ETV Bharat / bharat

ଦିଲ୍ଲୀରେ କୋଭିଡ଼ ମୁକାବିଲା ପାଇଁ ମଧ୍ୟାହ୍ନ 12ଟାରେ ଗୁରୁତ୍ବପୂର୍ଣ୍ଣ ବୈଠକ

author img

By

Published : Apr 12, 2021, 11:57 AM IST

ଦିଲ୍ଲୀରେ ଦୈନିକ କୋଭିଡ଼ ସଂକ୍ରମଣରେ ବୃଦ୍ଧି ଘଟିବା ପରେ ଆଜି(ସୋମବାର)ଦିଲ୍ଲୀରେ ବସିବ ଗୁରୁତ୍ବପୂର୍ଣ୍ଣ ବୈଠକ । ଅଧିକ ପଢନ୍ତୁ...

ଦିଲ୍ଲୀରେ କୋଭିଡ଼ ମୁକାବିଲା ପାଇଁ ମଧ୍ୟାହ୍ନ 12ଟାରେ ବସିବ ଗୁରୁତ୍ବପୂର୍ଣ୍ଣ ବୈଠକ

ନୂଆଦିଲ୍ଲୀ: ରାଜଧାନୀରେ ଦୈନିକ ସଂକ୍ରମଣ ବୃଦ୍ଧି ଘଟିବା ପରେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜିରୱାଲ ଗୁରୁତ୍ବପୂର୍ଣ୍ଣ ବୈଠକ ଡାକିଛନ୍ତି । ଏହି ବୈଠକରେ ଦିଲ୍ଲୀର କୋଭିଡ଼ ମୁକାବିଲା ପାଇଁ ପାଇଁ ଆଲୋଚନା ହେବେ ବୋଲି ଜଣାପଡିଛି । ଗତ କିଛି ଦିନ ମଧ୍ୟରେ ଦିଲ୍ଲୀର ସଂକ୍ରମଣ ବୃଦ୍ଧି ପାଉଥିବା ବେଳେ ଗତ 24 ଘଣ୍ଟାରେ ଆସିଥିବା ରିପୋର୍ଟରେ ଦୈନିକ ସଂକ୍ରମଣ 10, 774 ରେ ପହଞ୍ଚିଛି ।

ଏହି ଗୁରୁତ୍ବପୂର୍ଣ୍ଣ ବୈଠକ ମଧ୍ୟାହ୍ନ 12ଟାରେ ବସିବ ବୋଲି ସୂଚନା ମିଳିଛି । ଦିଲ୍ଲୀରେ ନୂଆ ଆକ୍ରାନ୍ତଙ୍କୁ ମିଶାଇ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା 7 ଲକ୍ଷ 25 ହଜାର 197ରେ ପହଞ୍ଚିଥିବା ବେଳେ 48 ଜଣଙ୍କର ମୃତ୍ୟୁ ଘଟିଛି । ଦିଲ୍ଲୀରେ କୋରୋନା ସଂକ୍ରମଣରେ ବୃଦ୍ଧି ଘଟିଲେ ପୁଣି ଲକଡ଼ାଉନ ଜାରି ହୋଇପାରେ ବୋଲି ଦିନକ ପୂର୍ବରୁ ମୁଖ୍ୟମନ୍ତ୍ରୀ ଗଣମାଧ୍ୟମକୁ ସୂଚନା ଦେଇଥିଲେ । ସେ ଲକଡାଉନ ଲାଗୁ କରିବା ପାଇଁ ଆଗ୍ରହୀ ନ ଥିଲେ ମଧ୍ୟ ସଂକ୍ରମଣ ବଢୁଥିବାରୁ ତାଙ୍କ ନିକଟରେ ଆଉ କୌଣସି ବିକଳ୍ପ ନାହିଁ ବୋଲି କହିଥିଲେ ।

ଏହାସହିତ ଟୀକାକରଣ ପାଇଁ କୌଣସି ନିର୍ଦ୍ଦିଷ୍ଟ ବୟସସୀମା ନ ରଖି ସବୁ ବର୍ଗର ଲୋକଙ୍କୁ ମାଗଣାରେ ଟିକା ଦେବା ପାଇଁ ଅନୁରୋଧ କରିଥିଲେ । ଦିଲ୍ଲୀରେ ଆକ୍ରାନ୍ତ ହେଉଥିବା ବ୍ୟକ୍ତିଙ୍କ ମଧ୍ୟରୁ 65 ପ୍ରତିଶତ 45 ବର୍ଷ ବୟସରୁ କମ ବୋଲି ଜଣାପଡିଛି ।

@ANI

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.