ETV Bharat / bharat

ବର୍ଷ 2023ରେ 6.1% ରହିବ ଭାରତର ଅଭିବୃଦ୍ଧି ହାର, ପଛରେ ରହିବେ ସମସ୍ତ ଦେଶ: IMF - ଅନ୍ତର୍ଜାତୀୟ ମୁଦ୍ରା ପାଣ୍ଠି

ଭାରତୀୟ ଏବଂ ବିଶ୍ବ ଅର୍ଥନୀତିକୁ ନେଇ ଅନ୍ତର୍ଜାତୀୟ ମୁଦ୍ରା ପାଣ୍ଠି ଦ୍ୱାରା ପ୍ରକାଶ ପାଇଲା ଆକଳନ । ବର୍ଷ 2023 ମସିହାରେ ଭାରତର ଜିଡିପି 6.1 ପ୍ରତିଶତ ହେବା ନେଇ ଅନ୍ତର୍ଜାତୀୟ ସଂସ୍ଥାର ଆକଳନ । ଅଧିକ ପଢନ୍ତୁ

6.1 ପ୍ରତିଶତ ରହିବ ଭାରତର ଅଭିବୃଦ୍ଧି ହାର
6.1 ପ୍ରତିଶତ ରହିବ ଭାରତର ଅଭିବୃଦ୍ଧି ହାର
author img

By

Published : Jan 31, 2023, 9:21 PM IST

ହଇଦ୍ରାବାଦ: ଆସନ୍ତାକାଲି ସଂସଦରେ ସାଧାରଣ ବଜେଟ ଉପସ୍ଥାପିତ ହେବା ପୂର୍ବରୁ ଆର୍ଥିକ ବର୍ଷ 2022-23 ରେ ଭାରତର ଅର୍ଥବ୍ୟବସ୍ଥାର ସମ୍ଭାବ୍ୟ ଚିତ୍ରକୁ ନେଇ ବିଭିନ୍ନ ଆକଳନ ପ୍ରକାଶ ପାଇଛି । ବିଶ୍ୱ ଅର୍ଥନୀତି ଏବଂ ଭାରତୀୟ ଅର୍ଥନୀତିକୁ ନେଇ ଆନ୍ତର୍ଜାତୀୟ ମୁଦ୍ରା ପାଣ୍ଠି (ଆଇଏମ୍ଏଫ୍) ଆଜି (ମଙ୍ଗଳବାର) ପୂର୍ବାକଳନ ସହ ଏକ ବଡ଼ ବିବୃତ୍ତି ଦେଇଛି । ବିଶ୍ବ ଅର୍ଥନୀତି ବିଷୟରେ ଆଇଏମ୍ଏଫ୍ କହିଛି ଯେ 2023 ମସିହାରେ ବିଶ୍ବ ଅର୍ଥନୀତିର ଅଭିବୃଦ୍ଧି ହାର ଗତ ଆର୍ଥିକ ବର୍ଷ ତୂଳନାରେ ସାମାନ୍ୟ ହ୍ରାସ ପାଇବ । ସେହିପରି ଆଇଏମ୍ଏଫ୍ ଅନୁଯାୟୀ 2022ରେ ବିଶ୍ବ ଅର୍ଥନୀତିର ଅଭିବୃଦ୍ଧି ହାର 3.4 ପ୍ରତିଶତ ରହିଥିବା ବେଳେ 2023 ମସିହାରେ ଏହି ହାର 2.9 ପ୍ରତିଶତକୁ ହ୍ରାସ ପାଇବ । ସେହିପରି ଭାରତର ଅଭିବୃଦ୍ଧି ହାର ବର୍ଷ 2023 ପାଇଁ 6.1 ପ୍ରତିଶତ ରହିବା ନେଇ ଆଇଏମଏଫ ପୂର୍ବାକଳନ କରିଛି ।

ଆଜି (ମଙ୍ଗଳବାର) ସଂସ୍ଥା ପକ୍ଷରୁ ହୋଇଥିବା ଆକଳନରେ ଆସନ୍ତା ଆର୍ଥିକ ବର୍ଷ (2023-24)ରେ ଅଭିବୃଦ୍ଧି ହାର 6.1 ପ୍ରତିଶତ ହେବ ବୋଲି ଆଶା କରାଯାଉଛି । ସେହିପରି ମାର୍ଚ୍ଚ 31 ଶେଷ ହେବାକୁ ଥିବା ଆର୍ଥିକ ବର୍ଷରେ ଏହା 6.8 ପ୍ରତିଶତ ରହିବ । ଆଇଏମ୍ଏଫ୍ ଆଜି (ମଙ୍ଗଳବାର) ଏହାର ବିଶ୍ୱ ଅର୍ଥନୈତିକ ଆକଳନର ଜାନୁଆରୀ ମାସର ଅପଡେଟ୍ ପ୍ରକାଶ କରିଛି । ଯାହା ଅନୁଯାୟୀ ବିଶ୍ବ ଅର୍ଥନୀତିର ଅଭିବୃଦ୍ଧି 2022 ତୂଳନାରେ ଆନୁମାନିକ 3.4 ପ୍ରତିଶତରୁ 2023 ରେ 2.9 ପ୍ରତିଶତକୁ ହ୍ରାସ ପାଇବାର ସମ୍ଭାବନା ଦେଖାଯାଇଛି । ସେହିପରି ଏହା 2024 ରେ ପୁଣି 3.1 ପ୍ରତିଶତକୁ ବୃଦ୍ଧି ପାଇବ ବୋଲି ଆକଳନ କରିଛି ସଂସ୍ଥା ।

ଆଇଏମ୍ଏଫ୍ ଗବେଷଣା ବିଭାଗର ନିର୍ଦ୍ଦେଶକ ମୁଖ୍ୟ ଅର୍ଥନୀତିଜ୍ଞ ପିଆର-ଅଲିବିଅର୍ ଗୌରିନଚାସ ଗଣମାଧ୍ୟମକୁ କହିଛନ୍ତି, ଭାରତ ପାଇଁ ଆମର ଅଭିବୃଦ୍ଧି ହାର ଆକଳନ ଅକ୍ଟୋବରରୁ ଅପରିବର୍ତ୍ତିତ ରହିଛି । ସଂସ୍ଥା ଯାହା ଆକଳନ କରିଥିଲା ବାସ୍ତବ ହାର ତାହା ରହିଛି । ଏହି ଆର୍ଥିକ ବର୍ଷ ପାଇଁ 6.8 ପ୍ରତିଶତ ଅଭିବୃଦ୍ଧି ରହିଛି, ଯାହା ଚଳିତ ଆର୍ଥିକବର୍ଷ (2022-23) ଶେଷ ତଥା ମାର୍ଚ୍ଚ ମାସ ପର୍ଯ୍ୟନ୍ତ ବଳବତ୍ତର ରହିବ । ପରେ ଆଗାମି ଆର୍ଥିକ ବର୍ଷ (2023-24) ଅଭିବୃଦ୍ଧି 6.1 ପ୍ରତିଶତକୁ ହ୍ରାସ ପାଇବ ।

ଆସନ୍ତାକାଲି ସଂସଦରେ ଉପସ୍ଥାପିତ ହେବାକୁ ଯାଉଛି ସାଧାରଣ ବଜେଟ । ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଏହି ବଜେଟ ଉପସ୍ଥାପିତ କରିବେ । 2024 ସାଧାରଣ ନିର୍ବାଚନ ପୂର୍ବରୁ ଏହା ମୋଦି ସରକାରଙ୍କ ଦ୍ବିତୀୟ ପାଳିର ଅନ୍ତିମ ପୂର୍ଣ୍ଣାଙ୍ଗ ବଜେଟ ହୋଇଥିବା କାରଣରୁ ବେଶ ଗୁରୁତ୍ବପୂର୍ଣ୍ଣ ବିଚାର କରାଯାଉଛି । ବଜେଟ ଉପସ୍ଥାପନ ପୂର୍ବରୁ ଆଜି କେନ୍ଦ୍ର ଅର୍ଥମନ୍ତ୍ରୀ ସୀତାରମଣ ଲୋକସଭାରେ ଅର୍ଥନୈତିକ ସର୍ବେକ୍ଷଣ ରିପୋର୍ଟ ଉପସ୍ଥାପନ କରିଛନ୍ତି । ଯେଉଁଥିରେ ଆସନ୍ତା ଆର୍ଥିକବର୍ଷ (2023-24)ରେ ଭାରତର ଅଭିବୃଦ୍ଧି ହାର 6.5 ପ୍ରତିଶତ ରହିବା ନେଇ ଆକଳନ ପ୍ରକାଶ ପାଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.