ରାୟପୁର: ଆଇପିଏସ ଜିପି ସିଂଙ୍କ ଘରେ ଚଢାଉ । ଛଡିଶଗଡ ଅତିରିକ୍ତ ମହାନିର୍ଦ୍ଦେଶକ ପୋଲିସ (ଏଡିଜି) ଜିପି ସିଂଙ୍କ ଘରେ ଚଢାଉ ଜାରି ରହିଛି । ଇକୋନୋମିକ୍ ଅଫେନ୍ସ ବ୍ୟୁରୋରେ ତାଙ୍କ କାର୍ଯ୍ୟକାଳ ମଧ୍ୟରେ ଲୋକଙ୍କୁ ଭୟଭୀତ ତଥା ବେଆଇନ ଟଙ୍କା ହଡପ କରି ନିଜ ଆୟ ଠାରୁ ଅଧିକ ସମ୍ପତ୍ତି ରଖିଥିବା ଅଭିଯୋଗ ହୋଇଥିଲା ।
ଅଭିଯୋଗ ଆଧାରରେ ତଦନ୍ତ ଆରମ୍ଭ ହୋଇଥିଲା । ତେବେ ବର୍ତ୍ତମାନ ସୁଦ୍ଧା 1 କୋଟି ମୂଲ୍ୟର ବେଆଇନ କାରବାରର ଖୁଲାସା ହୋଇଛି । ଆଇପିଏସ ଜିପି ସିଂଙ୍କ ଘର ସମେତ ଏସସିବି ଏବଂ ଇଓଡବ୍ଲୁ 10 ଟି ସ୍ଥାନରେ ଚଢାଉ କରିଛନ୍ତି । ଓଡିଶାରେ ବି ତାଙ୍କର ବହୁ ସମ୍ପତ୍ତି ଥିବା ଜଣାପଡିଛି ।
ପ୍ରାଥମିକ ତଦନ୍ତରେ ପ୍ରକାଶିତ ତଥ୍ୟ ଆଧାରରେ, ଜିପି ସିଂଙ୍କ ବିରୋଧରେ ଏକ ମାମଲା ରୁଜୁ ହୋଇଛି । ତେବେ ତାଙ୍କ ବେନାମୀ ସମ୍ପତ୍ତି ଅଧିଗ୍ରହଣର ପ୍ରମାଣ ରାୟପୁର, ଭିଲାଇ, ରଜନନ୍ଦଗାଓଁ ଏବଂ ଓଡିଶା ରାଜ୍ୟରେ କରାଯାଇଛି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ