ETV Bharat / bharat

ଭାରତର ବୈଦେଶିକ ନୀତିକୁ ଇମ୍ରାନଙ୍କ ପ୍ରଶଂସା

author img

By

Published : Mar 20, 2022, 10:20 PM IST

ଭାରତର ବୈଦେଶିକ ନୀତିକୁ ଇମ୍ରାନଙ୍କ ପ୍ରଶଂସା । ଆମେରିକାର ଚାପ ସତ୍ତ୍ବେ ମଧ୍ୟ ଋଷରୁ ତୈଳ ଆଣିବ ଭାରତ । ଏହା ସ୍ବାଧୀନ ବୈଦେଶିକ ନୀତି ବୋଲି ଦର୍ଶାଇ ପ୍ରଶଂସା କଲେ ପାକ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ । ୨୫ରେ ଅନାସ୍ଥାର ସାମ୍ନା କରିବାକୁ ଯାଉଛି ଇମ୍ରାନ ସରକାର । ଅଧିକ ପଢନ୍ତୁ

ଭାରତର ବୈଦେଶିକ ନୀତିକୁ ଇମ୍ରାନଙ୍କ ପ୍ରଶଂସା
ଭାରତର ବୈଦେଶିକ ନୀତିକୁ ଇମ୍ରାନଙ୍କ ପ୍ରଶଂସା

ଇସଲାମାବାଦ: ଭାରତର ବୈଦେଶିକ ନୀତିକୁ ପାକିସ୍ତାନର ପ୍ରଶଂସା । ଭାରତର ଏପରି ନୀତି ସ୍ବାଧୀନ ଏବଂ ଲୋକଙ୍କ ଉନ୍ନତି ପାଇଁ ସହାୟକ ହେବ ବୋଲି ଉଲ୍ଲେଖ କରିଛନ୍ତି ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ । ନିଜ ବିରୋଧରେ ଅନାସ୍ଥା ପ୍ରସ୍ତାବକୁ ସାମ୍ନା କରିବାକୁ ଯାଉଥିବା ଇମ୍ରାନଙ୍କ ସତ୍ତା ବଜାୟ ରଖିବା ନେଇ ସନ୍ଦେହ ଲାଗି ରହିଥିବାବେଳେ ଏକ ଜନସଭାରେ ଭାରତ ପ୍ରଶଂସାରେ ଶତମୁଖ ହୋଇଛନ୍ତି ଇମ୍ରାନ ।

ଖାଇବର ପାଖ୍ତୁନାଖୱାର ମାଲାକାଣ୍ଡ ଅଞ୍ଚଳରେ ଆୟୋଜିତ ଏକ ଜନ ସମାବେଶରେ ଇମ୍ରାନ ଖାନ ଭାରତକୁ ପ୍ରଶଂସା କରିଛନ୍ତି । ଇମ୍ରାନ କହିଛନ୍ତି ଯେ ଆମେରିକାର ପ୍ରତିବନ୍ଧକ ସତ୍ତ୍ବେ ମଧ୍ୟ ଋଷରୁ ତୈଳ ଆମଦାନୀ କରିବ ଭାରତ । ଭାରତ ଆମେରିକାର ସହଯୋଗୀ ଭାବେ ମଧ୍ୟ ରହିଛି, ଅନ୍ୟପଟେ ଋଷ ସହ ମଧ୍ୟ ପୂର୍ବ ସମ୍ପର୍କ ମଧ୍ୟ ବଜାୟ ରଖିଛି । ଏହା ଭାରତର ନିଜସ୍ବ ତଥା ସ୍ବାଧୀନ ବୈଦେଶିକ ନୀତି, ଯାହାକୁ ସେ ସମର୍ଥନ କରୁଛନ୍ତି ବୋଲି କହିଥିଲେ ।

ପାକିସ୍ତାନରେ ଜାରି ରହିଥିବା ଅର୍ଥନୈତିକ ସଙ୍କଟ ଓ ଅନ୍ୟ ସମସ୍ୟା ମଧ୍ୟରେ ଇମ୍ରାନ ଖାନଙ୍କ ସରକାରଙ୍କ ଅସ୍ଥିତ୍ବ ଉପରେ ଖଣ୍ଡା ଝୁଲୁଥିବା ପରିସ୍ଥିତି ସୃଷ୍ଟି ହୋଇଛି । ପରୋକ୍ଷରେ ଶାସନ ଚଳାଉଥିବା ପାକିସ୍ତାନ ସେନା ମଧ୍ୟ ଇମ୍ରାନଙ୍କୁ ପଦଚ୍ୟୁତ କରିବା ଲକ୍ଷ୍ୟରେ ଥିବା ନେଇ ଗଣମାଧ୍ୟମରେ ଚର୍ଚ୍ଚା ହେଉଛି । ପାକ ସେନାମୁଖ୍ୟ ଜେନେରାଲ ବାଜଓ୍ବା ପାକିସ୍ତାନର ଶାସନ ଇମ୍ରାନଙ୍କ ହାତରେ ରହିବା ଚାହୁଁ ନଥିବା କଥା ମଧ୍ୟ ସାମ୍ନାକୁ ଆସିଛି । ଏହାରି ମଧ୍ୟରେ ମାର୍ଚ୍ଚ ୨୫ ତାରିଖରେ ସଂସଦ ଅଧିବେଶନ ଆହୁତ ହୋଇଛି । ଏହି ଅଧିବେଶନରେ ଅନାସ୍ଥା ପ୍ରସ୍ତାବର ସାମ୍ନା କରିବେ ଇମ୍ରାନ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.