍ପରିକ ଭାବେ ରୋଡ୍ ଜରିଆରେ ପରିବହନ ହେଉଥିଲା ତାହା ଏବେ କମ୍ ସମୟରେ ଏବଂ ଆବଶ୍ୟକ ତାପମାତ୍ରା ମଧ୍ୟରେ ଟ୍ରେନ ଦ୍ବାରା ଯୋଗାଣ ହେଉଛି । ଏଥିପାଇଁ BDU ପ୍ରୟାସକୁ ପ୍ରଶଂସା କରି ହୁବାଲି ମଣ୍ଡଳ ରେଲୱେ ମ୍ୟାନେଜର ଅରବିନ୍ଦ ମାଲଖେଡେ କହିଛନ୍ତି ଯେ, ରେଲୱେ ନିଜ ଗ୍ରାହକଙ୍କ ନିକଟରେ ସକ୍ରିୟ ଭାବେ ଦ୍ରୁତ, ସରଳ ଏବଂ କମ୍ ବ୍ୟୟବହୁଳ ସେବା ଯୋଗାଉଛି ।

ପୂର୍ବରୁ ଅକ୍ଟୋବର ୮ ତାରିଖ ଦିନ ଗୋଆ ଭାସ୍କୋଡୋଗାମାରୁ ଦିଲ୍ଲୀ ଓକଲାକୁ ୧୬୩ ଟନର ଚକୋଲେଟ ଏବଂ ଏବଂ ନୁଡଲ୍ସ ୧୮ଟି ଏସି କୋଚ ଯୋଗେ ପରିବହନ କରାଯାଇଥିଲା ।

@ANI

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.