ETV Bharat / bharat

ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଲା IMA, ବାବା ରାମଦେବଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି

author img

By

Published : May 26, 2021, 6:37 PM IST

ଇଣ୍ଡିଆନ ମେଡିକାଲ ଆସୋସିଏସନ ବୁଧବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଚିଠି ଲେଖି ପତଞ୍ଜଳୀର ମାଲିକ ରାମଦେବଙ୍କ ପକ୍ଷରୁ ଭ୍ୟାକ୍ସିନ ବିରୋଧରେ ଦେଇଥିବା ମିଥ୍ୟା ପ୍ରଚାର ଉପରେ ରୋକ ଲଗାଇବା ଦରକାର ବୋଲି କହିଛି । ଅଧିକ ପଢନ୍ତୁ:

ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଲା IMA, ବାବା ରାମଦେବଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନର ଦାବି

ନୂଆଦିଲ୍ଲୀ: ଏଲୋପାଥି ବୟାନ ପରେ ଏବେ ବିବାଦ ଘେରରେ ଯୋଗ ଗୁରୁ ବାବା ରାମଦେବ । ବିବାଦ ବଢିବା ତଥା କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀଙ୍କ ଆପତ୍ତି ପରେ ସୋମବାର ନିଜ ବୟାନ ଫେରାଇ ନେଇଛନ୍ତି ବାବା । ଏହାରି ମଧ୍ୟରେ ଇଣ୍ଡିଆନ ମେଡିକାଲ ଆସୋସିଏସନ ବୁଧବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଚିଠି ଲେଖି ପତଞ୍ଜଳୀର ମାଲିକ ରାମଦେବଙ୍କ ପକ୍ଷରୁ ଭ୍ୟାକ୍ସିନ ବିରୋଧରେ ଦିଆଯାଇଥିବା ମିଥ୍ୟା ପ୍ରଚାର ଉପରେ ରୋକ ଲଗାଇବା ଦରକାର ବୋଲି କହିଛି ।

ଆଇଏମଏ କହିଛି ଯେ ଏକ ଭିଡିଓରେ ଦାବି କରାଯାଇଛି ଯେ 10 ଲକ୍ଷ ଡାକ୍ତର ଓ ଲକ୍ଷେ ଲୋକଙ୍କୁ କୋରୋନା ଭ୍ୟାକ୍ସିନର ଦୁଇଟି ଡୋଜ ନେବା ସତ୍ତ୍ବେ ମୃତ୍ୟୁ ହୋଇଛି । ଏନେଇ ତାଙ୍କ ବିରୋଧରେ ଦେଶଦ୍ରୋହ ମାମଲା ଦାଏର କରିବା ଦରକାର ବୋଲି କହିଛି ଆଇଏମଏ ।

ନିକଟରେ ଏଲୋପାଥି ଔଷଧ ବିରୋଧରେ ଦିଆଯାଇଥିବା ବିବାଦୀୟ ବିବୃତ୍ତିକୁ ବାବା ରାମଦେବ ପ୍ରତ୍ୟାହାର କରିଛନ୍ତି। ଏହାପୂର୍ବରୁ କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ହର୍ଷ ବର୍ଦ୍ଧନ ରାମଦେବଙ୍କୁ ଏକ ଚିଠି ଲେଖି ଏହି ବିବୃତ୍ତିକୁ ଅତ୍ୟନ୍ତ ଦୁର୍ଭାଗ୍ୟଜନକ ବୋଲି କହିଥିଲେ । ବାବା ରାମଦେବ ମଧ୍ୟ ବିବୃତ୍ତି ପ୍ରତ୍ୟାହାର କରି କେନ୍ଦ୍ର ମନ୍ତ୍ରୀ ହର୍ଷ ବର୍ଦ୍ଧନଙ୍କୁ ଚିଠି ଲେଖିଛନ୍ତି।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.