ETV Bharat / bharat

ଆତଙ୍କବାଦ ପ୍ରସଙ୍ଗ ଏଡାଇ, RSS ଆଦର୍ଶ କଥା କହିଲେ ଇମ୍ରାନ ଖାନ

author img

By

Published : Jul 17, 2021, 10:36 PM IST

ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ଆରଏସଏସ ଆଦର୍ଶ ମନ୍ତବ୍ୟକୁ ସମାଲୋଚନା କଲେ ବରିଷ୍ଠ କଂଗ୍ରେସ ନେତା ଦିଗ ବିଜୟ ସିଂ । ଅଧିକ ପଢନ୍ତୁ...

ଆତଙ୍କବାଦୀଙ୍କୁ ସୁରକ୍ଷା ଓ ପୃଷ୍ଟପୋଷକତା ଦେଉଛି ପାକିସ୍ଥାନ: ଦିଗବିଜୟ

ନୂଆଦିଲ୍ଲୀ: ଆତଙ୍କବାଦୀଙ୍କୁ ସୁରକ୍ଷା ଓ ପୃଷ୍ଠପୋଷକତା ଦେଉଛି ପାକିସ୍ତାନ । ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ଆରଏସଏସ ଆଦର୍ଶ ଉପରେ ଦେଇଥିବା ମନ୍ତବ୍ୟକୁ କଡ଼ା ସମାଲୋଚନା କରି ଏପିରି ଟିପ୍ପଣୀ ଦେଇଛନ୍ତି ବରିଷ୍ଠ କଂଗ୍ରେସ ନେତା ଦିଗବିଜୟ ସିଂ । ଦିଗବିଜୟ କହିଛନ୍ତି ପାକ ଆତଙ୍କବାଦୀଙ୍କୁ ସୁରକ୍ଷା ଯୋଗାଉଥିବାରୁ ଉଭୟ ଦେଶ ମଧ୍ୟରେ ଆଲୋଚନା ବନ୍ଦ ହୋଇଯାଇଛି । ସାରା ପୃଥିବୀରେ ପାକିସ୍ତାନ ହିଁ ଆତଙ୍କୀଙ୍କ ପାଇଁ ସବୁଠୁ ଉତ୍କୃଷ୍ଟ ବାସସ୍ଥାନ ପାଲଟିଛି । ଯାହା ସାରା ବିଶ୍ବରେ ପାକିସ୍ତାନ ପ୍ରତି ଅବିଶ୍ୱାସ ସୃଷ୍ଟି କରିଛି ବୋଲି କହିଛନ୍ତି ଦିଗବିଜୟ ।

ଆତଙ୍କବାଦ ପ୍ରସଙ୍ଗ ଏଡାଇ, RSS ଆଦର୍ଶ କଥା କହିଲେ ଇମ୍ରାନ ଖାନ

ଗୁରୁବାର ଜୁଲାଇ 15 ରେ ଗଣମାଧ୍ୟମ ସଂସ୍ଥା ଏଏନଆଇକୁ ଆରଏସଏସ ବିଚାରଧାରା ହିଁ ଭାରତ-ପାକ ଶାନ୍ତି କଥାବାର୍ତ୍ତା ଦିଗରେ ବାଧା ସୃଷ୍ଟି କରୁଛି ବୋଲି କହିଥିଲେ ପାକ ପ୍ରଧାନମନନ୍ତ୍ରୀ ଇମ୍ରାନ । ଭାରତୀୟ ସାମ୍ବାଦିକଙ୍କ ପ୍ରଶ୍ନ, ଆଲୋଚନା ଏବଂ ଆତଙ୍କବାଦ ଦୁଇଟି ଏକକାଳୀନ ହାତକୁ ନିଆଯାଇ ପାରିବ କି ନାହିଁ ? ଉତ୍ତରରେ ଇମ୍ରାନ କହିଥିଲେ ପାକିସ୍ତାନ ସବୁବେଳେ ଭାରତ ସହ କଥାବାର୍ତ୍ତା ପାଇଁ ପ୍ରସ୍ତୁତ କିନ୍ତୁ ଭାରତ ବର୍ତ୍ତମାନ ଆରଏସଏସର ବିଚାରଧାରାରେ ଚାଲିଛି । ଯାହା ଦୁଇ ଦେଶ ମଧ୍ୟରେ ଶାନ୍ତି କଥାବାର୍ତ୍ତାରେ ବାଧା ସୃଷ୍ଚି କରୁଛି ବୋଲି ମନ୍ତବ୍ୟ ଦେଇଥିଲେ ପାକ ପ୍ରଧାନମନ୍ତ୍ରୀ । ଏହା କହି ଘଟଣାସ୍ଥଳରୁ ଚାଲିଯାଇଥିଲେ ଇମ୍ରାନ । ତେବେ ସାମ୍ବାଦିକ ଜଣଙ୍କ ଏହାର ପ୍ରତିଉତ୍ତର ମଧ୍ୟ ଦେବାକୁ ଚେଷ୍ଟା କରିଥିଲେ ସୁଦ୍ଧା ଇମ୍ରାନ ଏଥିପ୍ରତି ଧ୍ୟାନ ନଦେଇ ଘଟଣାସ୍ଥଳରୁ ପ୍ରତ୍ୟାବର୍ତ୍ତନ କରିଥିବା ଦେଖିବାକୁ ମିଳିଥିଲା ।

ତେବେ ମଧ୍ୟ-ଦକ୍ଷିଣ ଏସିଆ ସମ୍ମିଳନୀ'ରେ ଯୋଗଦେବା ପାଇଁ ଇମ୍ରାନ ଖାନ ଉଜବେକିସ୍ତାନରେ ଥିବା ବେଳେ ସାମ୍ବାଦିକ ଜଣଙ୍କ ଇମ୍ରାନଙ୍କୁ ଏପରି ପ୍ରଶ୍ନ କରିଥିବା ଦେଖିବାକୁ ମିଳିଥିଲା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.