ETV Bharat / bharat

ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ପ୍ରଭାବରେ ବିଭିନ୍ନ ରାଜ୍ୟରେ ପ୍ରବଳ ବର୍ଷା: IMD

ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ପ୍ରଭାବରେ ଦେଶର ବିଭିନ୍ନ ରାଜ୍ୟରେ ପ୍ରବଳ ବର୍ଷା ନେଇ ସତର୍କ ସୂଚନା ଜାରି କଲା ଭାରତୀୟ ପାଣିପାଗ ବିଭାଗ । ଅଧିକ ପଢନ୍ତୁ...

ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ପ୍ରଭାବରେ ବିଭିନ୍ନ ରାଜ୍ୟରେ ପ୍ରବଳ ବର୍ଷା: IMD
ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ପ୍ରଭାବରେ ବିଭିନ୍ନ ରାଜ୍ୟରେ ପ୍ରବଳ ବର୍ଷା: IMD
author img

By

Published : Jun 13, 2021, 11:07 AM IST

ନୂଆଦିଲ୍ଲୀ: ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ସମଗ୍ର ଦେଶରେ ପ୍ରବେଶ କରୁଥିବାରୁ ବିଭିନ୍ନ ରାଜ୍ୟରେ ବର୍ଷା ନେଇ ସୂଚନା ଦେଇଛି ଭାରତୀୟ ପାଣିପାଗ ବିଭାଗ । ଏହା ପ୍ରଭାବରେ ଆସନ୍ତା କିଛି ଘଣ୍ଟା ମଧ୍ୟରେ ହରିୟାଣାର କିଛି ଅଞ୍ଚଳରେ ହାଲୁକାରୁ ମଧ୍ୟମ ବର୍ଷା ହେବାର ସମ୍ଭାବନା ରହିଛି । ରବିବାର ଆଇଏମଡି ଏନେଇ ସତର୍କ ସୂଚନା ଜାରି କରିଛନ୍ତି ।

ଆଇଏମଡିଙ୍କ ସୂଚନା ଅନୁଯାୟୀ ଯମୁନାନଗର, କୁରୁକ୍ଷେତ୍ର, କୈଥଲ, କର୍ଣ୍ଣଲ, ପାନିପଥ, ଗାନ୍ନାଉର, ଫତେହାବାଦ, ବାରୱାଲା, ନରୱାନା, ରାଜଉନ୍ଦ, ଆସନ୍ଧ, ସଫିଡନ୍, ଜିନ୍ଦ, ଗୋହାନା, ହିସର, ହାନସି, ମେହାମ ଅଞ୍ଚଳରେ ପବନ, ବର୍ଷା ସାଙ୍ଗକୁ ବଜ୍ରପାତ ହେବା ନେଇ ସମ୍ଭାବନା ରହିଛି ।

ସେହିପରି ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ପ୍ରଭାବରେ ମଧ୍ୟପ୍ରଦେଶ, ଛତିଶଗଡ, ଓଡିଶା, ପଶ୍ଚିମବଙ୍ଗ, ଝାଡଖଣ୍ଡ, ବିହାର ଏବଂ ଉତ୍ତର ପ୍ରଦେଶର କେତେକ ଅଞ୍ଚଳରେ ଆସନ୍ତା 24 ଘଣ୍ଟା ମଧ୍ୟରେ ବର୍ଷା ହେବ । ମୁମ୍ବାଇର ଥାନେ ଅଞ୍ଚଳରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବା ନେଇ ଅରେଞ୍ଜ ୱାର୍ଣ୍ଣିଂ ଜାରି କରିଛି ଭାରତୀୟ ପାଣିପାଗ ବିଭାଗ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.